ETV Bharat / state

ନିର୍ବାଚନ ପ୍ରଚାରକୁ ନେଇ ମରଣାନ୍ତକ ଆକ୍ରମଣ ! ୪ ଆହତ, ଜଣେ ଅଟକ - Pre Election violence Balangir

author img

By ETV Bharat Odisha Team

Published : May 20, 2024, 7:54 AM IST

Pre Election Violence in Balangir: ବଲାଙ୍ଗୀରରେ ନିର୍ବାଚନୀ ହିଂସା ଅଭିଯୋଗ । ପ୍ରଚାରକୁ ନେଇ ଗୋଟିଏ ପରିବାରକୁ ଆକ୍ରମଣ । ୪ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ପୋଲିସତ ତଦନ୍ତ ଜାରି । ଜଣେ ଅଟକ । ଅଧିକ ପଢନ୍ତୁ ।

Pre Election Violence in Balangir
Pre Election Violence in Balangir (ETV Bharat Odisha)

ବଲାଙ୍ଗୀର: ଜିଲ୍ଲାରେ ପୁଣି ନିର୍ବାଚନୀ ହିଂସା ! ଆଜି (ସୋମବାର) ବଲାଙ୍ଗୀରରେ ଭୋଟିଂ ଥିବା ବେଳେ ଗତକାଲି ନିର୍ବାଚନୀ ପ୍ରଚାରକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଗୋଟିଏ ପରିବାରର ୪ ଆହତ ହୋଇ ବଲାଙ୍ଗୀର ବିବିଏମସିଏଚ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ପୋଲିସ ଘଟଣାରେ ଜଣକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମୟାବର୍ହା ଗାଁରେ ନିର୍ବାଚନ ପୂର୍ବରୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଗାଁର ଏକ ଆଞ୍ଚଳିକ ରାଜନୈତିକ ଦଳର କର୍ମୀ ବିଭୂତି ପଟେଲ ଓ ତାଙ୍କ ପରିବାରକୁ ଏକ ଜାତୀୟ ରାଜନୈତିକ ଦଳର କିଛି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଦୁଇ ମହିଳା ସମେତ ଚାରି ଜଣ ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଖଲ୍ଲିକୋଟ ନିର୍ବାଚନୀ ହିଂସା ହତ୍ୟା ଘଟଣା, ବଢ଼ିଲା ଗିରଫଦାରୀ ସଂଖ୍ୟା - Khallikote Pre Poll Violence Case

ଅଭିଯୋଗ ଅନୁଯାୟୀ, "ରବିବାର ସନ୍ଧ୍ୟାରେ ସଦର ଥାନା ମାୟାବର୍ହା ଗାଁର ବିଭୂତି ପଟେଲଙ୍କୁ କିଛି ଯୁବକ ଆସି ଧମକ ଦେଇଥିଲେ ଏବଂ ଏକ ନିର୍ଦ୍ଦିଷ୍ଟ ଆଞ୍ଚଳିକ ଦଳ ପାଇଁ ଗାଆଁରେ ପ୍ରଚାର କରିବାକୁ ମନା କରିଥିଲେ । ସେପଟେ ନିର୍ବାଚନ ଥିବାରୁ ବିଭୂତି ନୀରବ ରହିଥିଲେ । ପରବର୍ତ୍ତୀ ସମୟରେ ଗାଁର ଭରତ ରାଉତ ଓ ତାଙ୍କ ପରିବାର ଆସି ବିଭୂତି ଓ ତାଙ୍କ ପରିବାରଙ୍କୁ ଠେଙ୍ଗା ଓ ମାରଣାସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଭୂତିଙ୍କ ସହ ତାଙ୍କ ସ୍ତ୍ରୀ ମନିଷା ପଟେଲ, ବାପା ଜଗନ୍ନାଥ ପଟେଲ, ରାମନାଥ ପଟେଲ, ମଧୁ ପଟେଲ, ବିବେକା ପଟେଲ ଓ ସୁରେଖା ପଟେଲ ଆହତ ହୋଇଛନ୍ତି ।"

ବିଭୂତି ଜଣେ ଆଞ୍ଚଳିକ ରାଜନୈତିକ ଦଳର ଜଣେ କର୍ମୀ ହୋଇଥିବା ବେଳେ ଭରତ ଏକ ଜାତୀୟ ରାଜନୈତିକ ଦଳର କର୍ମୀ ବୋଲି ଅଭିଯୋଗ ହୋଇଛି ଏବଂ ରାଜନୈତିକ କାରଣରୁ ଏହି ଆକ୍ରମଣ କରାଯାଇଥିବା ବିଭୂତି ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ବଲାଙ୍ଗୀର ସଦର ପୋଲିସ୍ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ବିଜେଡି ନେତା କଳିକେଶ ନାରାୟଣ ସିଂହ ଦେଓ ଓ ତାଙ୍କ ସ୍ତ୍ରୀ ମେଘନା ସିଂହ ଦେଓ ଡାକ୍ତରଖାନା ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଏବଂ ପୋଲିସ ପ୍ରଶାସନ ଏ ଦିଗରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ବଲାଙ୍ଗୀର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.