ETV Bharat / state

ନିଆଁରେ ଘିଅ ଢାଳିଲା ‘ଲେଖା ଛିଡାଇ ଦେବା’: ମନସ୍ଥ କରିଥିଲେ ଜନତା, ଖୋରାକ ଯୋଗାଇଲା ଡାଏଲଗ - LeKha Chidei Daba Words Effect

author img

By ETV Bharat Odisha Team

Published : Jun 7, 2024, 6:17 PM IST

Updated : Jun 7, 2024, 6:32 PM IST

'LeKha Chidei Daba' Effects in Odisha Politics: ବ୍ରହ୍ମପୁରରୁ ଆରମ୍ଭ ହେଲା.. ସାରା ରାଜ୍ୟରେ ସମସ୍ତଙ୍କ ମୁହିଁରେ ଉଚ୍ଚାରିତ ଓ ପ୍ରଚାରିତ ହେଲା । ଆଉ ଶେଷରେ ଏଥର ଲେଖା ଛିଡେଇଦେବା କଥାର ପ୍ରଭାବ ଏଭଳି ମାତ୍ରାରେ ଦେଖିବାକୁ ମିଳିଲା ଯେ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ମଣ୍ଡଳରୁ ଜିଲ୍ଲା ଏବଂ ରାଜ୍ୟ ସବୁଠି ଆଲୋଚନା ହେଲା । ଆଉ ଶେଷରେ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ ସମସ୍ତେ କହି ବୁଲୁଛନ୍ତି ଏଥର ଲେଖା ଛିଡିଗଲା । ଦେଖନ୍ତୁ ଏହି ରିପୋର୍ଟ

BERHAMPUR LOK SABHA CONSTITUENCY
BERHAMPUR LOK SABHA CONSTITUENCY (LOK SABHA ELECTION 2024)

ବ୍ରହ୍ମପୁର: ଜନ ବିରୋଧିର ଆଖ୍ୟା ଦେଇ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଥିବା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏକାକୀ କରାଯାଇଥିଲା । ଯେତେବେଳେ ସେ ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ସ୍ଥାନରେ ଗଣମାଧ୍ୟମକୁ ଦେଉଥିବା ବୟାନ୍ ଯେତିକି ଚର୍ଚ୍ଚା ହେଉଥିଲା ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହି ଚର୍ଚ୍ଚା ଦ୍ୱି-ଗୁଣିତ ହୋଇଥିଲା । ବିଜେପି ଦଳରେ ଯୋଗ ଦେଇ ନିଜ ନିର୍ବାଚନମଣ୍ଡଳୀକୁ ଫେରିବା ପରେ କେନ୍ଦ୍ରର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସଭାରେ ଧନ୍ୟବାଦ ଦେବା ଅବସରରେ ଉପସ୍ଥିତ ଜନତାଙ୍କୁ ଆହ୍ୱାନ କରିଥିଲେ 'ଏଥର ଲେଖା ଛିଡେଇଦେବା' । ଏହି ଗୋଟିଏ କଥା ସଭା ସ୍ଥଳରେ ଉପସ୍ଥିତ ଜନତାଙ୍କ ମନକୁ ଛୁଇଁଥିଲା । ବର୍ତ୍ତମାନ ରାଜ୍ୟରେ ବିଜେଡି ସରକାରର ଶୋଚନୀୟ ପରାଜୟ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଉକ୍ତି ସତ ହେଲା ଭଳି ମନେ ହେଉଛି ।

ଲେଖା ଛିଡାଇ ଦେବା (ETV Bharat Odisha)

ସମସ୍ତଙ୍କ ମୁହଁରେ ଲେଖା ଛିଡେଇଦବା: ବର୍ତ୍ତମାନର ବିଜେପି ଦଳର ନେତା ତଥା ବ୍ରହ୍ମପୁରର ନବ ନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁରରୁ ଆରମ୍ଭ ହୋଇଥିବା ଏହି ଦୁଇ ପଦ କଥା ସତେ ଯେପରି ନାରାରେ ପରିଣତ ହେବା ସହିତ ଦଳର କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ସାରା ରାଜ୍ୟବାସୀଙ୍କ ମୁହଁରେ ତାହା ଉଚ୍ଚାରିତ ଓ ପ୍ରଚାରିତ ହେଲା । ଯାହାକୁ କେବଳ ବିଜେପି ଦଳର ନେତା ଓ କର୍ମୀ କାହିଁକି ବିରୋଧି ମଧ୍ୟ ମଞ୍ଚରେ ଏବଂ ବିଭିନ୍ନ ସଭା ଠାରୁ ଆରମ୍ଭ କରି ବୟାନ ବାଜିରେ ତାହାକୁ ବହୁଳ ମାତ୍ରାରେ ଉଚ୍ଚାରଣ ଓ ପ୍ରଚାରିତ କରିଥିବା ଦେଖିବାକୁ ମିଳିଥିଲା ।

ଖେଲା ହବେକୁ ଟପିଲା ଲେଖା ଛିଡେଇଦବା: ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଟି.ଏମ୍.ସି ଦଳରେ ଯେପରି ‘ଖେଲା ହବେ’ ବହୁତ ମାତ୍ରାରେ ଲୋକଙ୍କୁ ଛୁଇଁଥିଲା ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ନାରା ସାରା ରାଜ୍ୟବାସୀଙ୍କୁ ସତେଯେପରି ଏକପ୍ରକାର କିମିଆ କରିଥିଲା । ସମସ୍ତେ ଏଥର ଲେଖା ଛିଡେଇ ଦେବା ନାରାରେ ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ଏକପ୍ରକାର ସ୍ଥିର କରିଲା ଭଳି ମନେହେଲା । ଶେଷରେ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ହେବା ଗଞ୍ଜାମ ଭଳି ବିଜେଡି ଦଳର ଗଡ ଭାବରେ ଧରି ନେଇଥିବା ଜିଲ୍ଲାରେ କେବେଳ ଦଳର ସୁପ୍ରିମୋଙ୍କୁ ଛାଡି ସବୁ ଆସନ କବ୍ଜା କଲା ବିଜେପି । ସାରା ଜିଲ୍ଲାରେ ପଦ୍ମ ଦଳର ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ସାରା ରାଜ୍ୟରେ ବିଜେଡି ଦଳର ସିଟ୍ କମ୍ ହେବା ଏବଂ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ସବୁଠି ଆଲୋଚନା ଏଥର ଲେଖା ଛିଡିଗଲା ।

ଏହା ମଧ୍ୟ ପଢନ୍ତୁ: କାହା ସପକ୍ଷରେ ଯିବ ରେଶମ ସହର ଜନାଦେଶ: ମୋଦିଙ୍କ ଅବକି ବାର ୪୦୦ ପାର୍ ନା 5ଟି ନବୀନ ଗ୍ୟାରେଣ୍ଟି - BERHAMPUR LOK SABHA CONSTITUENCY

ରାଜନୈତିକ ସମୀକ୍ଷକଙ୍କ ମତ: ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ, "ଦେଶ ତଥା ରାଜ୍ୟର ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ଦଳର ନେତାଙ୍କ ରାଜନୈତିକ ଭାଷଣରେ ରହୁଥିବା କି-ୱାର୍ଡ ବିଭିନ୍ନ ସମୟରେ ଭୋଟର ଏବଂ ସାଧାରଣ ଜନତାଙ୍କ ମନକୁ ଛୁଇଁଥାଏ । ସେପରି କଥା ରାଜ୍ୟ ଠାରୁ ଆରମ୍ଭ କରି ଦେଶର ଅନେକ ଉଦାହରଣ ଦେଖିବାକୁ ମିଳିଛି । ଅତିତରେ ଦେଖିବାକୁ ମିଳିଥିବା ନିର୍ବାଚନରେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନରେ ଏପରି କିଛି ଶବ୍ଦର ବ୍ୟବହାର ହୁଏ ଯାହାକି ସରକାରର ପରାଜୟର କାରଣ ରହେ । ଇନ୍ଦିରାଗାନ୍ଧୀଙ୍କ ସମୟରେ ଗରୀବି ହଟାଓ ଦେଶକୋ ବଞ୍ଚାଓ ଯେଉଁ ନାରା ଦେଇଥିଲେ ୧୯୭୭ ମସିହାରେ ସେହି ସମୟରେ ସେ କ୍ଷମତାକୁ ଆସିଥିଲେ । ସେହିପରି ୨୦୧୯ ମସିହାର ନିର୍ବାଚନରେ ନବୀନ ବାବୁଙ୍କ ଗୋଟିଏ ଶଦ୍ଦ ରହିଥିଲା ‘ଆପଣ ମାନେ ଖୁସି ତ, କଥା କମ୍ କାମ ବେଶୀ’ ରହିଥିଲା । ତେବେ ଚଳିତ ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀଙ୍କ ଲେଖା ଛିଡାଇଦେବା ସମସ୍ତଙ୍କ ମନକୁ ଛୁଇଁଥିଲା ।"

ସରିଛି ନିର୍ବାଚନ ପ୍ରକାଶ ପାଇଛି ଫଳାଫଳ । ବିଜୟ ଦଳ ସରକାର ଗଢିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ପରାଜୟର ଆତ୍ମସମୀକ୍ଷା କରୁଛନ୍ତି ପ୍ରାର୍ଥୀ । ଏହାରି ମଧ୍ୟରେ ବିଜୁ ଜନତା ଦଳର ଲେଖା ଛିଡେଇ ନୂତନ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି ବିଜେପି । ପ୍ରଥମ ଥର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବାରୁ ତାହାକୁ ନେଇ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ । ଏହାରି ମଧ୍ୟରେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଏଥର ଲେଖା ଛିଡିଗଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 7, 2024, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.