ETV Bharat / state

ସୁରୁଖୁରୁରେ ଚାଲିଛି ମତଦାନ, ଇଭିଏମ ତ୍ରୁଟି ଥିଲେ ଠିକ୍ କରାଯାଇଛି: ସିଇଓ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଶାନ୍ତି ଶୃଙ୍ଖଳାର ସହ ଜାରି ରହିଛି ମତଦାନ । ଯେଉଁଠି ଇଭିଏମ ତ୍ରୁଟି ଥିଲା, ତାହା ଠିକ୍ କରାଯାଇଛି କହିଲେ ସିଇଓ । ଅଧିକ ପଢନ୍ତୁ

ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ: ସିଇଓ
ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ: ସିଇଓ (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 12:00 PM IST

Updated : Jun 1, 2024, 5:27 PM IST

ଭୁବନେଶ୍ବର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ୬ଟି ଲୋକସଭା କ୍ଷେତ୍ର ଭଦ୍ରକ, ବାଲେଶ୍ଵର, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ମତଦାତା । ଏହି ପର୍ଯ୍ୟାୟରେ ସର୍ବାଧିକ ମତଦାତା ମତଦାନ କରୁଛନ୍ତି । ଏଥିରେ ପ୍ରାୟ ୧ କୋଟି ଭୋଟର ଅଛନ୍ତି । ସବୁ ସ୍ଥାନରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଛି । ଯେଉଁଠି ଇଭିଏମ ତ୍ରୁଟି ଥିଲା, ତାହା ଠିକ୍ କରାଯାଇଛି । ସକାଳ ୯ଟା ସୁଦ୍ଧା ରାଜ୍ୟରେ ହାରାହାରି ୭.୬୯ ପ୍ରତିଶତ ଭୋଟିଂ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ସୁରୁଖୁରୁରେ ଚାଲିଛି ମତଦାନ, ଇଭିଏମ ତ୍ରୁଟି ଥିଲେ ଠିକ୍ କରାଯାଇଛି: ସିଇଓ (ETV Bharat Odisha)

ସିଇଓ କହିଛନ୍ତି ଯେ, ମତଦାନକୁ ନେଇ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଯୁବ ଭୋଟରମାନେ ମଧ୍ୟ ଏହାକୁ ଅନୁସରଣ କରି ନିଜର ମତପୋଷଣ କରିନ୍ତୁ । ୨୦୧୯ ସାଧାରଣ ନିର୍ବାଚନରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪.୩୮ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା ରହିଛି । କେନ୍ଦ୍ରାପଡାର ଏକ ନିର୍ବାଚନ ମଣ୍ଡଳୀରେ ୩୦ ବୁଥରେ ଇଭିଏମ ତ୍ରୁଟି ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିବା ଖବର ପ୍ରସାରଣ ହେଉଛି । ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ବୋଲି ସିଇଓ କହିବା ସହ ଗଣମାଧ୍ୟମ ସଂସ୍ଥାମାନଙ୍କୁ ସତ୍ୟ ଖବର ପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି । ସମୟ ସମୟରେ ଭୁଲ ଖବର ଭୋଟରମାନଙ୍କୁ ନିରୁତ୍ସାହିତ କରିଥାଏ । ଏଭଳି ଖବର ପ୍ରସାରଣ ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ କିମ୍ବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା କରିବାକୁ ଗଣମାଧ୍ୟମ ଗୁଡିକୁ ସେ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଭୋଟିଂ; ସକାଳ 9ଟା ସୁଦ୍ଧା 7.69 % ଭୋଟିଂ, ଜଗତସିଂହପୁରରେ ସର୍ବାଧିକ - Odisha Fourth Phase Election

ରାଜ୍ୟରେ ୬୨୭୯ ମତଦାନ କେନ୍ଦ୍ରରୁ ୱେବକାଷ୍ଟିଂ ଚାଲିଛି । ଯାହା ମୋଟ ମତଦାନ କେନ୍ଦ୍ରର ପ୍ରାୟ ୫୮ ପ୍ରତିଶତ । ରାଜ୍ୟରେ ୧୦,୮୮୨ଟି ମତଦାନ କେନ୍ଦ୍ରରେ ଭୋଟିଂ ଚାଲିଛି । ୭୯ ବାଲାଟ ୟୁନିଟ, ୧୦୬ କଣ୍ଟ୍ରୋଲ ୟୁନିଟ ଓ ୨୩୨ଟି ଭିଭିପାଟ ତ୍ରୁଟି ପରିଲକ୍ଷିତ ହୋଇଥିଲା । ମକ ପୋଲ ସମୟରେ ଜଣାପଡିବା ପରେ ଏହାକୁ ପରିବର୍ତ୍ତନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 1, 2024, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.