ETV Bharat / state

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ପୁରୀରେ ରୋଡ଼ ସୋ, ଅନୁଗୋଳ ଓ କଟକରେ ବିଶାଳ ଜନସଭା - PM Modi To Visit Odisha Again - PM MODI TO VISIT ODISHA AGAIN

PM Modi To Visit Odisha Again: ଆସନ୍ତା 20ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଆସୁଛନ୍ତି । ଜାଣନ୍ତୁ କେଉଁ ଦିନ କେଉଁଠି କିଏ କରିବେ କାର୍ଯ୍ୟକ୍ରମ ।

PM Modi To Visit Odisha Again
PM Modi To Visit Odisha Again (ETV Bharat Odisha)
author img

By ETV Bharat Odisha Team

Published : May 12, 2024, 3:27 PM IST

Updated : May 12, 2024, 3:52 PM IST

PM Modi To Visit Odisha Again (ETV Bharat Odisha)

ଭୁବନେଶ୍ବର: ଆସନ୍ତା 20ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୋଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି । ସେହିପରି ଆସନ୍ତା 15 ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ । ଖାଲି ସେତିକି ନୁହେଁ, ପୁଣି ଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

17 ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ । ଆସ୍କାର ସୋରଡ଼ା ଠାରେ ଜନସଭା କରିବେ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ଓଡ଼ିଶାରେ ବିଜେପି ସରକାର କରିବ । ଗରିବ ଲୋକ ମୋଦିଙ୍କ ଯୋଜନାର ସୁବିଧା ପାଇବେ ।" ନିର୍ବାଚନ ପାଇଁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ବ । ଗତ ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ରୋଡ ସୋ' ପରେ ସେ 3 ଜିଲ୍ଲାରେ ପ୍ରଚାର କାର୍ଯ୍ୟକ୍ରମ କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଗସ୍ତ କରି ବିଶାଳ ସମାବେଶ କରିଥିଲେ ।

ଏହା ବି ପଢନ୍ତୁ...ଆଜି ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର, ବିଶାଳ ସମାବେଶକୁ କରିବେ ସମ୍ବୋଧନ - Lok Sabha Election 2024

ଏହା ବି ପଢନ୍ତୁ...ରତ୍ନଭଣ୍ଡାର ଅଳଙ୍କାର ସୁରକ୍ଷା ପ୍ରସଙ୍ଗ; ପ୍ରଧାନମନ୍ତ୍ରୀ ମୋଦିଙ୍କ ମତକୁ ଜଗନ୍ନାଥପ୍ରେମୀଙ୍କ ସମର୍ଥନ - PM Modi Over Ratna Bhandar Issue

ବଲାଙ୍ଗୀରରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ ମୋଦି । ରତ୍ନଭଣ୍ଡାରରୁ ଆରମ୍ଭ କରି ଓଡ଼ିଆ ଅସ୍ମିତା ବିଷୟରେ ମଧ୍ୟ କହି ବର୍ଷିଥିଲେ । ଏହାସହ ଆସନ୍ତା ୧୦ରେ ଭୁବନେଶ୍ବର ଆସିବାକୁ ବଲାଙ୍ଗୀରବାସୀଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ବିଜେପି ସରକାର ଶପଥ ନେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋଦି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ । ପୁଣି ଥରେ ଆସନ୍ତା ୨୦ ତାରିଖରେ ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 12, 2024, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.