ETV Bharat / state

୨୬ ବର୍ଷ ପରେ ଓଡ଼ିଶାରେ ନୂଆ ଇତିହାସ, ବିନା ମାଓ ହିଂସାରେ ନିର୍ବାଚନ ସମ୍ପନ୍ନ - No Naxalite Violence

author img

By ETV Bharat Odisha Team

Published : May 24, 2024, 8:19 PM IST

No Naxalite Violence: ୨୬ ବର୍ଷ ପରେ ବିନା ମାଓ ହିଂସାରେ ସମ୍ପନ୍ନ ହୋଇଛି ନିର୍ବାଚନ । ଏହା ପୋଲିସ ପାଇଁ କେତେ ଚ୍ୟାଲେଞ୍ଜିଂ ଥିଲା ? ସେନେଇ ସାକ୍ଷାତକାରରେ କହିଛନ୍ତି ପୋଲିସ ଡିଜି ।

No Naxalite Violence
No Naxalite Violence (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ ଇତିହାସରେ ଶୁଭ ଖବର । ବିନା ମାଓ ହିଂସାରେ ସମ୍ପନ୍ନ ହୋଇଛି ନିର୍ବାଚନ । ୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ନିର୍ବାଚନ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ । ଡିଜି କହିଛନ୍ତି, "୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ପ୍ରଥମ ଥର ପାଇଁ ନିର୍ବାଚନ ସୁରୁଖୁରୁରେ ହୋଇଛି । ଅବାଧ, ମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହ ହୋଇଛି ମତଦାନ । ଲୋକେ ଅଧିକ ସଂଖ୍ୟାରେ ଆସି ଭୋଟ ଦେଇଛନ୍ତି । ମାଓବାଦୀ ଯେଉଁ ନିର୍ବାଚନ ବର୍ଜନ ଡାକରା ଦେଇଥିଲେ ତାର କୌଣସି ପ୍ରଭାବ ପଡ଼ିନାହିଁ । ୧୯୯୮ ମସିହାରେ ରାୟଗଡ଼ାରେ ଏକ ପୋଲିଂ ପାର୍ଟିକୁ ଆକ୍ରମଣ କରିଥିଲେ ମାଓବାଦୀ । ଫଳରେ ଜଣେ ହାବିଲଦାର ଶହୀଦ ହୋଇଥିଲେ । ଏହାପରେ ଯେତେ ନିର୍ବାଚନ ହୋଇଛି ସବୁ ନିର୍ବାଚନରେ ମାଓ‌ବାଦୀମାନେ କିଛି କିଛି ଅଘଟଣ ଘଟାଇଛନ୍ତି । ନିର୍ବାଚନ ପୂର୍ବରୁ ଲୋକଙ୍କୁ ହତ୍ୟା କରି ହିଂସା ଭିଆଇ ଲୋକଙ୍କ ମନରେ ଭୟ ସୃଷ୍ଟି କରନ୍ତି ଓ ଇଭିଏମ ନଷ୍ଟ କରନ୍ତି । ପୋଲିସକୁ ଆକ୍ରମଣ କରିଛନ୍ତି । ଫଳରେ ପୋଲିଂ ପାର୍ଟିର ସଦସ୍ୟଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇଛି ତ କେତେବେଳେ ପୋଲିସଙ୍କର ମୃତ୍ୟୁ ହୋଇଛି ।"

ହେଲେ ମାଓବାଦୀମାନେ ଚଳିତ ନିର୍ବାଚନରେ ସେଭଳି ବାତାବରଣ ସୃଷ୍ଟି କରିପାରିନାହାନ୍ତି ବୋଲି କହିଛନ୍ତି ଡିଜି । ସେ ଆହୁରି କହିଛନ୍ତି, "ଆମେ ଆଣ୍ଟି ନକ୍ସଲ ଅପରେସନ ଜୋରଦାର କରିଥିଲୁ । ଗତ ୪ ମାସ ହେବ ଜୋରଦାର ଅପରେସନ ହୋଇଥିଲା । ବିଶେଷ କରି ବୌଦ୍ଧ ଓ କନ୍ଧମାଳ ଅଞ୍ଚଳରେ ହିଂସା ଆଶଙ୍କା ଥିଲା । କିନ୍ତୁ ନିର୍ବାଚନ ପୂର୍ବରୁ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଅପରେସନ ସମୟରେ ତିନି ଜଣ ମାଓ କ୍ୟାଡର ମୃତ୍ୟୁ ମଧ୍ୟ ହୋଇଛି । ମାଓ କ୍ୟାମ୍ପ ମଧ୍ୟ ଠାବ ହୋଇଛି । ମାଓବାଦୀ ଇଲାକାରେ ନିର୍ବାଚନ ପରିଚାଳନା କରିବା ବଡ଼ ଚ୍ୟାଲେଞ୍ଜ । କିପରି ଫୋର୍ସ ଆସିବେ ଅପରେସନ ପାଇଁ ଯିବେ ଓ ଫେରିବେ ସେନେଇ ତଦାରଖ କରିବାକୁ ପଡୁଥିଲା ।"

"ସବୁ ବେଳେ ତୀକ୍ଷ୍ଣ ନଜର ରଖିବାକୁ ପଡୁଥିଲା । ଏସପି ସ୍ତରରେ ହେଉ ବା ଅତିରିକ୍ତ ଡିଜି ସ୍ତରରେ କଣ୍ଟ୍ରୋଲ ରୁମରୁ ମନିଟର ହୋଇଥିଲା । ଯଦି କେଉଁଠି ବିଳମ୍ବ ହୋଇଗଲା ଛନକା ପଶୁଥିଲା ଯେ, କିଛି ଅଘଟଣ ଘଟିଲା କି ? ଯାହା ହେଉ ସବୁ ସୁରୁଖୁରୁରେ ହୋଇଛି" ବୋଲି କହିବା ସହ ଅପରେସନାଲ ଫୋର୍ସ, ନକ୍ସଲ ଇଣ୍ଟେଲିଜେନ୍ସ,ଜିଲ୍ଲା ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜି । ୧୧ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଯେପରିକି ମାଲକାନଗିରି, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ବୌଦ୍ଧ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ରେ ୪ ମାସ ମଧ୍ୟରେ ୧ହଜାର ୨୧୪ଟି ଆଣ୍ଟି ନକ୍ସଲ ଅପରେସନ କରାଯାଇଥିବାବେଳେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଡିଭିଜନ କ୍ୟାଡର ରହିଛନ୍ତି । ୧୭ଜଣ ସରେଣ୍ଡର କରିଛନ୍ତି । ବହୁ ଜାଗାରେ ମାଓ କ୍ୟାମ୍ପ ଠାବ ମଧ୍ୟ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଓ ୬ଟି ବନ୍ଧୁକ ଠାବ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ସରିଲା ସାନି ମତଦାନ, ଦୁଇ ବୁଥରେ ଆଶାନୁରୂପକ ଭୋଟିଂ - Kantamal Constituency Re Polling

ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମାଓ ପ୍ରଭାବିତ 11 ଟି ଜିଲ୍ଲାର 7ଟି ଲୋକସଭା କ୍ଷେତ୍ରରୁ କଳାହାଣ୍ଡି 77.90,କୋରାପୁଟ 77.53, ନବରଙ୍ଗପୁର 82.16 ,ବରଗଡ଼ 79.78, ବଲାଙ୍ଗୀର 77.52,କନ୍ଧମାଳ 74.13,ସୁନ୍ଦରଗଡ଼ 73.02% ମତଦାନ ହୋଇଛି । ୨୦୧୯ ତୁଳନାରେ ଅଧିକ ମତଦାନ ହୋଇଥିବାବେଳେ ଲୋକେ ଭୟ ମୁକ୍ତ ଭୋଟ ଦେବାରେ ସଫଳ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.