ETV Bharat / state

ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ଼ ବୟାନ: 'ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି, ସ୍ଥିର କରିବେ ରାଜ୍ୟବାସୀ ’ - Naveen interview to ANI

author img

By ETV Bharat Odisha Team

Published : May 30, 2024, 12:43 PM IST

Updated : May 30, 2024, 1:33 PM IST

CM Naveen interview to ANI: ଗଣମାଧ୍ୟମ ପ୍ରତିକ୍ରିୟାରେ ନବୀନ କଲେ ସ୍ପଷ୍ଟ । ପଣ୍ଡିଆନ ନୁହନ୍ତି ବରଂ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ସ୍ଥିର କରିବେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

‘ ବିଜେଡି ପୁଣି ସରକାର ଗଠନ କରୁଛି, ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି ’
‘ ବିଜେଡି ପୁଣି ସରକାର ଗଠନ କରୁଛି, ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି ’ (ETV Bharat Odisha)

ହାଇଦ୍ରାବାଦ: ରାଜ୍ୟରେ ନିର୍ବାଚନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ବିଜେଡିରେ ଭି.କେ ପାଣ୍ଡିଆନଙ୍କ ଭୂମିକା ନେଇ ବିଜେପି ବାରମ୍ବାର ଶାଣିତ ଟାର୍ଗେଟ କରୁଛି । ମୁଖ୍ୟମନ୍ତ୍ରୀ ଜାଣି ପାରୁନାହାନ୍ତି ଓ ତାଙ୍କୁ ଏକ କ୍ଷମତା ଭୋଗକାରୀ ଗୋଷ୍ଠୀ କବଜା କରିନେଇଥିବା ନେଇ ଗତକାଲି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିପ୍ପଣୀ କରିବାର କିଛି ସମୟ ମଧ୍ୟରେ ପ୍ରେସମିଟ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ଏକ ବିସ୍ତୃତ ସାକ୍ଷାତକାର ଦେଇ ବର୍ତ୍ତମାନର ବଭିନ୍ନ ପ୍ରଶ୍ନ ଉପରେ ପ୍ରତିକ୍ରିୟା ରଖିଛନ୍ତି ।

CM Naveen interview to ANI
CM Naveen interview to ANI (ETV Bharat Odisha)

ପାଣ୍ଡିଆନ ନୁହନ୍ତି ଉତ୍ତରାଧିକାରୀ:-

ନବୀନ କହିଛନ୍ତି, ସେ ସମ୍ପୂର୍ଣ୍ଣ ସୁସ୍ଥ, ଏଥର ରାଜ୍ୟରେ ବିଜେଡି ସରକାର ଗଠନ କରିବାକୁ ଯାଉଛି । ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ଆଶାବାଦୀ ବୋଲି ନବୀନ କହିଛନ୍ତି । ସେହିପରି ତାଙ୍କ ଉତ୍ତରାଧିକାରୀ ଭି.କେ ପାଣ୍ଡିଆନ ନୁହଁନ୍ତି ଓ ତାଙ୍କ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ ବୋଲି ନବୀନ କହିଛନ୍ତି । ନବୀନ କହିଛନ୍ତି, ରାଜ୍ୟରେ ବିଜେଡି ସରକାର କରିବା ନିଶ୍ଚିତ । ସଂସଦରେ ମଧ୍ୟ ଦଳ ଭଲ କରିବ ।

ପ୍ରଧାନମନ୍ତ୍ରୀ ମତେ ଫୋନ କରିପାରିଥାନ୍ତେ...:-

ଯଦି ବିଜେପି ସରକାର ଗଠନ କରେ, ତେବେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ପ୍ରଶ୍ନରେ ନବୀନ ଗତକାଲିର ଉତ୍ତର ଦୋହରାଇଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କର ଭଲ ବନ୍ଧୁ । ଯଦି ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ଥିଲେ, ତେବେ ସେ ଫୋନକଲରେ ଏ ସମ୍ପର୍କରେ ପଚାରି ପାରିଥାନ୍ତେ । ସେ ତାହା ନକରି ଗତକାଲି (ବୁଧବାର) ସାଧାରଣ ସଭାରେ ଉଚ୍ଚସ୍ବରରେ ଏହି କଥା କହି ନଥାନ୍ତେ । ଏହାର ଅର୍ଥ କେବଳ, ସେ ନିର୍ବାଚନୀ ରାଜନୀତି କରୁଛନ୍ତି । କେବଳ ଏବେ ନୁହେଁ ବରଂ ଗତ 10ବର୍ଷ ହେଲାଣି ଦିଲ୍ଲୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପ୍ରଚାର ଜାରି ରହିଛି । ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

‘ମୁଁ 27 ବର୍ଷ ଧରି ବିଜେଡି ସଭାପତି’:-

ନବୀନ କହିଛନ୍ତି, ସେ ଗତ 27 ବର୍ଷ ଧରି ରାଜନୀତିରେ ଅଛି । ସେ 27 ବର୍ଷ ପୂର୍ବେ ଦଳର ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ସେବେଠାରୁ ସେ ଏହି ଏହି ଦାୟିତ୍ବ ସଫଳତାର ସହ ନିର୍ବାହ କରିଆସିଛନ୍ତି । ଏହି କାମ ସେ ଆଗକୁ ମଧ୍ୟ ଜାରି ରଖିବେ । ସେ ଲୋକଙ୍କ ସହ କଥାବାର୍ତ୍ତାରେ ନିଜ ସମୟ କାଟୁଛନ୍ତି । ନିର୍ବାଚନ ପାଇଁ ସେ ଗତ ଏକମାସରୁ ଅଧିକ ସମୟ ଧରି ଲୋକଙ୍କ ସହ ରହିଆସିଥିବା କହିଛନ୍ତି ନବୀନ ।

ହତାଶ ହୋଇ ବ୍ୟକ୍ତିଗତ ଆରୋପ କରୁଛି ବିଜେପି :-

ବ୍ୟକ୍ତିଗତ ଟିପ୍ପଣୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଫଳରେ ସେମାନେ ହତାଶ ହୋଇପଡିଲେଣି । ତେଣୁ ସେମାନେ ଏପରି ବ୍ୟକ୍ତିଗତ ଟିପ୍ପଣୀ କରୁଛନ୍ତି ।

ଗତକାଲି କ’ଣ କହିଥିଲେ ପ୍ରଧାନମନ୍ତ୍ରୀ:

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ବାରିପଦାରେ ବିଜୟ ସଙ୍କଳ୍ପ ସମାବେଶରେ ସିଧା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗମ୍ଭୀର ଅଭିଯୋଗ କରିଥିଲେ । ନବୀନ ନିଜେ କିଛି ଜାଣିପାରୁନାହାନ୍ତି । ତାଙ୍କୁ ଏକ କ୍ଷମତା ଭୋଗକାରୀ ଗୋଷ୍ଠୀ ନିୟନ୍ତ୍ରଣକୁ ନେଇ ସାରାଲାଣି । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ଏକ ବଡ ଷଡଯନ୍ତ୍ର । ବିଜେପି କ୍ଷମତାକୁ ଆସିଲା ପରେ ଏକ କମିଟି ଗଠନ କରି ଏହାର ତଦନ୍ତ କରିବ । ଏହାର କିଛି ଘଣ୍ଟା ମଧ୍ୟରେ ନବୀନ ପ୍ରେସମିଟ କରି ଏହାକୁ ନିନ୍ଦା କରିଥିଲେ । ସେ କେବେ କୌଣସି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ବ୍ୟକ୍ତିଗତ ଟିପ୍ପଣୀ କରନ୍ତି ନାହିଁ । ମାତ୍ର ରାଜ୍ୟ ବାହାର ଆସି ନେତାମାନେ ତାଙ୍କ ସମ୍ପର୍କରେ ଏପରି ଟିପ୍ପଣୀ କରୁଛନ୍ତି ବୋଲି ନବୀନ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 30, 2024, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.