ETV Bharat / state

ଦିନ 1ଟା ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ - CEO PRESS MEET - CEO PRESS MEET

CEO PRESS MEET: ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବଢୁଛି ମତଦାନ । ମଧ୍ୟାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ ହୋଇ ଥିବାବେଳେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସର୍ବାଧିକ ୪୭ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଅଧିକ ପଢନ୍ତୁ

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ : ମୁଖ୍ୟ ନିର୍ବାଚନ ଅଧିକାରୀ
ମଧ୍ୟାହ୍ନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ : ମୁଖ୍ୟ ନିର୍ବାଚନ ଅଧିକାରୀ (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 4:24 PM IST

ମଧ୍ୟାହ୍ନ ଗୋଟାଏ ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ : ମୁଖ୍ୟ ନିର୍ବାଚନ ଅଧିକାରୀ (ETV Bharat Odisha)

ଭୁବନେଶ୍ବର: ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ମଧ୍ୟାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ ହୋଇଛି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସର୍ବାଧିକ ୪୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ବରଗଡ଼ରେ ୩୮.୧୮%, ଝାରସୁଗୁଡାରେ ୪୦.୮୨ % ମତଦାନ ହୋଇଛି । ତେବେ ଅନ୍ୟ ସବୁ ଲୋକସଭା ଏବଂ ବିଧାନସଭା କ୍ଷେତ୍ରରେ କେତେ ପ୍ରତିଶତ ଭୋଟ ହୋଇଛି ସେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ ।

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ବରଗଡ଼ରେ ୩୮.୧୮%, ବଲାଙ୍ଗୀର ୩୨.୮୨%, ବୌଦ୍ଧରେ ୪୦.୬୦%, ଗଞ୍ଜାମରେ ୩୩.୯୮%, କନ୍ଧମାଳରେ ୩୫.୦୯ , ଆସିକାରେ ୩୮.୦%, ଝାରସୁଗୁଡା ୪୦.୮୨ %, ସୁନ୍ଦରଗଡ଼ରେ ୩୬.୩୨% ମତଦାନ ହୋଇଛି । ସେହିପରି ହିଞ୍ଜିଳି କାଟୁରେ ୩୭.୬୭%, ନୟାଗଡ଼ରେ ୩୭.୧୭%, ସୁବର୍ଣ୍ଣପୁରରେ ୩୫.୧୦ %, କଣ୍ଟାବାଞ୍ଜିରେ ୨୬.୭୭ %, ସାନଖେମୁଣ୍ଡିରେ ୩୫.୧୮ %, ରାଉରକେଲା ୩୦.୧୬%ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଜାରି ରହିଛି । ମତଦାନ ସମୟରେ କିଛି EVMରେ ତ୍ରୁଟି ଦେଖା ଦେଇଥିଲ , 48 ବାଲଟ ୟୁନିଟକୁ ପରିବର୍ତ୍ତନ କରା ଯାଇଛି 170 VVPAT ମେସିନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଗଣମାଧ୍ୟମରେ ନିର୍ବାଚନ ହିଂସା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସତ୍ୟ ନୁହେଁ । ବରଗଡ଼ ନିର୍ବାଚନ ମଣ୍ଡଳୀ ସରସରାରେ ମଦ ପିଇ ହିଂସାକାଣ୍ଡ ଘଟିଛି । ମନୋଜ ମହାନନ୍ଦ ଏବଂ ବିଶ୍ୱନାଥ ମିରଦାଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଯୋଗୁ ହତ୍ୟାକାଣ୍ଡ ହୋଇଛି । ବିଶ୍ୱନାଥ ମିରଦାଙ୍କର ମୃତ୍ୟୁ ପରେ ହତ୍ୟାକାରୀ ମନୋଜ ଫେରାର ଅଛି । ଗୋଟିଏ ଗାଁର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଉକ୍ତ ଅଞ୍ଚଳରେ ପୋଲିସର ବରିଷ୍ଠ ଅଧିକାରୀ I.G ହିମାଂଶୁ ଲାଲ ଏବଂ ବରଗଡ଼ ଜିଲ୍ଲା ଏସପି ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ,ଦେଖନ୍ତୁ LIVE - CEO Press Meet

ସେହିପରି ବୌଦ୍ଧ ଜିଲ୍ଲା କଣ୍ଟମାଳ ନିର୍ବାଚନ ମଣ୍ଡଳୀ ପୁଲିଂ ଷ୍ଟେସନ ନଂ ୨୮ରେ କିଛି ବାହାର ବ୍ୟକ୍ତି ପସିଯିବାରୁ ,ଉକ୍ତ ଷ୍ଟେସନର ପ୍ରିଜାଇଡିଂ ଅଧିକାରୀଙ୍କୁ ପୋଲିସ ହେଫାଜତକୁ ନିଆଯାଇଛି । ଭଞ୍ଜନଗରର ଗେରୁଆବାଡ଼ି ତୁରୁଙ୍ଗ ପଞ୍ଚାୟତର ବୁଥ ନଂ 47ରେ କିଛି ଗଣ୍ଡଗୋଳ ହୋଇଥିଲା, ଏବେ ସ୍ଥିତି ସ୍ୱାଭାବିକ ଅଛି । ମତଦାନ ପ୍ରକ୍ରିୟା ଜାରି ରହିଛି । 60 ପ୍ରତିଶତ ବୁଥରେ web casting ଜାରି ରହିଛି । ନିର୍ବାଚନ ଅଧିକାରୀଙ୍କ କଡା ନଜର ରହିଛି । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ବିଧାନସଭା ମଣ୍ଡଳୀରେ ମତଦାନ ପ୍ରକ୍ରିୟା ଚାଲିଛି ।

ଇଟିଭି ଭାରତ ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.