ETV Bharat / state

ଓଡ଼ିଶାରେ କିଏ ଗଢିବ ସରକାର: ଆସିଲା ବୁଥ ବାହୁଡା ମତ, ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର - Odisha Exit Polls Result 2024

author img

By ETV Bharat Odisha Team

Published : Jun 2, 2024, 10:01 PM IST

Odisha Assembly Exit Polls: ଆସିଲା ଓଡ଼ିଶା ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ । ଇଣ୍ଡିଆ ଟୁଡେ-ଆକ୍କିସ ସର୍ଭେ କ'ଣ କହୁଛି ଜାଣନ୍ତୁ ।

Odisha Assembly Exit Poll
Odisha Assembly Exit Poll (ETV Bharat Odisha)

ହାଇଦ୍ରାବାଦ: ଆସିଲା ଓଡ଼ିଶା ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ । ଇଣ୍ଡିଆ ଟୁଡେ-ଆକ୍କିସ ସର୍ଭେ ମୁତାବକ ବିଜେଡି ମୁକାବିଲା ମଧ୍ୟରେ କଡ଼ା ମୁକାବିଲା ହେବ । ବିଜେଡିକୁ ୬୨ରୁ ୮୦ ଆସନ ମିଳିପାରେ । ସେହିପରି ବିଜେପିକୁ ମଧ୍ୟ ସମାନ ସଂଖ୍ୟକ ଆସନ ମିଳିବ । ଅର୍ଥାତ୍ ବିଜେପି ୬୨-୮୦ ସିଟ୍ ଜିତିପାରେ । ଅନ୍ୟପଟେ କଂଗ୍ରେସ ୫-୮ ଆସନ ହାତେଇପାରେ ।

ଗତକାଲି (ଶନିବାର) ନିର୍ବାଚନ ଶେଷ ହୋଇଛି । ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ତଥ୍ୟ ସାମନାକୁ ଆସିଛି । ଇଣ୍ଡିଆ ଟିଭିର ଆକଳନ ଅନୁସାରେ, ଓଡିଶାରେ ବିଜେପିକୁ 15ରୁ 17 ଲୋକସଭା ଆସନ ମିଳିପାରେ । ସେହିପରି ବିଜେଡିକୁ 4ରୁ 6 ଆସନ ଓ କଂଗ୍ରେସକୁ 0-1 ଆସନ ମିଳିପାରେ । ଜନ କୀ ବାତର ଆକଳନ ଅନୁସାରେ ବିଜେପି 15 ରୁ 18 ଲୋକସଭା ଆସନ ଜିତିପାରେ । ସେହିପରି ବିଜେଡି ହାତେଇପାରେ 3 ରୁ 7ଆସନ । ହେଲେ କଂଗ୍ରେସ ଶୂନ ଅର୍ଥାତ୍ ଖାତା ଖୋଲିନପାରେ ।

ସେହିପରି ଚାଣକ୍ୟର ଆକଳନ ରହିଛି ଯେ, ବିଜେପି ୧୬ ଲୋକସଭା କ୍ଷେତ୍ର ହାତେଇପାରେ । ବିଜେଡିକୁ ୪ ଆସନ ମିଳିପାରେ । ସେହିପରି କଂଗ୍ରେସ ପାଇପାରେ ୧ ଆସନ । ଅନ୍ୟପଟେ ବିଜେପିକୁ ୧୫ ଆସନ ବିଜେଡି ୩-୮ ଆସନ ହାତେଇପାରେ । କଂଗ୍ରେସ ଖାତା ଖୋଲିନପାରେ ବୋଲି ଆକଳନ କରିଛି NDTV । ମାଟ୍ରିଜ ଆକଳନ କରିଛି ଯେ, ବିଜେପି ଖାତାକୁ ଯାଇପାରେ ୯-୧୨ ଆସନ । ବିଜେଡି ୭-୧୦ ଲୋକସଭା ସିଟ୍ ଜିତିପାରେ ଓ କଂଗ୍ରେସ ୦-୧ ପାଇପାରେ ।

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଲୋକସଭା ନିର୍ବାଚନ: କ'ଣ କହୁଛି ଏକଜିଟ୍ ପୋଲ, କାହାକୁ କେତେ ଆସନ ? - Exit Polls 2024

ଏହା ମଧ୍ୟ ପଢନ୍ତୁ...ଲୋକସଭା ନିର୍ବାଚନ 2024 ଏକଜିଟ ପୋଲ: ‘ଏନଡିଏ’କୁ ପାଖାପାଖି 360, ‘ଇଣ୍ଡିଆ’କୁ 150 ଆସନ ନେଇ ଏକାଧିକ ସଂସ୍ଥାର ଅନୁମାନ - Lok Sabha Exit Poll Results

ସମସ୍ତଙ୍କ ନଜର ବିଧାନସଭା ଆସନ ଉପରେ ରହିଛି । ଅଧିକାଂଶ ବିଧାନସଭା ଆସନ ଶାସକ ବିଜେଡି ହାତକୁ ଯିବ ନା ଏହାକୁ ଅକ୍ତିଆର କରିବାରେ ବିଜେପି ସଫଳ ହେବ ସେ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଏହାରି ଭିତରେ ଇଣ୍ଡିଆ ଟୁଡେ ଓ ଆକ୍କିସର ସର୍ଭେ ରିପୋର୍ଟ ସାମନାକୁ ଆସିଛି । ଏହି ଏକଜିଟ ପୋଲ ଅନୁସାରେ ବିଜେଡି ଓ ବିଜେପି ବରାବର ସ୍ଥିତିରେ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.