ETV Bharat / state

କଂଗ୍ରେସ ଫୋକସରେ ଉତ୍ତର ଓଡ଼ିଶା, ପ୍ରଚାର ମୈଦାନରେ ହେଭିୱେଟ୍ - congress campaign in North Odisha

author img

By ETV Bharat Odisha Team

Published : May 30, 2024, 6:53 AM IST

CONGRESS CAMPAIGN IN NORTH ODISHA:ବାଲେଶ୍ୱର-ଭଦ୍ରକ ଲୋକସଭାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛି । ସେପଟେ ରାଜନୀତି ସମୀକ୍ଷକ କହିଛନ୍ତି କଂଗ୍ରେସ ଓଡ଼ିଶାରେ ପ୍ରଚାର ଠିକ ଭାବେ କରି ନାହାଁନ୍ତି । ଓଡ଼ିଶାରେ ନିର୍ବାଚନକୁ କଂଗ୍ରେସ ଗୁରୁତ୍ୱର ସହ ନେଇନାହିଁ । ଅଧିକ ପଢନ୍ତୁ

କଂଗ୍ରେସ ଫୋକସରେ ଉତ୍ତର ଓଡ଼ିଶା
କଂଗ୍ରେସ ଫୋକସରେ ଉତ୍ତର ଓଡ଼ିଶା (ETV Bharat Odisha)

ଭୁବନେଶ୍ବର: କଂଗ୍ରେସ ଫୋକସରେ ବାଲେଶ୍ୱର-ଭଦ୍ରକ । ଜୁନ 1ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ପର୍ଯ୍ୟାୟରେ ଜନମତକୁ ନିଜ ସପକ୍ଷରେ ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଆସନ୍ତା କଲି ପ୍ରଚାରର ଶେଷ ଦିବସ ହୋଇଥିବାରୁ ଆଜି ହେଭିୱେଟମାନେ ପ୍ରଚାର ମୈଦାନରେ ସାମିଲ ହୋଇ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗୁଛନ୍ତି । ତେବେ ସମସ୍ତଙ୍କ ନଜର ରହିଛି ବାଲେଶ୍ୱର ଏବଂ ଭଦ୍ରକ ସିଟ୍ ଉପରେ । ଏହି ଦୁଇ ଆସନରେ କଂଗ୍ରେସ ବଡ଼ ଲଢେଇ ଲଢ଼ୁଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ରାଜନୀତି ସମୀକ୍ଷକ ରବି ଦାଶ କହିଛନ୍ତି ଯେ, କଂଗ୍ରେସ ବାଲେଶ୍ୱର ଲୋକସଭା,କିଛି ବିଧାନସଭା ଏବଂ ଭଦ୍ରକ ଲୋକସଭା, ଦୁଇ ତିନୋଟି ଲୋକସଭା ଏବଂ କେନ୍ଦ୍ରାପଡାରେ ଗୋଟିଏ ଦୁଇଟି ବିଧାନସଭାରେ ଭଲ ପ୍ରଦର୍ଶନ କରିବ । କଂଗ୍ରେସ ଦଳ ଓଡ଼ିଶାରେ ପ୍ରଚାର ଠିକ ଭାବେ କରି ନାହାଁନ୍ତି । ଓଡ଼ିଶାରେ ନିର୍ବାଚନକୁ କଂଗ୍ରେସ ଗୁରୁତ୍ୱର ସହ ନେଇନାହିଁ । ଖଡ଼ଗେ ,ରାହୁଲ ଏବଂ ପ୍ରିୟଙ୍କା ଯଦି ବାରମ୍ବାର ଆସିଥାନ୍ତେ କଂଗ୍ରେସ ଜନମତ ପ୍ରଭାବିତ କରିବାରେ ସମର୍ଥ ହୋଇପାରି ଥାନ୍ତା । କଂଗ୍ରେସ ଯେଉଁ ନିର୍ବାଚନୀ ଇସ୍ତାହାର ଘୋଷଣା କଲା ପ୍ରାୟ ସବୁ ବର୍ଗ ପାଇଁ ତାହା ଲୋକଙ୍କ ପାଖରେ ପହଞ୍ଚାଇ ପାରିଲାନି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ନବୀନଙ୍କ ସହ ଭଲ ସଂପର୍କ ଥିବା ସତ୍ତ୍ୱେ ସମୟ ଆସିଲା ବିଜେପି ଉପଲବ୍ଧି କଲା ସେମାନେ ଓଡ଼ିଶାରେ ସରକାର ଗଢିବେ । ସେଥିପାଇଁ ବିଜେପିର ବରିଷ୍ଠ ନେତା ମାନେ ଲାଗିପଡିଛନ୍ତି । ନରେନ୍ଦ୍ର ମୋଦି ଧରି ନେଇଛନ୍ତି ଯେ, ସେମାନେ ଓଡ଼ିଶାରେ ସରକାର ଗଢିବେ । ସେଥିପାଇଁ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଲୋକମତକୁ ପ୍ରଭାବିତ କରିବାକୁ ଲାଗି ପଡିଛନ୍ତି । ମହିଳା ,ବରିଷ୍ଠ ନାଗରିକ ଭୋଟ ବ୍ୟାଙ୍କ ଉପରେ ବିଜେଡି ନିର୍ଭର କରୁଛି । ହେଲେ ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିପାରେ ।

ଆସନ୍ତାକାଲି ସରିବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର । କଂଗ୍ରେସର ଫୋକସରେ ବାଲେଶ୍ୱର ,ଭଦ୍ରକ ଥିବାରୁ ଆଜି କଂଗ୍ରେସ ପକ୍ଷରୁ AICC ଅଧ୍ୟକ୍ଷ ମଳିକାର୍ଜୁନ ଖଡ଼ଗେ ବାଲେଶ୍ୱର ,ରେମୁଣା ଏବଂ ଭଦ୍ରକ ଚାନ୍ଦବାଲିରେ ମାରାଥନ ପ୍ରଚାର କରିବେ । ଖଡ଼ଗେ ମୋଦିଙ୍କ ଉପରେ ବର୍ଷିବା ସହ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଜୁନ 1 ତାରିଖରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ପାଇଁ ଅପିଲ କରିଛନ୍ତି ଖଡ଼ଗେ । ଦେଶକୁ ବଞ୍ଚାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି । ମୋଦି ହଟାଓ ଦେଶ ବଞ୍ଚାଓ । ବିଜେପି ପାଇଁ ଆଜି ସମ୍ବିଧାନ ବିପଦରେ ,ଗଣତନ୍ତ୍ର ବିପଦରେ । ତେଣୁ କଂଗ୍ରେସର ଲୋକାଭିମୁଖୀ ନିର୍ବାଚନୀ ଇସ୍ତାହାର ସବୁ ବର୍ଗଙ୍କ ପାଇଁ ସହାୟକ ହେବ । କଂଗ୍ରେସ ସରକାର ଆସିବାର ଦୁଇ ମାସ ମଧ୍ୟରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ 30 ଲକ୍ଷ ଚାକିରି ଦେବୁ ବୋଲି କହିଛନ୍ତି ଖଡ଼ଗେ ।

ଏହା ମଧ୍ୟ ପଢନ୍ତୁ....ପରାଜୟ ଭୟରେ ରକ୍ତମୁଖା ବିଜେଡି: ବିଜେପି - BJP MEET CEO

ବାଲେଶ୍ୱରରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ବିଜେଡି ,ବିଜେପି ସହ କଡା ଟକ୍କର ଦେଉଛନ୍ତି । ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଭୋଗରାଇ ,ବସ୍ତାରେ କଂଗ୍ରେସ ପ୍ରାର୍ଥୀମାନେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।ସେହିପରି ଭଦ୍ରକରେ ପୂର୍ବତନ ସାଂସଦ ଅନନ୍ତ ସେଠୀ ମଧ୍ୟ ଭଲ ସ୍ଥିତିରେ ଅଛନ୍ତି । ଭଣ୍ଡାରୀ ପୋଖରୀରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକଙ୍କ ସହ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଛନ୍ତି । ନିରଞ୍ଜନଙ୍କ ପଲା ଭାରି ରହିଛି ବୋଲି ଚର୍ଚ୍ଚା ହେଉଛି । ବାସୁଦେବପୁରରେ ବିଜେଡି ଓ କଂଗ୍ରେସ ମଧ୍ୟରେ ବିଗ୍ ଫାଇଟ ହେଉଛି । ଭଦ୍ରକ ଟାଉନରେ ମଧ୍ୟ ବିଜେଡିର ପ୍ରଫୁଲ ସାମଲଙ୍କ ସହ କଂଗ୍ରେସର ଅସିତ ପଟ୍ଟନାୟକଙ୍କ ସହ ଲଢେ଼ଇ ଦେଖିବାକୁ ମିଳୁଛି ।

ସେହିପରି ଚାନ୍ଦବାଲିରେ ମଧ୍ୟ ବିଜେଡି ,ବିଜେପି ଏବଂ କଂଗ୍ରେସ ତ୍ରିମୁଖୀ ଲଢେଇ ହେଉଛି । ତେବେ ଏଥିରୁ ଆକଳନ କରିହେବ ଉଭୟ ବାଲେଶ୍ୱର ଏବଂ ଭଦ୍ରକରେ କଂଗ୍ରେସ ମୂଖ୍ୟ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଛି ।ଚତୁର୍ଥ ପର୍ଯ୍ୟାୟରେ 6 ଟି ସଂସଦୀୟ କ୍ଷେତ୍ରର 42 ଟି ବିଧାନସଭା ପାଇଁ ଭୋଟ ପଡିବ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଏବଂ ଜଗତସିଂହପୁର ଲୋକସଭା ମଣ୍ଡଳୀରେ ନିର୍ବାଚନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.