ETV Bharat / state

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ପ୍ରସ୍ତୁତି, ଫୋକସରେ ଶାନ୍ତି ଶୃଙ୍ଖଳା - Election Preparation - ELECTION PREPARATION

Election Preparation: ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ସମ୍ପାଦନ ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତି ଥିବା କହିଛନ୍ତି ଏସପି । ଅଧିକ ପଢନ୍ତୁ

Election Preparation
Election Preparation (ETV Bharat Odisha)
author img

By ETV Bharat Odisha Team

Published : May 28, 2024, 12:21 PM IST

ରାଇରଙ୍ଗପୁର : ଓଡିଶାରେ 3ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତା 1 ତାରିଖରେ ଚତୁର୍ଥ ପର୍ଯାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ଜୁନ ମାସ ୧ ତାରିଖ ଦିନ ସାଧାରଣ ନିର୍ବାଚନ ପାଇଁ ହେବ ମତଦାନ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ନେଇ କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ. ସୁଶ୍ରୀ।

Election Preparation (ETV Bharat Odisha)

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଗତ ୨୫ ତାରିଖରେ ହୋଇଥିବା ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଥିଲା ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର ଆଉ ସମସ୍ତ ୮ ଟି ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ସହ ମତଦାନ ପାଇଁ କିଭଳି ବ୍ୟବସ୍ଥା କରାଯାଇଛି ସେନେଇ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରଞ୍ଜିଆରେ ହୋଇଥିବା ମତଦାନରେ ଆଶାନୁରୂପ ଫଳ ମିଳିପାରିଛି ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଭୋଟ ହାର ୭୪.୯୪ ପ୍ରତିଶତ ରହିଥିବା ବେଳେ ୧୭ଟି ପିଭିଟିଜି ବୁଥ ମାନଙ୍କରେ ୯୮ ପ୍ରତିଶତ ମତଦାନ ହୋଇଥିବା ନେଇ ସେ କହିଛନ୍ତି । ୬୭୦ଜଣ ଭୋଟର ମାନଙ୍କ ମଧ୍ୟରୁ ୬୫୫ ଜଣ ମତଦାନ କରିଥିବା ଯୋଗୁଁ ଏହା ଏକ ଅନନ୍ୟ ସଫଳତା ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲ୍ଟେଜ ପ୍ରଚାର; ବାରିପଦା-ରାଇରଙ୍ଗପୁରରେ ମାଗିଲେ ଭୋଟ - CM Naveen Patnaik in Mayurbhanj

ସୂଚନା ଅନୁସାରେ, ଆସନ୍ତା ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୨୧୨୭ଟି ଏବଂ ଗୋଟିଏ ସହାୟକକାରୀ ବୁଥ ପ୍ରସ୍ତୁତ ରହିଛି । ୮ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୯ଜଣ ପ୍ରାର୍ଥୀ ଥିବା ବେଳେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ୧୩ ଜଣ ଆଶାୟୀ ପ୍ରାର୍ଥୀ ଅଛନ୍ତି । ସର୍ବମୋଟ ୧୭,୪୨,୬୭୪ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ ସେଥି ମଧ୍ୟରୁ ୮,୬୩,୪୧୯ ପୁରୁଷ ୮,୭୯,୧୭୫ ମହିଳା ଏବଂ ୮୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ୧୫୧ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ସେଥି ମଧ୍ୟରୁ ୧୪୩ଟି ପୋଲିଂ ଷ୍ଟେସନରେ ସିଧାସଳଖ ୱେବ କାଷ୍ଟିଙ୍ଗ ହେବାର ବ୍ୟବସ୍ଥା କରା ଯାଇଛି । ସେହିପରି ୪୨୬ଟି ସଖୀ ବୁଥ, ୬୨୪ଟି ମିଳିତ ବୁଥ, ୯ଟି ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଥ, ଏବଂ ୮୦ଟି ଯୁବ ବୁଥ ପ୍ରସ୍ତୁତ କରାଯାଇଛି। ବିଧାନସଭା କ୍ଷେତ୍ର ପାଇଁ ପୋଷ୍ଟାଲ ବାଲଟରେ ୬୯୮ଟି ଭୋଟ ଗ୍ରହଣ ହୋଇଥିବା ବେଳେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ୬୦୩ଟି ପୋଷ୍ଟାଲ ବାଲଟ ଗ୍ରହଣ କରାଯାଇଛି।

ସମଗ୍ର ଜିଲ୍ଲାରେ ନିର୍ବାଚନ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ବେଳେ ୫୪ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ, ୫୪ଟି ଷ୍ଟାଟିକ୍ ସର୍ଭିଲେନ୍ସ ଟିମ ଏବଂ ୧୮ଟି ଭିଡ଼ିଓ ସର୍ଭିଲେନ୍ସ ଟିମ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟରତ ରହିଛନ୍ତି । ସମସ୍ତ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ପାଇଁ ଏବଂ ସମସ୍ତ ପୋଲିଂ ଅଧିକାରୀ ମାନଙ୍କ ପାଇଁ ରହିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଖରାରୁ ରକ୍ଷା କରିବା ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ସେପଟେ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୬୯ଟି ମୋବାଇଲ ପାର୍ଟି, ୫ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ପୋଲିସ ପକ୍ଷରୁ କରାଯାଇଥିବା ବେଳେ ୧୦ଟି ଆନ୍ତଃ ରାଜ୍ୟ ଚେକ ପୋଷ୍ଟ, ୭ଟି ଅନ୍ତଃ ଜିଲ୍ଲା ଚେକ ପୋଷ୍ଟ, ୮ଟି ମୋବାଇଲ ଚେକ ପୋଷ୍ଟ ଏବଂ ୯ଟି ଷ୍ଟାଟିକ୍ ଚେକ ପୋଷ୍ଟ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୟୂରଭଞ୍ଜ ଏସପି ଏସ. ସୁଶ୍ରୀ । ସମଗ୍ର ଜିଲ୍ଲାରେ ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ନିର୍ବାଚନ ସମ୍ପୂର୍ଣ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମାପନ କରିବା ନେଇ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ନିଷ୍ଠା ସହିତ କାର୍ଯ୍ୟ କରୁଛି ବୋଲି କହିଛନ୍ତି ମୟୂରଭଞ୍ଜ ଏସପି।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.