ETV Bharat / state

ଭୋଟ ଦେଲେ ଭିନ୍ନକ୍ଷମ ଭୋଟର, ଅନ୍ୟ ପାଇଁ ସାଜିଲେ ଉଦାହରଣ - Disabled voters cast their votes

author img

By ETV Bharat Odisha Team

Published : May 26, 2024, 7:36 AM IST

Disabled voters cast their votes: ଭୁବନେଶ୍ବରରେ ବିଭିନ୍ନ ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କଲେ ଭିନ୍ନକ୍ଷମ ଭୋଟର । ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ଅଧିକ ପଢ଼ନ୍ତୁ

Disabled voters cast their votes
Disabled voters cast their votes (ETV Bharat Odisha)

ଭୁବନେଶ୍ବର: ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଭିନ୍ନକ୍ଷମ ଭୋଟର । ଭୋଟ ଦେବାକୁ ମତଦାନ କେନ୍ଦ୍ର ଆସିଲେ, ଭୋଟ ଦେଲେ । ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ, ପ୍ରେରଣା । ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଭୁବନେଶ୍ବରର ବିଭିନ୍ନ ବୁଥରେ ଦେଖିବାକୁ ମିଳିଥିଲା ଭିନ୍ନକ୍ଷମ ଭୋଟରଙ୍କ ମଧ୍ୟରେ ଉତ୍ସାହ । ସମସ୍ତେ ନିଜର ମତାଧିକାର ସାବସ୍ତ୍ୟ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ।

ଭୁବନେଶ୍ବର ସହିଦନଗର ଥାନା ଅନ୍ତର୍ଗତ ୟୁନିଟ ୯ରେ ଥିବା ବାଳକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ୟୁନିଟ ୯ରେ ରହୁଥିବା ବାସନ୍ତି । ଯିଏକି ବୁଥ ନମ୍ବର ୧୧୨କୁ ଆସିଥିଲେ ଭୋଟ ଦେବା ପାଇଁ । ସାଥିରେ ଥିଲେ ତାଙ୍କର ଭାଉଜ । ନିଜର ଭୋଟ ଦେବାର ଆଗ୍ରହ ତାଙ୍କୁ ଅଟକାଇ ପାରିନଥିଲା । ସାହାରା ବାଡି ତାଙ୍କୁ ଟାଣି ଆଣିଥିଲା ତାଙ୍କ ଜାତୀୟ କର୍ତ୍ତବ୍ୟ ପାଳନ କରିବାକୁ । ସେ ନିଷ୍ପତ୍ତି ନେଇଥିଲେ ଲୋକଙ୍କ ଗହଣରେ ମତ ସାବ୍ୟସ୍ତ କରିବେ । ଏଥିପାଇଁ ଡହ ଡହ ଖରାକୁ ଖାତିର ନକରି ପହଞ୍ଚିଥିଲେ ବୁଥରେ । ସେଠାରୁ ତାଙ୍କୁ ପାଛୋଟି ନେଇଥିଲେ‌ ଭଲ୍ୟୁଣ୍ଟର । ଏନେଇ ବାସନ୍ତି କହିଛନ୍ତି ଯେ, ଘରୁ ଆସିବା ପାଇଁ ବିଏମ୍‌ସିର କର୍ମଚାରୀ ସୁବିଧା କରିଦେଇଥିଲେ । ସେ ଅଟୋ ଜରିଆରେ ବୁଥରେ ପହଞ୍ଚିଥିଲେ । ସାଥିରେ ତାଙ୍କର ଭାଉଜଙ୍କୁ ଆଣି ଆସିଥିଲେ । ଯିଏ ତାଙ୍କୁ ଏହି ସମାଜରେ ସୁରକ୍ଷିତ ଓ ଉତ୍ତମ ଶାସନ ବ୍ୟବସ୍ଥାର ସାହାରା ଦେବ, ତାଙ୍କୁ ଭୋଟ ଦେବେ ବୋଲି କହିଥିଲେ ।

ତେବେ ଏସବୁ କହିବା ଭିତରେ ନିଜ ପାଇଁ ପଦିଏ କହିଥିଲେ ବାସନ୍ତି । ବହୁତ ସମସ୍ୟାରେ ସେ ଦିନ କାଟୁଛନ୍ତି । ନିଜର ଏକ ଭୋଗ ଦୋକାନ ରହିଛି । ଯେଉଁଥିରେ ସେ ଓ ତାଙ୍କର ଦୁଇ ଭାଇ ମିଶି ଚଳୁଛନ୍ତି । ତାଙ୍କ ପାଇଁ କିଛି ସରକାରୀ ସୁବିଧା ନାହିଁ । ତେଣୁ ତାଙ୍କ ପାଇଁ ସେସବୁ ବ୍ୟବସ୍ଥା କରାଗଲେ ସେ ଉପକୃତ ହେବେ ବୋଲି କହିଥିଲେ । ଏପରିକି ତାଙ୍କର ଏସବୁ ସୁବିଧା ଯେଉଁ ନେତା କରିବ ସେଭଳି ନେତା ସେ ଚାହିଁଛନ୍ତି । ଏନେଇ ସେ ମତ ସାବ୍ୟସ୍ତ କରିଛନ୍ତି । ଏପରିକି ସେ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି, ସମସ୍ତେ ଆସି ମତଦାନ‌ କରିବାକୁ ।

ଏହା ମଧ୍ୟ ପଢ଼ନ୍ତୁ...ଅସହ୍ୟ ଗୁଳିଗୁଳି, ମତଦାନ କେନ୍ଦ୍ରରେ କମିଲେ ଭୁବନେଶ୍ବର ଭୋଟର - Voting In Bhubaneswar

ସେହିପରି ଭୁବନେଶ୍ବରରେ ଅନ୍ୟ ସବୁ ବୁଥରେ ମଧ୍ୟ ଦେଖିବାକୁ ମିଳିଥିଲା ଦିବ୍ୟାଙ୍ଗ ଓ ଭିନ୍ନକ୍ଷମ ଭୋଟରଙ୍କୁ । ଯେଉଁମାନେ ଉତ୍ସାହର ସହ ଆସି ନିଜର ମତ ସାବ୍ୟସ୍ତ କରି ଗଣତନ୍ତ୍ରର ମହାନ ପର୍ବର ପରାକାଷ୍ଠାକୁ ଦେଖାଇଛନ୍ତି । ଏନେଇ ସମସ୍ତ ବୁଥରେ ମଧ୍ୟ ଭଲ୍ୟୁଣ୍ଟର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ଖରାକୁ ଦୃଷ୍ଟିରେ ରଖି ଓଆର୍‌ଏସ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସେହିପରି ଅନେକ ସ୍ଥାନରେ ଭଲ୍ୟୁଣ୍ଟରମାନେ ଓ କିଛି ସ୍ଥାନରେ ସମ୍ପର୍କୀୟମାନେ ମଧ୍ୟ ଆସି ଭିନ୍ନକ୍ଷମ ଭୋଟରଙ୍କ ସହ ଆସି ସେମାନଙ୍କ ପାଇଁ ମତଦାନ କରିଥିଲେ । ନିର୍ବାଚନ‌ ପୂର୍ବରୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁମାନେ ପୋଷ୍ଟାଲ ବାଲାଟ ଚାହିଁଥିଲେ, ସେମାନଙ୍କ ପାଇଁ ପୂର୍ବରୁ ବ୍ୟବସ୍ଥା କରାଯାଇଥିଲା । ଯେଉଁମାନେ ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବେ ସେମାନଙ୍କ‌ ପାଇଁ ଆବେଦନ‌‌ କରିବା ପାଇଁ ଇଲେକ୍ସନ କମିଶନଙ୍କ ପାଖରେ ବ୍ୟବସ୍ଥା ହୋଇଥିଲା । ସେମାନେ ମଧ୍ୟ ଜିଲ୍ଲା ପ୍ରଶାସନ ସହାୟତାର ମତଦାନ‌ ପୂର୍ବରୁ ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.