ETV Bharat / state

କମ୍ପିଲା କଟକ; ନାମାଙ୍କନ ଭରିଲେ ସଂତୃପ୍ତ ଓ ଭର୍ତ୍ତୃହରି - Lok Sabha Election 2024 - LOK SABHA ELECTION 2024

Cuttack Lok Sabha: କଟକ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଓ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସି ନାମାଙ୍କନ ଭରିଛନ୍ତି ଏହି ଦୁଇ ନେତା । ଅଧିକ ପଢ଼ନ୍ତୁ

Cuttack Lok Sabha
Cuttack Lok Sabha (ETV BHARAT ODISHA)
author img

By ETV Bharat Odisha Team

Published : May 3, 2024, 5:00 PM IST

Cuttack Lok Sabha (ETV BHARAT ODISHA)

କଟକ: ଆଜି କମ୍ପିଲା କଟକ ମୈଦାନ । ନାମାଙ୍କନ ଭରିଲେ ହେଭିୱେଟ ନେତା । କଟକ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର ଓ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସି ନାମାଙ୍କନ ଭରିଛନ୍ତି ଏହି ଦୁଇ ନେତା । ସଂତୃପ୍ତ ନାମାଙ୍କନ ପୂର୍ବରୁ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରିଥିଲେ । ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି କିନ୍ତୁ ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ।

ଆଜି (ଶୁକ୍ରବାର) କଟକରେ ହାଇଭୋଲଟେଜ୍‌ ଲଢ଼େଇ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଏହି କ୍ରମରେ କଟକ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଏକ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସଂତୃପ୍ତ ମିଶ୍ର । କଟକ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସଂତୃପ୍ତ । ବିଜେଡିର ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ନେଇ ସଂତୃପ୍ତ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କାକଟପୁରରେ ବିଜେପିର ଶକ୍ତି ପ୍ରଦର୍ଶନ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ ଶୋ - BJP Campaign Kakatpur

ସେହିପରି ଶଙ୍ଖ ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିବା ଭର୍ତ୍ତୃହରି ମହତାବ ମଧ୍ୟ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିନା ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ଭର୍ତ୍ତୃହରି । ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି ଭର୍ତ୍ତୃହରି । ସେହିପରି କଟକ ସଦର ନିର୍ବାଚନ ମଣ୍ଡଳୀର ଦୁଇ ନେତା ଚନ୍ଦ୍ର ସାରଥୀ ବେହରା ଏବଂ ପ୍ରକାଶ ସେଠୀ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.