ETV Bharat / state

ମହାପ୍ରଭୁଙ୍କୁ ଅପମାନ ଘଟଣାରେ କଂଗ୍ରେସର ସମାଲୋଚନା, 'ବିଜେପିରୁ ସମ୍ବିତ ପାତ୍ରଙ୍କୁ ବହିଷ୍କାର କରାଯାଉ' - Sambit Patra Controversy - SAMBIT PATRA CONTROVERSY

Pawan Khera reaction on Sambit Patra's Remark: ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବୟାନକୁ ନେଇ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ପବନ ଖେଡା । ଅଧିକ ପଢନ୍ତୁ

pawan khera reaction on Sambit Patras Remark
pawan khera reaction on Sambit Patras Remark (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 2:30 PM IST

Updated : May 21, 2024, 2:49 PM IST

ମହାପ୍ରଭୁଙ୍କୁ ଅପମାନ ଘଟଣାରେ କଂଗ୍ରେସର ସମାଲୋଚନା (ETV Bharat Odisha)

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କୁ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଅପମାନ ମନ୍ତବ୍ୟ ଦେବା ଘଟଣା । ରାଜ୍ୟ ରାଜଧାନୀରୁ ନେଇ ଜାତୀୟ ରାଜଧାନୀ ନେଇ ସବୁଠି ଦେଖିବାକୁ ମିଳିଛି ସମାଲୋଚନା । ତେବେ ଭୁଲ ବଶତଃ ମନ୍ତବ୍ୟ ଦେଇଥିଲି ବୋଲି କହି କ୍ଷମା ପ୍ରାର୍ଥନୀ କରିବା ପରେ ମଧ୍ୟ ଏହାକୁ ଗ୍ରହଣ କରିପାରୁ ନାହାନ୍ତି ବିରୋଧୀ । ସମ୍ବିତଙ୍କ ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କଲେ କଂଗ୍ରେସ ମୁଖପାତ୍ର ପବନ ଖେଡା । 24 ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ପବନ ଖେଡା କହିଛନ୍ତି, "ମହାପ୍ରଭୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ବଡ଼ ଅପମାନ ଅଟେ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଏହା ଆଘାତ ଦେଇଛି । ରାଜନୀତିରେ ଧର୍ମକୁ ବିଜେପି ସବୁବେଳେ ଅସ୍ତ୍ର କରି ନିର୍ବାଚନ ଲଢୁଥିବା ବେଳେ ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ ଅଟେ । ମହାପ୍ରଭୁଙ୍କୁ ଅପମାନ କରିବା କାହାର ଅଧିକାର ନାହିଁ । ବିଜେପି ଅହଙ୍କାର ଏତେ ବଢ଼ିଯାଇଛି ଯେ ସେ ମହାପ୍ରଭୁଙ୍କୁ ମୋଦିଙ୍କ ଭକ୍ତ ବୋଲି ବିଜେପି ନେତା କହିଛନ୍ତି । ରାଜ୍ୟ ରାଜନୀତିରେ ଏହାର ପ୍ରଭାବ ନିଶ୍ଚିତ ଭାବେ ପଡିବ । ବିଜେପିକୁ ଜନତା ହିଁ ଜବାବ ଦେବେ । କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ ତୁରନ୍ତ ଏହି ଅପମାନ ଘଟଣାରେ ବିଜେପିରୁ ସମ୍ବିତ ପାତ୍ରଙ୍କୁ ବହିଷ୍କାର କରାଯାଉ । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।"

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଏହି ପ୍ରସଙ୍ଗକୁ କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ନିକଟରେ ପହଞ୍ଚାଇବ । ଆଗାମୀ ଦିନରେ ଜନତା ଏହାର ଉଚିତ୍ ଜବାବ୍ ଦେବେ । କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ମୋଦିଙ୍କ ଭକ୍ତ କହିବା ଲଜ୍ଜାଜନକ । ବିଜେପି ଭଗବାନଙ୍କୁ ବି ତଳକୁ ନେଇ ଯାଇଛି । ଏହାକୁ କେହି ବରଦାସ୍ତ କରିବେ ନାହିଁ । ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ନିର୍ବାଚନରେ ଦେବେ ।

ଏହା ମଧ୍ୟ ପଢନ୍ତୁ: ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ନବୀନ, ରାହୁଲ, କେଜ୍ରିଓ୍ବାଲଙ୍କ ନିନ୍ଦା, କ୍ଷମା ମାଗିଲେ ସମ୍ବିତ - Sambit Patra Controversy଼

କହି ରଖୁଛି କି, କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ପବନ ଖେଡା ଓ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ମହାପ୍ରଭୁଙ୍କ ଦର୍ଶନ କରି ପବନ ଖେଡା ବେଶ୍ ଖୁସି ଥିବା କହିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପବନ ଖେଡା। ସେପଟେ ମୋଦିଙ୍କ ଭକ୍ତ ଜଗନ୍ନାଥ ମନ୍ତବ୍ୟ ଦେଇଥିବା ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : May 21, 2024, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.