ETV Bharat / state

ଓଡ଼ିଶାରେ ନିର୍ବାଚନ ହିଂସା ପଶ୍ଚିମବଙ୍ଗକୁ ଟପି ଗଲାଣି: ସମୀର ମହାନ୍ତି - bjp press meet

author img

By ETV Bharat Odisha Team

Published : May 20, 2024, 11:00 PM IST

BJP PRESS MEET: ବରଗଡ଼ ନିର୍ବାଚନୀ ହିଂସାରେ ବିଜେଡିକୁ ଦାୟି କଲା ବିଜେପି । ବିଜୁ ଜନତା ଦଳ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରୁଥିବା ଅଭିଯୋଗ ଆଣିଲା ଭାରତୀୟ ଜନତା ପାର୍ଟି । ବିଜେଡି ଉପରେ ବର୍ଷିଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଅଧିକ ପଢନ୍ତୁ

ଓଡ଼ିଶାରେ ନିର୍ବାଚନ ହିଂସା ବେଙ୍ଗଲକୁ ଟପି ଗଲାଣି: ବିଜେପି ନେତା ସମୀର
ଓଡ଼ିଶାରେ ନିର୍ବାଚନ ହିଂସା ବେଙ୍ଗଲକୁ ଟପି ଗଲାଣି: ବିଜେପି ନେତା ସମୀର (ETV Bharat Odisha)

ଭୁବନେଶ୍ବର: ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ଅବସରରେ ରାଜ୍ୟର କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମଳିଛି । ନିର୍ବାଚନୀ ହିଂସାକୁ ନେଇ ବିଜେଡି ଉପରେ ବର୍ଷିଛି ବିଜେପି । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ବିଜେଡିକୁ କଡ଼ା ଟାର୍ଗେଟ କରିଛନ୍ତି । ବିଜୁ ଜନତା ଦଳ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରୁଥିବା ଅଭିଯୋଗ ଆଣିଛନ୍ତି । ଓଡ଼ିଶାରେ ନିର୍ବାଚନ ହିଂସା ବେଙ୍ଗଲକୁ ଟପି ଗଲାଣି ବୋଲି ସାମ୍ବାଦିକ ସମ୍ମିଳନୀ କହିଛନ୍ତି ସମୀର । ଆଜି ଦିତ୍ବୀୟ ପର୍ଯ୍ୟାୟ ଭୋଟ ଚାଲି ଥିବାବେଳେ ବରଗଡ଼ ଠାରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା ।

ସମୀର କହିଛନ୍ତି ଯେ, ଆଜି ବିଜୁ ଜନତା ଦଳ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରୁଛି । ବିଜେଡିର ବଡ଼ପଣ୍ଡାମାନେ ଏଭଳି ଆଚରଣ କରୁଛନ୍ତି । ଓଡ଼ିଶାରେ ନିର୍ବାଚନ ହିଂସା ବେଙ୍ଗଲକୁ ଟପି ଗଲାଣି । ବିଜେଡିର ପାଦ ତଳେ ଖସି ଗଲାଣି । ବରଗଡ଼ ଜିଲ୍ଲାରେ ଗତକାଲି ରାତିରେ ସରସରା ଗ୍ରାମରେ ବିଜେଡ଼ିର ନେତାମାନେ ଟଙ୍କା ବାଣ୍ଟୁ ଥିଲେ । ନିର୍ବାଚନ ଜିତିବା ପାଇଁ ବିଜେଡି କିଛି ବି କରିପାରେ । ଆଜି ବରଗଡ଼ ସରସର ବୁଥ ପାଖରେ ବିଜେପିର କର୍ମୀ ବିଶ୍ୱନାଥ ମିର୍ଦ୍ଧାଙ୍କୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଛନ୍ତି । ହତ୍ୟାକାରୀ ଅଶୋକ ମହାନନ୍ଦା, ଦେବେଶ ଆଚାର୍ଯ୍ୟ, ଭଟଲିର ସୁଶାନ୍ତ ସିଂ ଏମାନଙ୍କ ସମ୍ପୃକ୍ତି ରହିଛନ୍ତି । ଘାଇଲା ବାଘ ଭଳି ମଣିଷ ଖାଇବାକୁ ପଛାଉ ନାହାନ୍ତି ବିଜେଡ଼ି ନେତା ମାରିବାକୁ ପଛାଉ ନାହାନ୍ତି । ତେବେ ବ୍ୟକ୍ତିଗତ ଶତ୍ରୁତା କହି ଏହାକୁ ଏଡ଼ାଇ ଦେଉଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ମଧ୍ୟ ପ୍ରେସ ରିଲିଜରେ କହୁଛନ୍ତି କିଛି ମୁଷ୍ଟିମେୟ ଅଫିସର ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ ......ରାଉରକେଲାରେ ବୁଥରେ ଚାପା ଉତ୍ତେଜନା, ବିଜେଡି-ବିଜେପି କର୍ମୀ ମୁହାଁମୁହିଁ - Poll Violence In Rourkela

ସେହିପରି ଭଞ୍ଜନଗର, କଣ୍ଟାମାଳ, ବିଜେପୁର ଏବଂ ପାଟଣା ଗଡ଼ର 11ଟି ବୁଥରେ ହିଂସା କାଣ୍ଡ ସହ ଟଙ୍କା ବାଣ୍ଟି ଥିବା ଅଭିଯୋଗ ଆସିଛି ବୋଲି ବିଜେପି ଅଭିଯୋଗ କରିଛି । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ହଙ୍ଗାମା ଦେଖିବାକୁ ମିଳିଛି । ବିଜେଡି ଓ ବିଜେପି କର୍ମୀ ମାଡ ମରାମରି ହୋଇଥିବା ଅଭିଯୋଗ ହୋଇଛି । ତେବେ ବିଜେଡି କର୍ମୀ ବୁଥ୍ ରାଗିଂ ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି କର୍ମୀ ବିରୋଧ କରିଥିଲେ ବୋଲି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.