ETV Bharat / state

ମିଶନ ଶକ୍ତି ନାଁରେ ରାଜ୍ୟରେ ରାଜନୀତିକରଣ ହେଉଛି: ବିଜେପି - BJP MEET CEO

BJP MEET CEO: ସରକାରୀ ବାବୁମାନେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବା ଅଭିଯୋଗ କରିଛି ବିଜେପି । ମିଶନ ଶକ୍ତି ଆଳରେ ଅର୍ଥ କାରବାର ସୁଜାତା କାର୍ତ୍ତିକେୟନ ନିୟନ୍ତ୍ରଣ କରୁଥିବା ଅଭିଯୋଗ ଆଣିଛି ଦଳ । ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 30, 2024, 7:29 AM IST

BJP ALLEGES AGAINST SUJATA R KARTHIKEYAN OVER CODE OF CONDUCT VIOLATION
BJP ALLEGES AGAINST SUJATA R KARTHIKEYAN OVER CODE OF CONDUCT VIOLATION (ETV Bharat Odisha)

ଭୁବନେଶ୍ବର: ସୁଜାତା କାର୍ତ୍ତିକେୟନଙ୍କ ନାମରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି । କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ଜାତୀୟ ସହରୀ ଜୀବିକା ମିଶନ ଜରିଆରେ ରାଜ୍ୟକୁ ବ୍ୟାପକ ଟଙ୍କା ଆସିଛି । କିନ୍ତୁ ମିଶନ ଶକ୍ତି ନାଁରେ ରାଜ୍ୟରେ ରାଜନୀତିକରଣ ହେଉଥିବା ଅଭିଯୋଗ କରିଛି ବିଜେପି ।

ମିଶନ ଶକ୍ତି ନାଁରେ ରାଜ୍ୟରେ ରାଜନୀତିକରଣ ହେଉଛି (ETV Bharat Odisha)

ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ଜାତୀୟ ସହରୀ ଜୀବିକା ମିଶନ ଜରିଆରେ ରାଜ୍ୟକୁ ବ୍ୟାପକ ଟଙ୍କା ଆସିଛି । କିନ୍ତୁ ମିଶନ ଶକ୍ତି ନାଁରେ ରାଜ୍ୟରେ ରାଜନୀତିକରଣ ହେଉଛି । ପାଣ୍ଡିଆନଙ୍କ ସଭାରେ ଲୋକଙ୍କୁ ଯୋଗାଡ କରୁଛନ୍ତି ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ଅମ୍ବିକା ଦାସ ଓ ବିନୋଦ ଜେନା । ଆଉ ଏସବୁକୁ ନିୟନ୍ତ୍ରଣ କରୁଛନ୍ତି ସୁଜାତା କାର୍ତ୍ତିକେୟନ । ମିଶନ ଶକ୍ତି ଆଳରେ ଅର୍ଥ କାରବାର ହେଉଛି । ସରକାରୀ ବାବୁମାନେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଥିବା ବିଜେପି ଅଭିଯୋଗ କରିଛି । ଏହାର ପ୍ରମାଣ ସିଇସିଙ୍କୁ ଦିଆଯାଇଛି । ଏହି ଘଟଣାରେ ସୁଜାତା କାର୍ତ୍ତିକେୟନଙ୍କୁ ନିଲମ୍ବନ କିମ୍ବା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ।

ସେହିପରି ପରାଜୟ ଭୟରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ରକ୍ତମୁଖା ହୋଇଥିବା ଅଭିଯୋଗ କରିଛି ବିଜେପି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ତେଣୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାଷ ସାହୁଙ୍କ ଗାଡିକୁ ଭାଙ୍ଗି ଦେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀମାନେ ।

ଏହା ମଧ୍ୟ ପଢନ୍ତୁ .....କିଏ ହେବ ମହାକାଳପଡ଼ା ମହାରାଜା ? ରିପିଟ୍‌ କରିବେ ଅତନୁ, ନା ଚେକ୍‌ ଦେବେ ବିରୋଧୀ ! - Mahakalpada Assembly Election 2024

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତକାଲି ଡିଏସ୍‌ କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରୁ ସସ୍‌ପେଣ୍ଡ କରିଥିଲେ ECI । CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ଏନେଇ ସିଇଓଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ECI । ନିର୍ବାଚନ ପ୍ରକ୍ରିୟାରେ ଅନୁଚିତ୍ ହସ୍ତକ୍ଷେପ ପାଇଁ ସସ୍‌ପେଣ୍ଡ କଲେ । ସସ୍‌ପେଣ୍ଡ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସ୍‌ରେ କାର୍ଯ୍ୟ କରିବେ । ଅନ୍ୟପଟେ ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ । ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିଶନ । ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ECI । ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ । ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.