ପରାଜୟ ଭୟରେ ରକ୍ତମୁଖା ବିଜେଡି: ବିଜେପି - BJP MEET CEO - BJP MEET CEO
BJP Meets CEO: ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବଜେପି । ବିଜେଡି ପରାଜୟ ଭୟରେ ଆତଙ୍କିତ ହୋଇ ବିଜେପି କର୍ମୀଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ କରି କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରିଛି ଦଳ । ଅଧିକ ପଢନ୍ତୁ
Published : May 29, 2024, 8:00 PM IST
ଭୁବନେଶ୍ବର: ବିଜେଡି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବଜେପି । ବିଜେପି ଅଭିଯୋଗ କରିଛି ଯେ, ପରାଜୟ ଭୟରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ରକ୍ତମୁଖା ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ତେଣୁ ତାଙ୍କୁ ସହଯୋଗ ପାଇଁ ପାର୍ଟିର କର୍ମୀ ଧାମନଗର ଗସ୍ତରେ ଯାଉଛନ୍ତି । ଏହି ସମୟରେ ବିଜୁ ଜନତା ଦଳର କର୍ମୀ ବିଜେପି କର୍ମୀଙ୍କୁ ତୋଟପଡ଼ାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ସେହିପରି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ଦୁଇ ଦିନ ବାକି ଥିବାବେଳେ ରାଜ୍ୟରେ ଅଚଳ ଓ ଅବ୍ୟବହୃତ ଇଭିଏମ ଦାୟିତ୍ବରେ ରୁହନ୍ତୁ କେନ୍ଦ୍ରୀୟ ପୋଲିସ ଫୋର୍ସ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଭଳି ଦାବି କରିଛି ବିଜେପି । ବିଜେପିର ଏକ ପ୍ରତିନିଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟି ଲିଖିତ ଭାବରେ ଜଣାଇଛି । ବ୍ୟବହୃତ ଇଭିଏମ କଡା ସୁରକ୍ଷାରେ ରହି ଥିବାବେଳେ ଏ ଇଭିଏମ ଗୁଡିକ ଥିବା ରୁମ ଗୁଡିକର ମଧ୍ୟ କଡା ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ଦାବି କରିଛି ଦଳ ।
ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି," ଅସହ୍ୟ ପରାଜୟ ଭୟରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ରକ୍ତମୁଖା ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ତେଣୁ ତାଙ୍କୁ ସହଯୋଗ ପାଇଁ ଆମ ପାର୍ଟିର କର୍ମୀମାନେ ଧାମନଗର ଗସ୍ତରେ ଯାଉଛନ୍ତି । ଏହି ସମୟରେ ବିଜୁ ଜନତା ଦଳର କର୍ମୀ ତୋଟପଡ଼ାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଓ ଟଙ୍କା ଛଡ଼ାଇ ନେଇଛନ୍ତି । ବିଜେଡିର ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ମଣ୍ଟୁ ମହାନ୍ତି ଏପରି ଆକ୍ରମଣ କରିଛନ୍ତି କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ତେଣୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରିଛୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାଜପୁର ସୁକିନ୍ଦାରେ ମଧ୍ୟ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ପୋଷ୍ଟର ଲଗାଉଥିବା ସମୟରେ ମରଣାନ୍ତକ ଆକ୍ରମଣ କରାଯାଇଛି । ତେଣୁ ଉଭୟ ହିଂସାତ୍ମକ କାର୍ଯ୍ୟ ବିରୋଧରେ ପୋଲିସ ଡିଜିଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କ ଆଗରେ ଦାବି କରିଛୁ । ବିଜେପି ବିଗତ ୨ମାସ ଭିତରେ ୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ଧରି ନିର୍ବାଚନ ଅଧିକାରୀଙ୍କୁ ଗୁହାରି କରିଛି । ବିଜେପିର ନେତା, କର୍ମୀ ଓ ସମର୍ଥକକୁ ବିଜେଡି ଅକଥନୀୟ ଅତ୍ୟାଚାର ଦିଆଯାଇଛି । ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ପ୍ରଚୁର ଅର୍ଥ ଦେଇ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି ।
ସେହିପରି ଖଲ୍ଲିକୋଟ ଓ ବରଗଡଠାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା । ମଧ୍ୟ ଭୁବନେଶ୍ୱରରେ ନିର୍ବାଚନ ପ୍ରକ୍ରିୟା ଚାଲି ଥିବାବେଳେ ବିଜେପି କର୍ମୀମାନଙ୍କୁ ଅଚାନକ ଆକ୍ରମଣ କରାଗଲା । ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ସାହୁଙ୍କ ଗାଡିକୁ ଭାଙ୍ଗି ଦେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀମାନେ । ତେଣୁ ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ଆମେ ସିଇଓ ପାଖରେ ରଖିଛୁ । ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ କେମିତି ନିରପେକ୍ଷ ହେବ ତାହା ଉପରେ ଆଲୋଚନା କରିଥିବା କହିଛନ୍ତି ସତ୍ୟବ୍ରତ ପଣ୍ଡା ।
ଇଟିଭି ଭାରତ, ଭୁବନେଶ୍ବର