ETV Bharat / state

ଭୋଟ ବିକଳରେ ଟଙ୍କା ବାଣ୍ଟୁଛି ବିଜେଡି: ବିଜେପି - BJP MEET CEO

author img

By ETV Bharat Odisha Team

Published : May 11, 2024, 10:42 PM IST

BJP MEET CEO: ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି । ଶାସକ ଦଳ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ଭୋଟ ବିକଳରେ ଟଙ୍କା ବାଣ୍ଟୁଛି ବିଜେଡି: ବିଜେପି
ଭୋଟ ବିକଳରେ ଟଙ୍କା ବାଣ୍ଟୁଛି ବିଜେଡି: ବିଜେପି (ETV Bharat Odisha)

ଭୁବନେଶ୍ବର: ପ୍ରଦୀପ ମାଝୀଙ୍କ ବିରୋଧରେ ଆସିଲା ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି । ନିର୍ବାଚନ ପ୍ରଚାର ପାଇଁ ବିଜେଡି ସରକାରୀ କଳକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିଛି ଦଳ । ଭୋଟର୍‌ଙ୍କୁ କିଣିବା ପାଇଁ ବିଜେଡି ପକ୍ଷରୁ ଖୋଲାଖୋଲି ଟଙ୍କା ବଣ୍ଟାଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପିର ଅଭିଯୋଗ ଅନୁଯାୟୀ ନବରଙ୍ଗପୁର ଲୋକସଭା ଆସନର ପ୍ରାର୍ଥୀ ପ୍ରଦୀପ ମାଝୀ ଓ ତାଙ୍କ କର୍ମୀ ତାଙ୍କ ଗାଡିରେ ଟଙ୍କା ଧରି ବୁଲୁଛନ୍ତି । ସଭା ବା ଅନ୍ୟାନ କାର୍ଯ୍ୟକ୍ରମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସିଧାସଳଖ ଟଙ୍କା ବାଣ୍ଟୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ଏହା ନିର୍ବାଚନ ଆଚରଣ ବିଧି ଆଇନକୁ ଉଲ୍ଲଙ୍ଘନ କରୁଛି । ଏହା ସହିତ ନିର୍ବାଚନୀ ସଭାରେ ଛୋଟ ପିଲାଙ୍କୁ ନଚେଇ ସଭା ପରିଚାଳନା କରିଛନ୍ତି । ଯାହା ମଧ୍ୟ ଏହି ଆଇନକୁ ଉଲ୍ଲଙ୍ଘନ କରୁଛି ।ଏହି ଘଟଣାକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି । ଏହି ସଂକ୍ରାନ୍ତରେ ଉଚିତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସିଇଓ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି ଯେ, ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଏକ ପର୍ବ । ନିର୍ବାଚନ ଆଚରଣ ସଂହିତାକୁ ମାନି ଶୃଙ୍ଖଳିତଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ । କିନ୍ତୁ ଶାସକ ବିଜେଡି ଅଭ୍ୟାସଗତ ଭାବେ ଓ ନିର୍ବାଚନ ହାରିବା ଭୟରେ ସରକାରୀ କଳ, ବଳ ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ଆସୁଛି । ବିଜେପି ସର୍ବଦା ଚାହୁଁଛି ଶାନ୍ତିଶୃଙ୍ଖଳାଭାବେ ନିର୍ବାଚନ ହେଉ ।

ଏହା ମଧ୍ୟ ପଢନ୍ତୁ .....'ସରକାରୀ ଗାଡି ବ୍ୟବହାର କରୁଛନ୍ତି ବିଜେପି ପ୍ରାର୍ଥୀ', ସିଇଓଙ୍କ ଦ୍ବାରସ୍ଥ ବିଜେଡି - BJD MEETS CEO

ନିର୍ବାଚନ ହାରିବାର ଭୟ ଘାରିଛି ବିଜୁ ଜନତା ଦଳକୁ । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିଆସୁଛି ବିଜେଡି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଣ୍ଟିବା ଆରମ୍ଭ କରିଦେଇଛି । ଗତ ନିର୍ବାଚନ ମାନଙ୍କରେ ମିଥ୍ୟା ପ୍ରତିଶ୍ରୁତି, ସରକାରୀ କଳକୁ ବ୍ୟବହାର କରି ଏବଂ ଟଙ୍କା ବାଂଟି ଭୋଟରଙ୍କୁ ପ୍ରଭାବିତ କରିଆସୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,ଦୀର୍ଘବର୍ଷ ଶାସନରେ ବିଜୁ ଜନତା ଦଳ ରହିବା ହେତୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ନିଜକୁ ରାଜା ମହାରାଜା ଭାବିଲେଣି । ସେ ନିର୍ବାଚନ ପ୍ରଚାରରେ କୁନି କୁନି ପିଲା ଓ ଝିଅମାନଙ୍କୁ ନୃତ୍ୟ କରାଉଛନ୍ତି, ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି । ବିଜେଡି ନିର୍ବାଚନ ଜିତିବା ଲାଳସାରେ ମାନବିକତା ଭୁଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.