ETV Bharat / state

ପରାଜୟ ଭୟରେ ଅରୁଚିକର ମନ୍ତବ୍ୟ ଦେଉଛି ବିଜେପି: ବିଜେଡି - bjd targets bjp - BJD TARGETS BJP

BJD PRESS MEET: ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଖଲ୍ଲିକୋଟ ରାଜ ଉଆସରେ ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିମ୍ନସ୍ତରର ମନ୍ତବ୍ୟ ବୋଲି କହିଲା ବିଜେଡି । ଅଧିକ ପଢନ୍ତୁ

ପରାଜୟ ଭୟରେ ଅରୁଚିକର ମନ୍ତବ୍ୟ ଦେଉଛି ବିଜେପି:- ବିଜେଡି
ପରାଜୟ ଭୟରେ ଅରୁଚିକର ମନ୍ତବ୍ୟ ଦେଉଛି ବିଜେପି:- ବିଜେଡି (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 10:40 PM IST

ପରାଜୟ ଭୟରେ ଅରୁଚିକର ମନ୍ତବ୍ୟ ଦେଉଛି ବିଜେପି:- ବିଜେଡି (ETV Bharat Odisha)

ଭୁବନେଶ୍ବର: ବିଜେପି ନେତା ପିତାମ୍ବର ଆଚାର୍ଯ୍ୟଙ୍କ ମନ୍ତତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଚଳିତ ନିର୍ବାଚନରେ ଶୋଚନୀୟ ଭାବେ ହାରିବାକୁ ଯାଉଛି । ତେଣୁ ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ଅତି ନିମ୍ନରୁଚିର ମନ୍ତବ୍ୟ ମାନ ଦେଉଛନ୍ତି । ରାଜନୀତିରେ ଅତି ନିମ୍ନ ସ୍ତରକୁ ଯାଇ ଖଲ୍ଲିକୋଟ ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ । ରାଜନୀତିରେ ଏହାଠାରୁ ନିମ୍ନସ୍ତର ଆଉ କିଛି ନଥିବ ବୋଲି କହିଛନ୍ତି ବିଜେଡିର ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ବିଜେଡି ମୁଖପାତ୍ର ତୁମ୍ବାନାଥ ପଣ୍ଡା କହିଛନ୍ତି ଯେ, ସର୍ବ ସାଧାରଣରେ ମନ୍ତବ୍ୟ ଦେବା ବେଳେ ଭଦ୍ରାମୀ ଓ ସଂଯମତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଦିନ ତଳେ କହିଥିଲେ । ହେଲେ ଲାଗୁଛି ଆଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେବାକୁ ସତେ ଯେମିତି ବିଜେପି ନେତା ସଂକଳ୍ପ ନେଇଛନ୍ତି । ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଆଜି ଯାହା ବିବୃତି ଦେଇଛନ୍ତି ତାହା ଅତ୍ୟନ୍ତ ନିମ୍ନସ୍ତରର ମନ୍ତବ୍ୟ । ଖଲ୍ଲିକୋଟ ଉଆସରେ ଏହି ଷଡଯନ୍ତ୍ର ରଚନା କରାଯାଇଥିବା ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ମନ୍ତବ୍ୟ ଦେଇଛନ୍ତି । ଯାହାକି ଦିବଙ୍ଗତ ରାଣୀ ମାଆଙ୍କ ବ୍ୟକ୍ତିତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ବୟାନ ଦେଇ ପିତାମ୍ବର କେବଳ ବିଜେପିର ହୀନମନ୍ୟତା ପଦାରେ ପକାଇ ନାହାନ୍ତି । ବରଂ ଖଲ୍ଲିକୋଟ ରାଣୀ ସ୍ୱର୍ଗତ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଅମର ଆତ୍ମାକୁ ଅପମାନିତ କରିଛନ୍ତି । ସେହିଭଳି ସ୍ୱର୍ଗତ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଉତ୍ତରାଧିକାରୀଙ୍କ ପ୍ରତି ମଧ୍ୟ ପିତାମ୍ବର ଦେଇଥିବା ଅପମାନସୂଚକ ଟିପ୍ପଣୀକୁ ନେଇ ସମସ୍ତେ ଆଚମ୍ବିତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିତାମ୍ବର ଜାଣି ରଖିବା ଦରକାର କେବଳ ଖଲ୍ଲିକୋଟ ଅଞ୍ଚଳରେ ନୁହେଁ, ବରଂ ସମଗ୍ର ଗଞ୍ଜାମ ତଥା ରାଜ୍ୟ ରାଜନୀତିରେ ସ୍ୱର୍ଗତ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଯଥେଷ୍ଟ ସମ୍ମାନ ରହିଛି । ଖଲ୍ଲିକୋଟବାସୀଙ୍କ ତଥା ସାରା ଗଞ୍ଜାମ ଜିଲ୍ଲାର ଲୋକଙ୍କ ପାଇଁ ରାଣୀ ମାଆ ଏବଂ ତାଙ୍କ ଉଆସର ସମ୍ମାନ ଅତ୍ୟନ୍ତ ଊର୍ଦ୍ଧ୍ବରେ ରହିଛି । ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ହିଂସାର ନିନ୍ଦା କରିଛନ୍ତି । ଦୋଷୀକୁ କଠୋର ଦଣ୍ଡ ଦେବାପାଇଁ SIT ଟିମ ଗଠନ ହୋଇଛି । କିନ୍ତୁ ଖଲ୍ଲିକୋଟ ରାଣୀ ମାଆ ଇହଧାମ ତ୍ୟାଗ କଲା ପରେ ରାଜନୀତିର ରୁଟି ସେକିବାକୁ ପ୍ରୟାସ କରିଛନ୍ତି ପିତାମ୍ବର । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ପ୍ରଭାବିତ କରିବାକୁ ଏହି ପ୍ରୟାସ କରୁଛନ୍ତି ପିତାମ୍ବର ।

ଏହା ମଧ୍ୟ ପଢନ୍ତୁ.......କେନ୍ଦୁଝରରେ ନବୀନଙ୍କ ପ୍ରଚାର, ଆଦିବାସୀଙ୍କ ବିକାଶ ତାଲିକା ଦେଲେ ପାଣ୍ଡିଆନ - BJD Campaign In Kendujhar

ରାଣୀ ମାଆଙ୍କ ପ୍ରତି ଯେଭଳି ଅରୁଚିକର ମନ୍ତବ୍ୟ ପିତାମ୍ବର ଦେଇଛନ୍ତି, ତାର ଜବାବ ଖଲ୍ଲିକୋଟବାସୀ ଦେବେ । କେବଳ ଏତିକି ନୁହେଁ, କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ନାଁ ନେଇ ପିତାମ୍ବର ଧମକ ଓ ଟିପ୍ପଣୀ ଦେଇଛନ୍ତି । ବିଜେପି ଅତି ଶୋଚନୀୟ ଭାବେ ନିର୍ବାଚନ ହାରିବାକୁ ଯାଉଛି ବୋଲି ଏଥିରୁ ସ୍ପଷ୍ଟ ହେଉଛି । ନିର୍ବାଚନ ହାରିବା ବେଳେ ବିଜେପିର ନେତାମାନେ ଏଭଳି ମନ୍ତବ୍ୟ ଦିଅନ୍ତି । ଗଞ୍ଜାମ ଜିଲ୍ଲା ଓ ବିଶେଷ କରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ସେମାନେ ହାରିବା ଭୟରେ ଏଭଳି ମନ୍ତବ୍ୟ ଦେଉଛନ୍ତି । ଖଲ୍ଲିକୋଟବାସୀ ଆସନ୍ତାକାଲି ଏହାର ଉଚିତ୍ ଜବାବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.