ETV Bharat / state

ବଢୁଛି ନିର୍ବାଚନୀ ହିଂସା, ଆସୁଛନ୍ତି ଆଉ ୧୦ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ - CENTRAL FORCE DEPLOYMENT - CENTRAL FORCE DEPLOYMENT

CENTRAL FORCE DEPLOYMENT: ରାଜ୍ୟରେ ବଢୁଥିବା ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ଆହୁରି ଆସିବେ ସେଣ୍ଟ୍ରାଲ ଫୋର୍ସ । ୧୦ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ଆସିବା ନେଇ ସୂଚନା ଦେଲେ ସିଆରପିଏଫ ଆଇଜି । ଅଧିକ ପଢନ୍ତୁ

ବଢୁଛି ନିର୍ବାଚନୀ ହିଂସା , ଆସୁଛନ୍ତି ଆଉ ୧୦ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ
ବଢୁଛି ନିର୍ବାଚନୀ ହିଂସା , ଆସୁଛନ୍ତି ଆଉ ୧୦ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ (#ETV Bharat Odisha)
author img

By ETV Bharat Odisha Team

Published : May 20, 2024, 10:30 PM IST

ବଢୁଛି ନିର୍ବାଚନୀ ହିଂସା , ଆସୁଛନ୍ତି ଆଉ ୧୦ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ (#ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ହେଲେ ଏହାରି ଭିତରେ ବରଗଡ଼ରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି । ପୂର୍ବରୁ ଖଲ୍ଲିକୋଟ ପରେ ଏବେ ବରଗଡରେ ଜଣଙ୍କୁ ହତ୍ୟା କରାଯାଇଛି । ଏନେଇ ପୋଲିସ ସୁରକ୍ଷାକୁ ଅଧିକ ଫୋକସ କରି ସୁରକ୍ଷା ବ୍ୟବସ୍ଥା ବଢାଇ ଯାଇଛି । ହେଲେ ସ୍ଥିତି ଆହୁରି ସୁଦୃଢ ପାଇଁ ଆସୁଛନ୍ତି ସେଣ୍ଟ୍ରାଲ ଫୋର୍ସ । ଏନେଇ ୧୦ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ଆସୁଛି ବୋଲି ସୂଚନା ଦେଇଛନ୍ତି ସିଆରପିଏଫ ଆଇଜି ଅର୍ଚ୍ଚନା ଶିବହାରେ ।

ସିଆରପିଏଫ ଆଇଜି ତଥା ସେଣ୍ଟ୍ରାଲ ଫୋର୍ସ ଷ୍ଟେଟ ନୋଡାଲ ଅଫିସର ଅର୍ଚ୍ଚନା ଶିବହାରେ କହିଛନ୍ତି ଯେ, ନିର୍ବାଚନ ଶାନ୍ତି ଶୃଙ୍ଖଳା ପରିଚାଳନା ଦୃଷ୍ଟିରୁ ଓଡ଼ିଶାରେ ୧୬୫ କମ୍ପାନୀ ସେଣ୍ଟ୍ରାଲ ଫୋର୍ସ ଏବେ ନିୟୋଜିତ ହୋଇଛନ୍ତି । ୭ମ ଓ ୮ମ ପର୍ଯ୍ୟାୟ ପାଇଁ ଆହୁରି ୧୦ କମ୍ପାନୀ ଫୋର୍ସ ଆସୁଛନ୍ତି । ଖୁବଶୀଘ୍ର ପହଞ୍ଚିବେ ନାଗାଲାଣ୍ଡ ଆର୍ମସ ପୋଲିସ ବାଟାଲିୟନ । ସେହିପରି ତେଲେଙ୍ଗାନାରେ ନିର୍ବାଚନ ସରିବା ପରେ ଓଡ଼ିଶା ଆସୁଛନ୍ତି । ବର୍ତ୍ତମାନ ନିୟୋଜିତ ହୋଇଥିବା ସେଣ୍ଟ୍ରାଲ ଫୋର୍ସ ମଧ୍ୟରେ ଅଛନ୍ତି ସିଆରପିଏଫର ୪୦ କମ୍ପାନୀ, ବିଏସଏଫର ୫୫ କମ୍ପାନୀ, ସିଆଇଏସଏଫର ୧୩ କମ୍ପାନୀ ଅଛନ୍ତି ।

ଏହାସହ ଛତିଶଗଡ଼ ଷ୍ଟେଟ ଆର୍ମଡ ପୋଲିସର ୨୦କମ୍ପାନୀ, ତ୍ରିପୁରା ଷ୍ଟେଟ ରେସପନ୍ସର ୧୦କମ୍ପାନୀ, ହିମାଚଳ ପ୍ରଦେଶ ପୋଲିସର ଷ୍ଟେଟ ଆର୍ମଡର ୮ କମ୍ପାନୀ, ତାମିଲନାଡୁ ଷ୍ଟେଟ ଆର୍ମଡ ପୋଲିସର ୨କମ୍ପାନୀ, କେରଳ ରାଜ୍ୟ ଆର୍ମ ପୋଲିସର ୧ କମ୍ପାନୀ ଓ ଆଇଟିବିପିର ୧ଟି କମ୍ପାନୀ ସହ ଏସଏପିର ୫ କମ୍ପାନୀ ମୋଟ ୧୬୫ କମ୍ପାନୀ ଓଡିଶାର ବିଭିନ୍ନ ସ୍ଥାନରେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରାଯାଇଛି । ତେବେ ୭ମ ଓ ୮ମ ପର୍ଯ୍ୟାୟ ନିର୍ବାଚଳ ପାଇଁ ନାଗାଲାଣ୍ଡ ଆର୍ମସ ପୋଲିସ ବାଟାଲିୟନ ୧୦କମ୍ପାନୀ ଫୋର୍ସ ଆସୁଛନ୍ତି । ଯାହା ଫଳରେ ରାଜ୍ୟରେ ମୋଟ ୧୭୫ କମ୍ପାନୀ ଏବେ ନିର୍ବାଚନ ଦାୟିତ୍ବରେ ନିୟୋଜିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, ରାଜ୍ୟରେ ମୋଟ ୬୦.୭୦% ଭୋଟିଂ - ODISHA ELECTION 2024 SECOND PHASE

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ପଞ୍ଚମ ପର୍ଯ୍ୟାୟ ଓ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଯେଉଁଥିରେ ଦୁଇଟି ବିଶେଷ କରି ନକ୍ସଲ ପ୍ରଭାବିତ ଜିଲ୍ଲା କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରହିଥିଲା । ତେବେ ବୌଦ୍ଧରେ ପୂର୍ବରୁ ମାଓ ଗତିବିଧି ରହିଥିଲା ହେଲେ ଏବେ ସେତେଟା ନାହିଁ । ଯାହାକି କନ୍ଧମାଳରୁ ବୌଦ୍ଧକୁ ଆସି କିଛି ମାଓବାଦୀ ପତିଆରା ଜମାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି । କିନ୍ତୁ ପାରା ମିଲିଟାରୀ ଫୋର୍ସ ଲଗାତାର ଆଣ୍ଟି ଅପରେସନ କରି ମାଓବାଦୀଙ୍କୁ କଡ଼ା ଜବାବ ଦେଉଛି । ପୂର୍ବରୁ ୭ଟି ଜିଲ୍ଲା ମାଓ ପ୍ରଭାବିତ ଥିଲା ଏବେ ୨ଟି ଜିଲ୍ଲା ମାଓ ପ୍ରଭାବିତ ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.