ETV Bharat / state

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ, ଉତ୍ସାହିତ ପୁରୀବାସୀ - ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର

International Airport in Puri: ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ଟେଣ୍ଡର ଆହ୍ବାନ କରାଯିବା ପରେ ଖୁଶି ପ୍ରକାଶ କରିଛନ୍ତି ପୁରୀବାସୀ । ଆଗାମୀ 3 ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଟାର୍ଗେଟ ରଖାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ଅଧିକ ପଢ଼ନ୍ତୁ

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର
ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର
author img

By ETV Bharat Odisha Team

Published : Feb 19, 2024, 9:44 PM IST

ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର

ପୁରୀ: ଶ୍ରୀକ୍ଷେତ୍ରରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡ଼ିଶାର ବୃହତ୍ତମ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ପରେ ପୁରୀ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଏବଂ ଆନନ୍ଦ ଖେଳିଯାଇଛି । ଦୀର୍ଘ ଦିନର ସ୍ବପ୍ନ ବିମାନ ବନ୍ଦର ପୁରୀରେ ବାସ୍ତବ ରୂପ ନେବାକୁ ଯାଉଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀ ସହରବାସୀ ଏବଂ ସେବାୟତ ।

ଇଡକୋ ପକ୍ଷରୁ ବିମାନ ବନ୍ଦର ନିର୍ମାଣ ନେଇ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଆଗାମୀ 3 ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଟାର୍ଗେଟ ରଖାଯାଇଛି । ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ 2203 କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକୁ 46 ଲକ୍ଷ ଯାତ୍ରୀଙ୍କର ଯାତାୟତର ବ୍ୟବସ୍ଥା ରହିବ । ଏହି ବିମାନ ବନ୍ଦର ନିର୍ମାଣ ହେଲେ ପୁରୀକୁ ଅଧିକରୁ ଅଧିକ ପର୍ଯ୍ୟଟକ ଏବଂ ଭକ୍ତ ଆସିବା ସହ ପର୍ଯ୍ୟଟନ ଓ ଅର୍ଥନୀତି କ୍ଷେତ୍ରରେ ପୁରୀ ବେଶ ସମୃଦ୍ଧ ହେବ ବୋଲି ବିଜେଡି ରାଜ୍ୟସଭା ସାଂସଦ ପ୍ରାର୍ଥୀ ତଥା ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ ଓ ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି ।

ପୁରୀ ସିପସରୁବାଲି ମୌଜାରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ଓଡ଼ିଶାର ସବୁଠାରୁ ବଡ଼ ବିମାନ ବନ୍ଦର ହେବ । ସମ୍ପୂର୍ଣ୍ଣ ସୌରଶକ୍ତିରେ ପରିଚାଳିତ ହେବାକୁ ଥିବା ଓଡ଼ିଶାର ପ୍ରଥମ ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ହେବ । ତେବେ 1164 ଏକର ଜମିରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ବିମାନ ବନ୍ଦର । ଫେବୃଆରୀ 17ରେ ବିମାନ ବନ୍ଦର ନିର୍ମାଣ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆଗ୍ରହୀ ସଂସ୍ଥା ଫେବୃଆରୀ 21ରୁ ଏପ୍ରିଲ 20 ମଧ୍ୟରେ ଆବେଦନ କରିପାରିବେ । ଆସନ୍ତା ଏପ୍ରିଲ 21ରେ ଏହି ଟେଣ୍ଡର ଖୋଲାଯାଇ ସରକାରଙ୍କ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ସେହିପରି ଏହି ବିମାନ ବନ୍ଦର ନିର୍ମାଣ ନେଇ ପରିବେଶ ମଞ୍ଜୁରୀ ପାଇଁ ରାଜ୍ୟ ପ୍ରଦୁଷଣ ବୋର୍ଡ଼ ନିୟନ୍ତ୍ରଣ ପକ୍ଷରୁ ମତାମତ ଆହ୍ବାନ କରାଯାଇଛି । ବିମାନ ବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ଥିବା 1164 ଏକର ଜମି ଚିହ୍ନଟ ହୋଇଥିବା ବେଳେ 68 ଏକର ଜଙ୍ଗଲ ଜମି ରହିଛି । ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲିରେ ଘରୋଇ ମାଲିକାନାରେ 153.37 ଏକର, ଷଣ୍ଢପୁର ଗ୍ରାମରେ 68.11 ଏକର ଜମି ରହିଥିବା ବେଳେ ଜମି ଅଧିଗ୍ରହଣ ନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଜାରି ହେଲା ଟେଣ୍ଡର

ପ୍ରକାଶ ଥାଉ, ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଗତ ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ଘୋଷଣା କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଓ ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନର ସମ୍ଭାରକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.