ETV Bharat / state

କଥା ଦେଇ ପାସୋରି ଗଲେ ସରକାର, ରାଉରକେଲାକୁ କମିଶନରେଟ ପୋଲିସ ମାନ୍ୟତା କେବେ ?

Rourkela Commissionerate Police: ରାଉରକେଲା ଜିଲ୍ଲା ପୋଲିସକୁ କମିଶନରେଟ ପୋଲିସର ମାନ୍ୟତା ଦାବି କରିଛନ୍ତି ସହରବାସୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 25, 2024, 1:53 PM IST

Rourkela Commissionerate Police:
Rourkela Commissionerate Police:
କମିଶନରେଟ ପୋଲିସ

ରାଉରକେଲା: ରାଉରକେଲା ଜିଲ୍ଲା ପୋଲିସକୁ କେବେ ମିଳିବ କମିଶନରେଟ ପୋଲିସର ମାନ୍ୟତା । ୮ ବର୍ଷ ତଳେ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଅଟକି ରହିଛି ପ୍ରସ୍ତାବ । ରାଉରକେଲାକୁ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି ସହରବାସୀ ।

ତେବେ ଗତ 2014 ମସିହା ନଭେମ୍ବରରେ ରାଉରକେଲା ମହାନଗର ନିଗମକୁ ଉନ୍ନୀତ ହେବା ପରେ 2016 ସେପ୍ଟେମ୍ବରରେ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଥିଲା । ଏହାପରେ ଆରଏମସି କାର୍ଯ୍ୟକ୍ଷେତ୍ରର ବୃଦ୍ଧି ପାଇଛି । ତେବେ ଏହାକୁ ନେଇ ପୂର୍ବରୁ ରାଉରକେଲାକୁ କମିଶନରେଟ ପୋଲିସ ଲାଗି ଲୋକେ ଦାବି କରି ଆସୁଥିଲେ । ଏହି ସମ୍ପ୍ରସାରଣରେ ଆରଏମସି ଅଞ୍ଚଳ ପାଇଁ କମିସନରେଟ୍ ପୋଲିସ ବ୍ୟବସ୍ଥାର ପ୍ରଚଳନକୁ ବାଧ୍ୟତାମୂଳକ କରାୟାଇଥିଲା ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏବଂ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ମାଞ୍ଜା ସୂତା ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ

କମିସନରେଟ୍ ପୋଲିସରେ ରାଉରକେଲା ପୋଲିସ ଜିଲ୍ଲାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଥାନାକୁ ସାମିଲ କରିବା ଏବଂ କମିଶନରେଟ ପୋଲିସ ନିର୍ମାଣ କରିବା ଆବଶ୍ୟକ । କାରଣ ରାଉରକେଲା ପୋଲିସ ଜିଲ୍ଲା ଅଧୀନରେ 24ଟି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଥାନା ରହିଛି । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସାରଣ୍ଡା ଜଙ୍ଗଲର ମାଓ ଅଧ୍ୟୁଷିତ ଅଞ୍ଚଳ ସହିତ ରାଉରକେଲା ପୋଲିସ ଜିଲ୍ଲା ସୀମା ପ୍ରାୟ 80 କିଲୋମିଟର ରହିଛି । ତେବେ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିବା ଅପରାଧିକ ଓ ମାଓବାଦୀ କାର୍ଯ୍ୟକଳାପ ସମ୍ମୁଖୀନ ହେଉଥିବା ଜିଲ୍ଲା ପାଇଁ ଏବଂ ଅଞ୍ଚଳ ପାଇଁ ପ୍ରସ୍ତାବର ଯଥେଷ୍ଟ ଗୁରୁତ୍ୱ ରହିଛି । ଆଇନର ପାଳନ କରୁଥିବା ନାଗରିକଙ୍କ ମଧ୍ୟରେ ସୁରକ୍ଷାର ଭାବନା ବୃଦ୍ଧି କରିବା ନିମନ୍ତେ ରାଉରକେଲା ପୋଲିସ ଜିଲ୍ଲାକୁ କମିଶନରେଟ ପୋଲିସ ଘୋଷଣା କରାଯାଉ ବୋଲି ଦାବି ହୋଇ ଆସୁଛି । କିନ୍ତୁ ତାହା ଆଜିବି ସରକାରଙ୍କ ନାଲି ଫାଇଲ ତଳେ ଚାପି ହୋଇ ରହିଛି । ତେଣୁ ରାଉରକେଲା ସହର ପ୍ରତି ଏବଂ ରାଉରକେଲା ପୋଲିସ ଜିଲ୍ଲା ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ଯାହା ଫଳରେ ଆଜିକୁ 8 ବର୍ଷ ବିତିବା ପରେ ମଧ୍ୟ ପୁରା ହୋଇ ପାରୁନାହିଁ କମିଶନରେଟ ପୋଲିସ ଦାବି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.