ETV Bharat / state

ଏନଏସି ମାନ୍ୟତା ଦାବିରେ ଶନିବାର କୁଜଙ୍ଗ ବନ୍ଦ - କୁଜଙ୍ଗ ବନ୍ଦ

Kujang Bandh: ତେଜୁଛି ଏନଏସି ମାନ୍ୟତା ଦାବି । ଏହି ଦାବିରେ ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 1, 2024, 10:21 AM IST

କୁଜଙ୍ଗ ବନ୍ଦ

ଜଗତସିଂହପୁର: ନିକଟରେ ରାଜ୍ୟ ସରକାର ରାଜ୍ୟରେ ୩୫ଟି ନୂଆ ଏନଏସି ଓ ୫ଟି ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ । ଏହି ତାଲିକାରୁ ବର୍ଷ ବର୍ଷ ଧରି ଏନଏସି ମାନ୍ୟତା ଦାବି କରୁଥିବା ଅନେକ ଅଞ୍ଚଳ ବାଦ୍ ପଡିବା ପରେ ଚାରିଆଡରେ ବିରୋଧ ତେଜିଛି । ତନ୍ମଧ୍ୟରେ ରହିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ । ଏହି ଅଞ୍ଚଳକୁ ଏନଏସି ମାନ୍ୟତା ନମିଳିବା ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇବା ସହିତ ବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲି (ଶନିବାର) କୁଜଙ୍ଗରେ ବନ୍ଦ ପାଳନ ହେବ । ଏନେଇ ଏକ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ କୁଜଙ୍ଗ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୁଜଙ୍ଗ ଅଞ୍ଚଳର କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ଯେ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗକୁ NAC ମାନ୍ୟତା ପ୍ରଦାନ କରାନଯିବା ଦୁର୍ଭାଗ୍ୟଜନକ । କୁଜଙ୍ଗ ଅଞ୍ଚଳ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଭାବରେ ଜଣାଶୁଣା । ଏହି ଅଞ୍ଚଳର ତହସିଲ ଅଧିନରେ ଥିବା ବିଭିନ୍ନ ସ୍ଥାନରେ ଶହ ଶହ ଶିଳ୍ପାଞ୍ଚଳ ଗଢି ଉଠିଛି । କିନ୍ତୁ ରାଜ୍ୟ ସରକାର କୁଜଙ୍ଗ ମାଟିର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ୩୫ଟି ସ୍ଥାନକୁ NAC ମାନ୍ୟତା ପ୍ରଦାନ କଲେ କିନ୍ତୁ ପୂର୍ବରୁ କୁଜଙ୍ଗକୁ ସବଡିଭିଜନ ପାଇଁ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଏହାପ୍ରତି ସରକାର ବିଚାର କଲେ ନାହିଁ ।

ଏହା ମଧ୍ୟ ପଢନ୍ତୁ: କାକଟପୁରକୁ ଏନ୍‌ଏଏସି ଦାବିରେ ବନ୍ଦ ପାଳନ, ଯାତାୟତ ଠପ୍

ଏହା ମଧ୍ୟ ପଢନ୍ତୁ: ଜୋର ଧରିଲା NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ରାସୋଳ ବନ୍ଦ

ଯଦି ରାଜ୍ୟ ସରକାର କୁଜଙ୍ଗ ପ୍ରତି ଏହିପରି ବୈମାତୃକ ମନୋଭାବ ପୋଷଣ କରନ୍ତି ତେବେ ଆଗାମୀ ଦିନରେ ଭୋଟ୍ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର କୁଜଙ୍ଗକୁ NAC ମାନ୍ୟତା ଦାବି ନେଇ ଆସନ୍ତା ମାର୍ଚ୍ଚ ୨ ତାରିଖ (ଶନିବାର) କୁଜଙ୍ଗ ବନ୍ଦ ଡାକରା ଦିଆଯିବା ସହିତ ସରକାର ଏଥିପ୍ରତି ଯଦି ପୁନର୍ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ । ଏଥିସହ ସାଧାରଣ ନିର୍ବାଚନରେ କୁଜଙ୍ଗବାସୀ ଭୋଟ୍ ଦାନରୁ ବିରତ ରହିବେ । ଏ ସମ୍ପର୍କରେ ମଧ୍ୟ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ସଂଗଠନ ପକ୍ଷରୁ ଏକ ପ୍ରେସବାର୍ତ୍ତାରେ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.