ETV Bharat / state

କାହା ପକେଟକୁ ଗଲା କୋଟି କୋଟି ଟଙ୍କା ? ରାସ୍ତା କାମ ନସରୁଣୁ ଲୋଡା ହେଲାଣି ମରାମତି - NEWLY MADE ROAD SEEKS REPAIR

author img

By ETV Bharat Odisha Team

Published : Aug 4, 2024, 4:31 PM IST

Newly Made Road Seeks Repair: କାହା ପକେଟକୁ ଗଲା ରାସ୍ତା ନିର୍ମାଣ ପାଇଁ ସରକାର ବରାଦ କରିଥିବା କୋଟି କୋଟି ଟଙ୍କା ? ଏମିତି ପ୍ରଶ୍ନ ଏବେ ନୂଆପଡାବାସୀଙ୍କ ମନରେ । ନବନିର୍ମିତ ରାସ୍ତାରୁ ପିଚୁ ଉଠିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ପୂରା ଘଟଣା କ'ଣ ? ଅଧିକ୍ଷଣଯନ୍ତ୍ରୀ କ'ଣ କହୁଛନ୍ତି । ଜାଣନ୍ତୁ

Newly Made Road Seeks Repairment
Newly Made Road Seeks Repairment (ETV Bharat Odisha)

ନୂଆପଡ଼ା: ଗାଁ ରାସ୍ତା ହେବ ଚକାଚକ । ଲୋକେ ସୁବିଧାରେ ଗମନାଗମନ କରିବେ । ଗ୍ରାମୀଣ ସଡକ ନିର୍ମାଣ ଉନ୍ନତିକରଣ ଓ ତାର ସୁରକ୍ଷା ପାଇଁ ଓଡ଼ିଶା ସରକାର କୋଟି କୋଟି ରାଜସ୍ବ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ହେଲେ କିଛି ବିଭାଗୀୟ ଯନ୍ତ୍ରୀ ଓ ଲାଭ ଖୋର ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ବେଶୀ ଦିନ ତିଷ୍ଠୁନି । ଏପରି ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସୁଥିବାର ନଜିର ରହିଛି । ଏଥର ଅଭିଯୋଗ ଆସିଛି ନୂଆପଡା ଜିଲ୍ଲାରୁ । ରାସ୍ତା କାମ ନିମ୍ନ ମାନର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି କାମ ଶେଷ ହୋଇନାହିଁ ବୋଲି କହିଛନ୍ତି ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଯୋଗେନ୍ଦ୍ର ପ୍ରଧାନୀ ।

ହାତ ମାରିଲେ ଉଠିଯାଉଛି ପିଚୁ:

ନୂଆପଡ଼ା ଜିଲ୍ଲା ଗଣ୍ଡାବାହେଲି ଭାୟା ସିତଲିଖଲିଆ, ମଖାପଦର, ଚଉଁରା, ଝାଙ୍କରଗୁଡା, ଲିଆଡ଼କୁ ସଂଯୋଗ ହୋଇଥିବା ପିଚୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପିଚୁ କାମ ଶେଷ ହୋଇ ମାସେ ନପୁରୁଣୁ ରାସ୍ତା ଉପରୁ ପିଚୁ ଉଠିଯାଉଥିବା ଦେଖିବାକୁ ମିଳିଛି । ଫଳରେ କପିଆ, ମଖାପଦର, ଚଉଁରା, ଲିଆଡ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଅଶାନ୍ତି ଦାନା ବାନ୍ଧୁଛି । ରାସ୍ତା ପୁନଃ ନିର୍ମାଣ ନକଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଅଞ୍ଚଳବାସୀଙ୍କ ଅଭିଯୋଗ:

ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଉନ୍ନତମାନର ରାସ୍ତା ନିର୍ମାଣ ହୋଇପାରୁନଥିବା ଅଭିଯୋଗ ହୋଇଛି । ଗଣ୍ଡାବାହେଲି ଠାରୁ ଭାୟା ସିତଲିଖଲିଆ, ମଖାପଦର, ଚଉଁରା, ଝାଙ୍କରଗୁଡା, ଲିଆଡ଼ ରାସ୍ତାରେ କୋଟିଏ ଟଙ୍କାର ପିଚୁ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଛି । ସେହି ଅଞ୍ଚଳର ମଧୁବନ ତାଣ୍ଡି କହିଛନ୍ତି, "ପିଚୁ କାମ ଶେଷ ହୋଇକି ମାସେ ନପୁରୁଣୁ ପିଚୁ ଉଠିଯାଉଛି। କେବଳ ପଥର ଗୁଣ୍ଡ ଉପରେ ପୋଡା ପିଚୁ ଢାଳି ଦେଇ କାମ ସାରି ଦେଇଛନ୍ତି । ସ୍ଵଳ୍ପ ବର୍ଷା ପାଣିରେ ସ୍ଥାନେ ସ୍ଥାନେ ପିଚୁ ଉଠି ଯାଇ ଖାଲ ଖମା ହୋଇଯାଉଛି । ତୁରନ୍ତ ମରାମତି କରାଯାଉ ।"

ଏହା ବି ପଢନ୍ତୁ...ଶୁଣିଲାନି ପ୍ରଶାସନ; ଗାଁର କାଦୁଅ ପଚପଚ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ - Villagers sow paddy on road

ରାସ୍ତାକାମରେ ଦୁର୍ନୀତି ଅଭିଯୋଗ:

ସାଧାରଣତଃ ରାସ୍ତା ନିର୍ମାଣରେ ମାଟି, ମୋରମ, ମେଟାଲ ପଥର ଗୁଣ୍ଡ, ଦେଇ ପିଚୁ କରାଯାଏ । ହେଲେ ଏହି ରାସ୍ତାରେ କେବଳ ପଥର ଗୁଣ୍ଡ ଦେଇ ପୋଡା ପିଚୁ ଢାଳି ଦେଇ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ପିଚୁ ପୁନଃ ନିର୍ମାଣ ନହେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି ।

ଲୋକଙ୍କ ଅଭିଯୋଗକୁ ଯନ୍ତ୍ରୀଙ୍କ ଖଣ୍ଡନ:

ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଯୋଗେନ୍ଦ୍ର ପ୍ରଧାନୀ । ରାସ୍ତା କାମ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଛନ୍ତି, "ପିଚୁ କାମ ପ୍ରୋଗ୍ରେସରେ ଅଛି, କାମ ଶେଷ ହୋଇନାହିଁ । ଶୀଘ୍ର ମରାମତି ହେବ" ।

ଗ୍ରାମବାସୀଙ୍କ ଅଭିଯୋଗ ସତ ନା ଯନ୍ତ୍ରୀ କହୁଛନ୍ତି ସତ ? ଏହା ତଦନ୍ତ ସାପେକ୍ଷ । ଲୋକଙ୍କ ଅଭିଯୋଗକୁ ବିଭାଗ ଗୁରୁତ୍ବର ସହ ନେଇ ରାସ୍ତାକାମର ତଦନ୍ତ କଲେ ପ୍ରକୃତ ସତ୍ୟାସତ ସାମ୍ନାକୁ ଆସିପାରିବ ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.