ETV Bharat / state

ବାଲେଶ୍ବରରେ ଝାଡ଼ଖଣ୍ଡୀ ହାତୀ ପଲ, ଗାଁରେ ପଶିଲେ ନଷ୍ଟ କଲେ ଫସଲ

author img

By ETV Bharat Odisha Team

Published : Mar 21, 2024, 10:20 AM IST

Updated : Mar 21, 2024, 11:09 AM IST

Elephant terror in Balasore: ବାଲେଶ୍ବରରେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇଛନ୍ତି 60ଟି ହାତୀ । ଭୟଭୀତ ଗ୍ରାମବାସୀ । ଅଧିକ ପଢନ୍ତୁ

Elephant terror in Balasore
Elephant terror in Balasore
Elephant terror in Balasore

ବାଲେଶ୍ବର: ମାତିଛନ୍ତି ହାତୀପଲ । ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିଚାଲିଛି । ମୁଖ୍ୟତଃ ଉପାନ୍ତ ଅଞ୍ଚଳରେ ବଢୁଛି ହାତୀଙ୍କ ଉପଦ୍ରବ । କେତେବେଳେ ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଫସଲ ନଷ୍ଟ କରି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ତେବେ ବାଲେଶ୍ବର ଜିଲ୍ଲା ରାଇବଣିଆ ଅଞ୍ଚଳକୁ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି ୬୦ଟି ହାତୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ହାତୀ ଓ ମନୁଷ୍ୟ ମଧ୍ୟରେ ଲଢେଇ ଥମିବାର ନାଁ ଧରୁନି । ଅନେକ ଧନଜୀବନ ନଷ୍ଟ ହେଉଥିବାବେଳେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ । ବାଲେଶ୍ବର ଜିଲ୍ଲାରେ ପୁଣି ହାତୀଙ୍କ ଗର୍ଜନରେ ଭୟଭୀତ ହୋଇଛନ୍ତି ସ୍ଥାନୀୟବାସୀ । ବାଲେଶ୍ବର ଜିଲ୍ଲା ରାଇବଣିଆ ଅଞ୍ଚଳକୁ ଗତକାଲି(ବୁଧବାର) ରାତି ଠାରୁ ୬୦ଟି ଝାଡ଼ଖଣ୍ଡୀ ହାତୀ ପଶି ଆସିଛନ୍ତି । ହାତୀପଲ ଚାଷ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଅନୁଗୋଳକୁ ଫେରିଲେ ୫୦ ଟିକିଆ ହାତୀପଲ, ଲୋକେ ଭୟଭୀତ

ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଇବଣିଆ ଅଞ୍ଚଳରେ ପ୍ରବେଶ କରିଛନ୍ତି ଝାଡ଼ଖଣ୍ଡି ହାତୀ ପଲ । ବିଳମ୍ବିତ ରାତିରେ ସର୍ଦାରବନ୍ଧ, ରାଇବଣିଆ, ଓଲମରା ଆଦି ପଞ୍ଚାୟତର ବିଭିନ୍ନ ଗାଁରେ ୬୦ରୁ ଊର୍ଦ୍ଧ୍ଵ ଝାଡଖଣ୍ତି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀପଲ ଚାଷଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଗାଁ ଭିତରେ ପଶି ଯିବାରୁ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି ।

ପଶ୍ଚିମବଙ୍ଗ ଦେଇ ହାତୀପଲ ସର୍ଦାରବନ୍ଧ ଅଞ୍ଚଳରେ ପ୍ରଥମେ ପ୍ରବେଶ କରିଥିଲେ । ପରେ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରି ସେମାନଙ୍କ ଉପଦ୍ରବ ଆରମ୍ଭ କରିଦେଇଥିଲେ । ଖବର ପାଇ ଜଳେଶ୍ବର ବିନବିଭାଗ ଟିମ ଏବଂ ଗଜସାଥୀ ପହଞ୍ଚି ହାତୀ ପଲ ଘୋଡ଼େଇବା ପାଇଁ ଉଦ୍ୟମ କରିଛନ୍ତି । ହାତୀପଲ ଦୁଇଟି ଦଳରେ ବିଭକ୍ତ ହୋଇଯାଇ ଗୋଟିଏ ଦଳ କାଲାଯୋଡ଼ି ଜଙ୍ଗଲରେ ଥିବା ବେଳେ ଅନ୍ୟ ଦଳଟି ରାଇବଣିଆ ଦୁର୍ଗ ନିକଟରେ ଥିବା କାଜୁ ଜଙ୍ଗଲରେ ରହିଥିବା ଜଣାପଡିଛି । ଉଭୟ ରାଇବଣିଆ ଓ ଜଳେଶ୍ଵର ବନ ବିଭାଗ ହାତିର ଗତି ବିଧି ଉପରେ ନଜର ରଖିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Mar 21, 2024, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.