ETV Bharat / state

ପ୍ରଶାସନର ପ୍ରତିଶୃତି ପାଣିର ଗାର, ମଶାଣି ପାଇଁ ପଞ୍ଚପାଇକ ପୀଠରେ ପ୍ରତିବାଦ - ଖୋର୍ଦ୍ଧା ପଞ୍ଚପାଇକ ପୀଠ

Protest over Graveyard land: ଶ୍ମଶାନ ଦାବିରେ ଆଜି ପୁଣିଥରେ ପଞ୍ଚପାଇକ ପୀଠରେ ତାଲାପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଶ୍ମଶାନ ପାଇଁ ସ୍ଥାନ ଯୋଗାଇ ଦିଆଯିବ କହି ପ୍ରତିଶୃତି ପୂରଣ କରିନି ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ପୁଣି ପଞ୍ଚପାଇକ ପୀଠରେ ପଡ଼ିଲା ତାଲା
ପୁଣି ପଞ୍ଚପାଇକ ପୀଠରେ ପଡ଼ିଲା ତାଲା
author img

By ETV Bharat Odisha Team

Published : Feb 15, 2024, 6:27 PM IST

ପୁଣି ପଞ୍ଚପାଇକ ପୀଠରେ ପଡ଼ିଲା ତାଲା

ଖୋର୍ଦ୍ଧା: ପୁଣି ଶ୍ମଶାନ ପାଇଁ ତାତିଲେ ଖୋର୍ଦ୍ଧା ଗଡ଼ବାସୀ । ଶ୍ମଶାନ ଦାବିରେ ଆଜି ପଞ୍ଚପାଇକ ପୀଠରେ ତାଲାପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ରାଜପଥ ପ୍ରଶସ୍ତ ପାଇଁ ପଞ୍ଚପାଇକଙ୍କ ପ୍ରତିମୂର୍ତ୍ତିକୁ ନିକଟସ୍ଥ ଗଡ଼ ବାଉରୀ ସାହି ଶ୍ମଶାନ ନିକଟକୁ ସ୍ଥାନାନ୍ତର କରିଥିଲେ ଜିଲ୍ଲା ପ୍ରଶାସନ । ଖୁବଶୀଘ୍ର ଶ୍ମଶାନ ପାଇଁ ସ୍ଥାନ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇ ଏପର୍ଯ୍ୟନ୍ତ ସ୍ଥାନ ଦେଇପାରି ନାହିଁ । ଯାହାର ପ୍ରତିବାଦରେ ପଞ୍ଚପାଇକ ପୀଠରେ ତାଲା ପକାଇ କୋକେଇ ଥୋଇ ବିକ୍ଷୋଭ କରିଛନ୍ତି ଅଞ୍ଚଳବାସୀ ।

ଜାତୀୟ ରାଜପଥ ପ୍ରଶସ୍ତ ପାଇଁ ଖୋର୍ଦ୍ଧାଗଡ଼ ଛକରେ ଥିବା ଏହି ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିକୁ ସେଠାରୁ ସ୍ଥାନାନ୍ତର କରାଯାଇଛି । ନିକଟସ୍ଥ ଗଡ଼ ବାଉରୀ ସାହି ଶ୍ମଶାନ ନିକଟକୁ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତର କରିଥିଲା । ସେହିପରି ଗଡ଼ ବାଉରୀ ସାହିବାସୀଙ୍କୁ ଅନ୍ୟତ୍ର ଶ୍ମଶାନ ଜାଗା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରତିଶୃତି ପାଳନ କଲା ନାହିଁ ପ୍ରଶାସନ । ଶ୍ମଶାନ ପାଇଁ ଜମି ଯୋଗାଇ ଦେବାକୁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଇ ନିରାଶ ହେବା ପରେ ଗତ 26 ଜାନୁଆରୀରେ ପଞ୍ଚ ପାଇକ ସ୍ମାରକୀରେ ତାଲା ପକାଇଥିଲେ ଅଞ୍ଚଳବାସୀ । ଫଳରେ ପୀଠ ବାହାରେ ପତାକା ଉତ୍ତୋଳନ କରାଯାଇଥିଲା । ଖବର ପାଇ ଖୋର୍ଦ୍ଧା ତହସିଲଦାର ପହଞ୍ଚି 15ଦିନ ମଧ୍ୟରେ ଶ୍ମଶାନ ପାଇଁ ଅନ୍ୟତ୍ର ସ୍ଥାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଘଟଣାକୁ 20 ଦିନ ବିତି ଯାଇଥିଲେ ମଧ୍ୟ ସରକାରଙ୍କୁ ନିଘା ନାହିଁ । ଅନ୍ୟପଟେ ଶ୍ମଶାନ ନଥିବା କାରଣରୁ ନାନା ହଇରାଣର ଶିକାର ହେଉଛନ୍ତି ଗଡ଼ ବାଉରୀ ସାହିର ବାସିନ୍ଦା ।

ଏହା ମଧ୍ୟ ପଢ଼ନ୍ତୁ..... ଶ୍ମଶାନ ଦାବିରେ ପଞ୍ଚପାଇକ ପୀଠରେ ତାଲା ପକାଇ ପ୍ରତିବାଦ

ଆଜି ପୁନର୍ବାର ପଞ୍ଚପାଇକ ପୀଠରେ ତାଲା ପକାଇ କୋକେଇ ଥୋଇ ନିଆରା ଭାବେ ପ୍ରତିବାଦ କରିଛନ୍ତି ଅଞ୍ଚଳବାସୀ । ସ୍ଥାନ ଯୋଗାଇ ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ‘‘ଆମେ ମଲେ ପୋଡା ହେବୁ କେଉଁଠି । ଆମକୁ ମିଛ ପ୍ରତିଶୃତି ଦେଇ ଆମଠୁ ଆମ ଶ୍ମଶାନ ଯାଗା ନେଲେ ଏବେ ଆମକୁ ଯାଗା ନଦେଇ ହଇରାଣ କରୁଛନ୍ତି’’ କହି ଖୋର୍ଦ୍ଧା ପଞ୍ଚ ପାଇକ ସ୍ମୃତି ଗେଟରେ ତାଲା ପକାଇଛନ୍ତି ଅଞ୍ଚଳବାସୀ । ସେପଟେ ଆଜି ଅପରାହ୍ନରେ ଖୋର୍ଦ୍ଧା ମୁଣ୍ଡା ଆମ୍ବ ଶିଳ୍ପାଞ୍ଚଳ ଅଞ୍ଚଳରେ ନୂତନ ଫୁଡ଼ ପାର୍କ ନିର୍ମାଣ ହେବାକୁ ଯାଉଛି । ଏହି ରାସ୍ତାରେ ମୁଖ୍ୟମନ୍ତ୍ରୀ ଯିବା କାର୍ଯ୍ୟକ୍ରମ ରହିଥିବା ବେଳେ ଆନ୍ଦୋଳନ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଉଠାଇବା ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.