ETV Bharat / state

ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି, ସହରବାସୀଙ୍କ ମଧ୍ୟରେ ଆତଙ୍କ - Diarrhea spreading in Puri

Diarrhea spreading in Puri: ପୁରୀର ବାରାହୀ ଲେନ୍‌, ଶ୍ବେତଗଙ୍ଗା ଲେନ୍‌, ଗୁଡିଆ ସାହି ଓ ତିଆଡି ସାହି ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଦୂଷିତ ପାଣି ଯୋଗୁଁ ବ୍ୟାପୁଥିବା ଅଭିଯୋଗ ଆଣିଲେ ପୁରୀବାସୀ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 27, 2024, 10:45 PM IST

Diarrhea spreading in Puri
Diarrhea spreading in Puri
Diarrhea spreading in Puri

ପୁରୀ: ପୁରୀ ସହରବାସୀଙ୍କ ମଧ୍ୟରେ ଆତଙ୍କ । ପୁରୀର ବାରାହୀ ଲେନ୍‌, ଶ୍ବେତଗଙ୍ଗା ଲେନ୍‌, ଗୁଡିଆ ସାହି ଓ ତିଆଡି ସାହି ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏଥିରେ ଏକାଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଦୁଇଜଣଙ୍କର ମଧ୍ୟ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ମୃତକ ଦୁଇଜଣ ହେଉଛନ୍ତି ବାରାହୀ ଲେନ୍‌ର ଦାମୋଦର ପଣ୍ଡା ଓ ପୂର୍ଣ୍ଣବାସୀ ମଠର ଶ୍ରୀମତୀ ଦାସୀ । ଏହି ଦୁଇଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଦିନକୁ ଦିନ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସମାଧାନ କରିବାକୁ ଦାବି ହୋଇଛି ।

ପୁରୀ ସହରରେ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିବାବେଳେ ଅଧିକାଂଶ ପାଇପ୍‌ ଡ୍ରେନ୍‌ ଭିତରେ ରହିଥିବା ଦେଖିବାକୁ ମିଳୁଛି । ତେବେ ପାଇପ୍‌ରେ ଛିଦ୍ର ସୃଷ୍ଟି ହୋଇ ନଳା ପାଣି ପଶି ପାନୀୟ ଜଳକୁ ସମ୍ପୂର୍ଣ୍ଣ ଦୂଷିତ କରୁଥିବା ଅଭିଯୋଗ ହୋଇଛି । ତେଣୁ ଝାଡ଼ାବାନ୍ତି ପୁରୀରେ ବ୍ୟାପୀ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କାଳବିଳମ୍ବ ନକରି ତୁରନ୍ତ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ନଳା ଭିତରେ ଯାଇଥିବା ପାଇପ୍‌ରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇ ନୂଆ ପାଇପ୍‌ ଜରିଆରେ ପାନୀୟ ଜଳ ଯୋଗାଣ କରାଯିବାର ଆବଶ୍ୟକତା ଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେପଟେ ଝାଡ଼ାବାନ୍ତି ବ୍ୟାପିବା ଘଟଣା ଜଣାପଡିବା ପରେ ଜନସ୍ବାସ୍ଥ୍ୟ ବିଭାଗର ବଳିଆପଣ୍ଡା ସେକ୍ସନ ଆସିଷ୍ଟାଣ୍ଟ ମ୍ୟାନେଜର ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡ୍ରେନ୍‌ ଭିତରେ ଯାଇଥିବା ପାଇପ୍‌ ଗୁଡ଼ିକ ଚିହ୍ନଟ କରି ନୂତନ ପାଇପ୍‌ ଯୋଗେ ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯାଉଥିବା ୱାଟ୍‌-କୋ ଆସିଷ୍ଟାଣ୍ଟ ମ୍ୟାନେଜର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଆରଡିସି ଓ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା - DIARRHEA OUTBREAK IN HIRAKUD

ଗତ ୨୦୨୨ ମସିହା ଡିସେମ୍ବର ମାସରେ ପୁରୀ ବାସେଳୀ ସାହି, ମିଶ୍ର ସାହି ଆଦି ଅଞ୍ଚଳରେ ଦୂଷିତ ପାନୀୟ ଜଳ ଯୋଗୁଁ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ଉକ୍ତ ଘଟଣା ପରେ ପୁରୀ ସହରରେ ପାଇପ୍‌ ଯୋଗେ ଜଳଯୋଗାଣ ବ୍ୟବସ୍ଥାକୁ ସୁଧାରିବା ପାଇଁ ୱାଟ୍‌-କୋ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ମାତ୍ର ୧ ବର୍ଷ ପରେ ପୁଣି ପୁରୀ ସହରରେ ଦୂଷିତ ପାନୀୟ ଜଳ ଯୋଗୁଁ ଝାଡ଼ାବାନ୍ତି ବ୍ୟାପିବା ୱାଟ୍‌-କୋ ଅବହେଳାକୁ ପ୍ରମାଣିତ କରିଛି । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରୀ ୱାଟ୍‌-କୋ ଏ ଦିଗରେ ସଠିକ୍ ଢଙ୍ଗରେ କାର୍ଯ୍ୟ କରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ କାର୍ଯ୍ୟରେ ଅବହେଳା କରିଥିବା ୱାଟ୍‌-କୋ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.