ETV Bharat / state

ପ୍ରତିଷ୍ଠା ହେବ ଭାଷା ଆୟୋଗ, ନିର୍ମାଣ ହେବ ଅସ୍ମିତା ଭବନ: ବିଭାଗୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ - Suryabanshi Suraj review meeting - SURYABANSHI SURAJ REVIEW MEETING

Suryabanshi Suraj makes a departmental review: ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଲେ ସମୀକ୍ଷା ବୈଠକ । ଜନସାଧାରଣଙ୍କ ଆଶ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ଜନସାଧାରଣଙ୍କ ଆଶ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱ
ଜନସାଧାରଣଙ୍କ ଆଶ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱ (ETV Bharat Odisha)
author img

By ETV Bharat Odisha Team

Published : Jun 18, 2024, 9:00 AM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଛି ଏହି ସମୀକ୍ଷା ବୈଠକ । ବୈଠକରେ ମନ୍ତ୍ରୀ ବିଭାଗ ପକ୍ଷରୁ ଜାରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହାସହ ଜନସାଧାରଣଙ୍କ ଆଶ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇଛନ୍ତି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ନିର୍ଦ୍ଦେଶକ ଦିଲୀପ ରାଉତରାୟ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୁଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।

ବିଭାଗୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ
ବିଭାଗୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ (ETV Bharat Odisha)

ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ନୂତନ ସରକାର ସଙ୍କଳ୍ପବଦ୍ଧ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଏହି ବିଭାଗ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ଗୁରୁ ଭୂମିକା ତୁଲାଉଛି । ତେଣୁ ଏହାର କାର୍ଯ୍ୟଧାରା ଓଡିଶାବାସୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଅନୁଭୂତି ଆଣିଦେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକରେ ଓଡ଼ିଆରେ ନାମଫଳକ ଲେଖା ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଭାଷା ଆୟୋଗ ପ୍ରତିଷ୍ଠା, ସଂସ୍କୃତି ଓ ଐତିହ୍ୟ ନୀତି ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରଣୟନ, ସାହିତ୍ୟ ଏକାଡେମୀର ବାକିଥିବା ପୁରସ୍କାର ପ୍ରଦାନ ଏବଂ ବିଭିନ୍ନ ଏକାଡେମୀର କାର୍ଯ୍ୟନିର୍ବାହୀ କମିଟି ଗଠନ ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜିଠୁ ବିଧାନସଭା ଅଧିବେଶନ: ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ, ବଛାଯିବେ ବାଚସ୍ପତି - ODISHA ASSEMBLY SESSION TODAY

ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ଓ ବର୍ତ୍ତମାନ ଜୀବିତ ଥିବା ରାଜ୍ୟର ସମସ୍ତ ‘ପଦ୍ମ ପୁରସ୍କାର’ ବିଜେତାମାନଙ୍କୁ ସମୟାନୁଯାୟୀ ସହାୟତା ରାଶି ପ୍ରଦାନ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଏକ ଅସ୍ମିତା ଭବନ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନେବାକୁ ସେ କହିଛନ୍ତି । ସେହିଭଳି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା 100ଦିନରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଗୁରୁତ୍ଵପୂର୍ଣ୍ଣ ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ଲୋକମାନେ କିପରି ସର୍ବୋତ୍କୃଷ୍ଟ ସୁଫଳ ପାଇପାରିବେ ସେଥିପାଇଁ ଯତ୍ନବାନ ହେବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବିଭାଗ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନର ଅଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.