ETV Bharat / state

ରାଜ୍ୟରେ କୋହଲା ପାଗକୁ ଝିପିଝିପି ବର୍ଷା, ଆହୁରି 3 ଦିନ ବର୍ଷିବ - ଓଡ଼ିଶାରେ ବର୍ଷା

Odisha Weather Update: ରାଜ୍ୟରେ କୋହଲା ପାଗକୁ ଝିପିଝିପି ବର୍ଷା । ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଆସନ୍ତା 23 ଓ 24 ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ । ଅଧିକ ପଢ଼ନ୍ତୁ

କୋହଲା ପାଗକୁ ଝିପିଝିପି ବର୍ଷା
କୋହଲା ପାଗକୁ ଝିପିଝିପି ବର୍ଷା
author img

By ETV Bharat Odisha Team

Published : Jan 22, 2024, 5:46 PM IST

କୋହଲା ପାଗକୁ ଝିପିଝିପି ବର୍ଷା

ଭୁବନେଶ୍ବର: ରାଜ୍ୟରେ ପାଣିପାଗର ପରିବର୍ତ୍ତନ । ବିଭିନ୍ନ ଅଞ୍ଚଳରେ କୋହଲା ପାଗକୁ ଝିପିଝିପି ବର୍ଷା ହୋଇଛି । ଗତକାଲି ଠାରୁ ଆରମ୍ଭ ହୋଇଛି ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ଲାଗି ରହିଛି ବର୍ଷା । ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ରହିବ ।

ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଏହା ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ କ୍ରମାଗତ ରାଜ୍ୟକୁ ପ୍ରବେଶ କରିଛି । ଏହା ପ୍ରଭାବରେ ଗତ କିଛି ଦିନ ଧରି ରାଜ୍ୟର କେତେକ ଅଞ୍ଚଳରେ ସାମାନ୍ୟରୁ ହାଲୁକା ଧରଣର ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା 23 ଓ 24 ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲା ସହ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ଅଧିକ ରହିବ । ସେହିପରି ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିବାଗ କେନ୍ଦ୍ର ।

ତେବେ ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବ । ଆସନ୍ତା ୨୬ ତାରିଖରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି । ଟ୍ବିନ ସିଟି କଟକ ଏବଂ ଭୁବନେଶ୍ବରରେ କୋହଲା ପାଗ ସହ ଲାଗି ରହିଛି ଝିପିଝିପି ବର୍ଷା । ଯାହା ଜନଜୀବନକୁ କିଛି ମାତ୍ରାରେ ପ୍ରଭାବିତ କରିଛି । ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ ଘନ କୁହୁଡ଼ିର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଢେଙ୍କାନାଳ ,ବାଲେଶ୍ଵର, ଭଦ୍ରକ,ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁରରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ....ବଙ୍ଗୋପସାଗର ସକ୍ରିୟ ଗୁରୁଚାପ, ବଢିଛି ତାପମାତ୍ରା କମିବ ଶୀତ

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ମେଘୁଆ ପାଗ ରହିଥିଲା । ଯାହା ଆଜି ବି ଜାରି ରହିଛି । ଏହିକ୍ରମରେ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ଢେଙ୍କାନାଳର ହିନ୍ଦୋଳ ଠାରେ ୪୭. ୦୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଢେଙ୍କାନାଳର ଭୁବନ ଠାରେ ୨୭ ମିଟର ବର୍ଷା ରେକର୍ଡ ହୋଇଛି । ଟ୍ବିନ ସିଟି ଭୁବନେଶ୍ବରରେ ୫.୧ ମିମି ଓ କଟକରେ ୩.୮ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.