ETV Bharat / state

ରାଜ୍ୟରେ ଆହୁରି ୨ଦିନ ବର୍ଷିବ ! - Weather Update

Weather Update: ଆସନ୍ତା ୨ ଦିନ ଯାଏଁ ଉପକୂଳ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବର୍ଷା ଜରି ରହିବ । ହେଲେ 4 ଦିନ ପରେ ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ଆହୁରି ୨ଦିନ ବର୍ଷିବ !
ରାଜ୍ୟରେ ଆହୁରି ୨ଦିନ ବର୍ଷିବ !
author img

By ETV Bharat Odisha Team

Published : Mar 8, 2024, 9:53 PM IST

ରାଜ୍ୟରେ ଆହୁରି ୨ଦିନ ବର୍ଷିବ !

ଭୁବନେଶ୍ବର: ଗରମରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି (ଶୁକ୍ରବାର) ଦିନ ଅପରାହ୍ନରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ରେକର୍ଡ କରାଯାଇଛି । ଦିନରେ ତାପମାତ୍ରା ସାମାନ୍ୟ କମିବା ସହ ମେଘୁଆ ପାଗ ରହିଥିଲା । ଆଜି ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଦେଖାଯାଇଛି । ଦକ୍ଷିଣ ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ସୂଚନା ମିଳିଛି । ଯାହା ଫଳରେ କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର,ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ କନ୍ଧମାଳ କଳାହାଣ୍ଡି ରାୟଗଡା ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି । ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେପରିକି କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ବଲାଙ୍ଗୀର,ବୌଦ୍ଧ, ନବରଙ୍ଗପୁରରେ ମଧ୍ୟ ହାଲୁକା ବର୍ଷାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିିପାଗ ବିଭାଗ । ଆସନ୍ତା ୨ ଦିନ ଯାଏଁ ଉପକୂଳ ସାଙ୍ଗକୁ ବିଭିନ୍ନ ସ୍ଥାନରେ ବର୍ଷା ଜରି ରହିବ ।

ସେହିପରି ଆସନ୍ତା ୪ ଦିନ ଯାଏଁ ଘୂର୍ଣ୍ଣିବଳୟ ପ୍ରଭାବରେ ଦିନ କିମ୍ବା ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ୪ ଦିନ ପରେ ଅର୍ଥାତ୍ ୧୧ ତାରିଖରୁ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ କ୍ରମଶଃ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଫଳରେ ୧୧ ତାରିଖରୁ ପୁଣି ପ୍ରବଳ ଖରା ସାଙ୍ଗକୁ ତାପମାତ୍ରାରେ ବୃଦ୍ଧି ଘଟିବା ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ସର୍ବାଧିକ ବାଙ୍କୀରେ ୩୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ .....ଗରମରୁ ସାମାନ୍ୟ ଆଶ୍ବସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା

ତେବେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ରାଜ୍ୟରେ ତାମମାତ୍ରା ବୃଦ୍ଧି ଘଟିଥିଲା ।ଏବେ ଦକ୍ଷିଣ ଓଡ଼ିଶାରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ସାମାନ୍ୟ ବର୍ଷା ହେବା ପରେ ଆଶ୍ବସ୍ତି ମଳିଛି । ହେଲେ 4 ଦିନ ପରେ ପୁଣି ଥରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଆକଳନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.