ETV Bharat / state

ରାଜଧାନୀରେ ଆରମ୍ଭ ହେଲା ଲେଟସ୍ ଡ୍ରାଇଭ, ଏବେ ଟିଫିନ ଖର୍ଚ୍ଚରେ ବୁଲିହେବ ଭୁବନେଶ୍ୱର

author img

By ETV Bharat Odisha Team

Published : Mar 6, 2024, 8:06 PM IST

Lets Drive Scooty Service Launched in Bhubaneswar: ଏବେ ଭୁବନେଶ୍ୱରରେ ଲେଟସ ଡ୍ରାଇଭ୍ ନାମକ ସଂସ୍ଥା ଜଳଖିଆ ଦାମର ଭଡାରେ ଦୁଇ ଚକିଆ ଇଭି ସ୍କୁଟର ସର୍ଭିସ ଦେଉଛି । ଯେଉଁଥିରେ ଜାପାନିଜ କମ୍ପାନୀ MBSI ବ୍ୟବସାୟିକ ଭାଗିଦାରିର ପୁଞ୍ଜିନିବେଶର ହାତ ବଢାଇ ଚୁକ୍ତି କରିଛନ୍ତି । ଅଧିକ ପଢ଼ନ୍ତୁ,

ରାଜଧାନୀରେ ଆରମ୍ଭ ହେଲା ଲେଟସ୍ ଡ୍ରାଇଭ
ରାଜଧାନୀରେ ଆରମ୍ଭ ହେଲା ଲେଟସ୍ ଡ୍ରାଇଭ
ରାଜଧାନୀରେ ଆରମ୍ଭ ହେଲା ଲେଟସ୍ ଡ୍ରାଇଭ

ଭୁବନେଶ୍ବର: ଏଥର ମନ୍ଦିର ମାଳିନି ବୁଲିବା ହେବ ସହଜ। ଆଉ ରହିବନି ପବ୍ଲିକ ଟ୍ରାନ୍ସପୋର୍ଟରେ ଯିବା ଆସିବାର ଟେନସନ। ଏବେ ଭୁବନେଶ୍ୱରରେ ଜଳଖିଆ ଦାମର ଭଡାରେ ମିଳୁଛି ଦୁଇ ଚକିଆ ଇଭି ସ୍କୁଟର। ଲେଟସ ଡ୍ରାଇଭ୍ ନାମକ ସଂସ୍ଥା ଏହିଭଳି ସୁବିଧା ରାଜଧାନୀରେ ଯୋଗେଇ ଦେଉଛି । ଓଡିଆ ଯୁବକଙ୍କ ଏପରି ଶିଳ୍ପ ପ୍ରୟାସ ଦେଖି ଜାପାନିଜ କମ୍ପାନୀ MBSI ବ୍ୟବସାୟିକ ଭାଗିଦାରିର ପୁଞ୍ଜିନିବେଶର ହାତ ବଢାଇ ଚୁକ୍ତି କରିଛନ୍ତି । କର୍ମଜୀବୀଙ୍କ ଯିବାଆସିବା ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ସୁବିଧା ଆଣିଛି ରାଇଡ ସେୟାରି ଇଭି ସ୍କୁଟର ସର୍ଭିସ ସଂସ୍ଥା।ଯାହାକି ଲେଟସ ଡ୍ରାଇଭ ନାମକ ଏକ ଆପ ଜରିଆରେ ଉପଲବ୍ଧ ହେଉଛି । ଅନଲାଇନ ମାଧ୍ୟମରେ ଆପଣ ଯେଉଁଠି ଥାଇ ମଧ୍ୟ ବୁକିଂ କରି ପାରିବେ ।

ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଓ ଡ୍ରାଇଭିଂ ପାଇଁ ଲାଇସେନ୍ସର ପ୍ରମାଣ ଦାଖଲ କରି କମ ଦାମରେ ଇଭି ସ୍କୁଟରରେ ଭୁବନେଶ୍ୱର ବୁଲିପାରିବେ । ତେବେ ଏହା ମିନିଟ ତଥା ମାସିକ ହିସାବରେ ମଧ୍ୟ ଉପଲବ୍ଧ ରହିଛି । ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହିଭଳି କମ୍ପାନୀଙ୍କୁ ମିଳିଛି ବିଦେଶୀ ସହାୟତା । ଜାପାନର ମୋଟୋ ବିଜନେସ ସର୍ଭିସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼(MBSI) ନାମକ ସଂସ୍ଥା ପକ୍ଷରୁ ଏହି ପ୍ରୋଜେକ୍ଟ ପାଇଁ ପୁଞ୍ଜିନିବେଶ କରିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛି । ଆଜିର ଚୁକ୍ତିନାମାରେ ୪୦ଟି ସ୍କୁଟର ପାଇଁ ଆର୍ଥିକ ପୁଞ୍ଜିନିବେଶ କରିଛି MBSI ସଂସ୍ଥା।ତେବେ ଆଗକୁ କମ୍ପାନି ୨୦ହଜାରରୁ ଅଧିକ ଗ୍ରାହାକଙ୍କ ପାଇଁ ଏଭଳି ସେବା ଯୋଗାଇବାକୁ ଲକ୍ଷ ରଖିଛି। ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଆଇଟି କମ୍ପାନି ଓ କର୍ପୋରେଟ ହାଉସ ସହ ଏଭଳି ସେବା ଯୋଗାଇବା ପାଇଁ ମଧ୍ୟ ସହବନ୍ଧିତା କରାଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ପଟିଆର ଏଥର ଇଭି ସୋ ରୁମ ଆଗରେ ଏହି ଲେଟସ ଡ୍ରାଇଭ ସେବାର ହ୍ୟାଣ୍ଡ ଓଭର କାର୍ଯକ୍ରମ ହୋଇଛି। ଯେଉଁଠି କମ୍ପାନିର କର୍ମଚାରୀ ସହ ନିବେଶକାରି ମଧ୍ୟ ଉପସ୍ଥିତ ଥିଲେ। ଆଗକୁ ଓଲା ଉବେର ଓ ରାପିଡୋ ଭଳି ପେଟ୍ରୋଲ ଓ ଡିଜେଲ୍ ଟ୍ୟାକ୍ସି ରାଇଡ ସେୟାର ଭାବେ ଏହି ସଂସ୍ଥା ସ୍ବଳ୍ପ ମୁଲ୍ୟରେ ଲୋକଙ୍କ ଯାତାୟତରେ ସହଯୋଗ ହୋଇପାରିବ ବୋଲି କମ୍ପାନିର କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ

ଏନେଇ MBSI କମ୍ପାନିର ଏମଡି ନକାଓ କହିଛନ୍ତି, ‘‘ଭାରତୀୟ ଲୋକଙ୍କ ଜୀବନ ଯାତ୍ରାରେ ଏକ ସୁଧାର ଆଣିବା ଓ ବିଶେଷ କରି ମହିଳାଙ୍କ ଯାତ୍ରାରେ ଏଭଳି ଏକ ସେବା ଆହୁରି ସହାୟକ ହେବ। ତେବେ ଏହି ସେବାରେ ତାଙ୍କର କମ୍ପାନିର ବିନିଯୋଗ ବା ପୁଞ୍ଜିନିବେଶ ଇଭି ସ୍କୁଟର ସର୍ଭିସ ସଂସ୍ଥା ପାଇଁ ସହାୟକ ହେବ ।’’

ତେବେ ଏହି କମ୍ପାନୀରେ ନିବେଶ କରି ସେ ବେଶଖୁସିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ଲେଟସ ଡ୍ରାଇଭର ସହ ପ୍ରତିଷ୍ଠାତା ଅଙ୍କୁର କହିଛନ୍ତି, ‘‘ଆଗରୁ ଇଭି ଗାଡି ନଥିଲା ଏବେ ନୂତନ ଭାବରେ ଏହା ବଜାକୁ ଆସୁଛି। ଆଗରୁ କଲୋମିଟର ପିଛା ପେଟ୍ରୋଲ ଗାଡିରେ ସର୍ଭିସ ମିଳୁଥିଲା । ଟେକ୍ନୋଲୋଜି କାରଣରୁ ଶକ୍ତି ଅପଚୟ ଆଧାରରେ ଆପଣଙ୍କୁ ଦାମ ଦେବାକୁ ପଡିବ। ଭୁବନେଶ୍ୱର ଏବେ ବହୁତ ଗୁଡ଼ିଏ ଆଇଟି କମ୍ପାନି ଆସୁଛି ଏବଂ ବହୁତ ଛାତ୍ର ଛାତ୍ରୀ ମଧ୍ୟ ଏଠାରେ ପାଠ ପଢ଼ିବାକୁ ଆସନ୍ତି । ତେବେ ସେହି ସବୁ ଗ୍ରୁପର ୟୁଥଙ୍କୁ ଦୃଷ୍ଟିରେ ରଖି ଏଭଳି ଇଭି ସ୍କୁଟର ସର୍ଭିସ ବା ଲେଟସ ଡ୍ରାଇଭ୍ ସେବା ଯୋଗାଉଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.