ETV Bharat / state

ଓଡ଼ିଶାରେ କମୁଛି କଲରାପତରିଆ, ୪ ବର୍ଷରେ କମିଛନ୍ତି ୧୯୨

author img

By ETV Bharat Odisha Team

Published : Mar 1, 2024, 8:50 AM IST

Leopard Population Status: NTCAରେ କଲରାପତରିଆ ବାଘ ତଥ୍ୟ ଚିନ୍ତା ଜନକ । ଓଡିଶାରେ ୪ ବର୍ଷରେ କମିଛନ୍ତି ୧୯୨ଟି କଲରାପତରିଆ । ଅଧିକ ପଢନ୍ତୁ

Leopard
Leopard

ଭୁବନେଶ୍ୱର: ଓଡ଼ିଶାରେ ଅସୁରକ୍ଷିତ କଲରାପତରିଆ ବାଘ । ୪ ବର୍ଷରେ କମିଛନ୍ତି ୧୯୨ଟି କଲରାପତରିଆ । ୨୦୧୮ ମସିହା ରାଜ୍ୟରେ ୭୬୦ କଲରାପତରିଆ ଥିଲେ । ୨୦୨୨ରେ ତାହା ୫୬୮ ସଂଖ୍ୟାକୁ ଖସି ଆସିଥିବା NTCAର ଷ୍ଟାଟସ ଅଫ୍‌ ଲିଓପାର୍ଡସ ଇନ୍‌ ଇଣ୍ଡିଆ-୨୦୨୨ରୁ ଏହି ତଥ୍ୟ ପ୍ରକାଶ ପାଇଛି । ଗୋଟିଏ ପରେ ଦେଶରେ କଲରାପତରିଆଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି ।

ରାଜ୍ୟରେ ୫୨ ହଜାର ୧୫୬ କିଲୋମିଟର ଜଙ୍ଗଲ ଆବରଣ ରହିଛି । ଯାହା ରାଜ୍ୟର ମୋଟ କ୍ଷେତ୍ରର ୩୩.୫୦ ପ୍ରତିଶତ ଅଟେ। ବିଶେଷ ଭାବରେ କଲରାପତରିଆ ସ୍ଥାନ କେବଳ ସଂରକ୍ଷିତ ଜଙ୍ଗଲ (PAs) ଏବଂ ଏହାର ସଂଲଗ୍ନ ଜଙ୍ଗଲ ମଧ୍ୟରେ ଏହି ରିପୋର୍ଟ କରାଯାଇଛି । ପୂର୍ବ ରିପୋର୍ଟ ଆଧାରରେ ଦିଆଯାଇଥିବା ତଥ୍ୟ ଅନୁସାରେ ସେହି ଅଞ୍ଚଳରୁ ଚିତାବାଘର ସ୍ଥାନ ହ୍ରାସ ପାଉଛି । ବିଶେଷ ଭାବରେ ଓଡ଼ିଶାରେ ଶିମିଳିପାଳ ଓ ସାତକୋଶିଆ ଅଞ୍ଚଳରେ ସର୍ଭେ କରାଯାଇଥିଲା । ଉଭୟ ଟାଇଗର ରିଜର୍ଭରୁ କଲରାପତରିଆ ବାସସ୍ଥଳୀ ଯଥେଷ୍ଟ ବୃଦ୍ଧି ପାଇଛି । ଟାଇଗର ରିଜର୍ଭ ବାହାରେ ପ୍ରଭାବଶାଳୀ ପାଟ୍ରୋଲିଂ, ଶିକାରୀଙ୍କ ଉପରେ କଡା ନଜର ଏବଂ ବାସସ୍ଥାନ ପରିଚାଳନା ପାଇଁ ମଧ୍ୟ ଉଦ୍ୟମ କରିବା ଉଚିତ ।

ଏହା ମଧ୍ୟ ପଢନ୍ତୁ- ଶିମିଳିପାଳରେ ବଢିଛି, ରାଜ୍ୟରେ କମିଛି ବାଘ ସଂଖ୍ୟା: ବ୍ୟାଘ୍ର ସଂରକ୍ଷଣ ଯୋଜନାକୁ ନେଇ ବିରୋଧୀଙ୍କ ପ୍ରଶ୍ନ

NTCAର ଷ୍ଟାଟସ ଅଫ୍‌ ଲିଓପାର୍ଡସ ଇନ୍‌ ଇଣ୍ଡିଆ ଦେଶବ୍ୟାପୀ କଲରାପତରିଆ ବାଘ ସଂଖ୍ୟା ନେଇ ସର୍ଭେ କରି ରିପୋର୍ଟ ଦେଇଛି । ଭାରତର ୨୦ଟି ରାଜ୍ୟକୁ ନେଇ ସର୍ଭେ କରାଯାଇଥିଲା । ୨୦୧୮ରେ ଭାରତରେ ୧୨ ହଜାର ୮୫୨ କଲରାପତରିଆ ରହିଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧୩ ହଜାର ୮୪୭ରେ ପହଞ୍ଚିଥିଲା । ବିଶେଷ ଭାବରେ ଓଡ଼ିଶାରେ ସାତକୋଶିଆ ଏବଂ ଶିମିଳିପାଳ ରେ ୮୦ ଏବଂ ୯୧ ଚିତା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ-International Tiger Day: ରାଜ୍ୟରେ କମିଲା ବାଘ ସଂଖ୍ୟା, ଶିମିଳିପାଳରେ ବୃଦ୍ଧି
ସୂଚନା ଅନୁଯାୟୀ, ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ରାଜ୍ୟର ପ୍ରଥମ ବାଘ ଗଣନା ରିପୋର୍ଟରେ ରାଜ୍ୟରେ ୩୦ଟି ମହାବଳ ଓ ୮ଟି ଶାବକ ଥିବା ଜଣାପଡିଛି । ସେଥିରୁ ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.