ETV Bharat / state

ପଞ୍ଚଭୂତରେ ବିଲୀନ ହେଲେ ଦାମୋଦର ରାଉତ, ମୁଖାଗ୍ନି ଦେଲେ ପୁଅ - Damodar Rout Last rites

author img

By ETV Bharat Odisha Team

Published : Mar 23, 2024, 7:11 AM IST

Last rites of Damodar Rout: ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ମରଶରୀର । ପୁରୀ ସ୍ବର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ

Etv Bharat
Etv Bharat
ପଞ୍ଚଭୂତରେ ବିଲୀନ ହେଲେ ଦାମୋଦର ରାଉତ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ । ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ରାତ୍ରି ପ୍ରାୟ ୧୧ ଟା ୩୦ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ବଡ ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଛନ୍ତି । ଦାମ ରାଉତ ଅମର ରହେ ଧ୍ୱନିରେ କମ୍ପିଥିଲା ସ୍ଵର୍ଗଦ୍ଵାର । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ଅନ୍ତିମ ସଂସ୍କାର ବେଳେ ପାରାଦ୍ୱୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ । ପୁରୀ ଏସପି ପିନାକ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଯୁବ ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ସ୍ୱର୍ଗତ ଦାମ ରାଉତ ଜଣେ ବିଚକ୍ଷଣ ଓ ସ୍ପଷ୍ଟବାଦୀ ନେତା ଭାବରେ ରାଜ୍ୟ ରାଜନୀତିରେ ବେଶ ପରିଚିତ ଥିଲେ । ଏମିତିକି ସରକାରୀ ଦଳରେ ଥାଇ ବି ନିଜ ଦଳ ନେତାଙ୍କ ବିରୋଧରେ କହୁଥିବାର ନଜିର । ୨୦୧୮ରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ । ତେବେ ୭ ଥରର ବିଧାୟକ ଥିବା ଦାମ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଶେଷ ଥର ପାଇଁ ବାଲିକୁଦାରୁ ବିଜେପି ଟିକେଟରେ ଲଢ଼ିଥିଲେ ଦାମୋଦର ରାଉତ । ତେବେ ଜୀବନରେ ବାପା ଯେଉଁ ଲୋକପ୍ରିୟତା କମେଇଛନ୍ତି, ତାହା ହିଁ ସ୍ମରଣୀୟ ଏବଂ ଜଣେ ସଫଳ ଜନନାୟକ ଭାବରେ ସେ ମନେ ରହିବେ ବୋଲି କହିଛନ୍ତି ତାଙ୍କ ଝିଅ ପ୍ରୀତିନନ୍ଦା ଏବଂ ଶୁଭେଚ୍ଛୁ ।

ଏହା ମଧ୍ୟ ପଢନ୍ତୁ: ଅଫେରା ରାଇଜରେ ଓଡ଼ିଶା ରାଜନୀତିର ‘ମହାଦ୍ରୁମ’ ଦାମ ରାଉତ, ଜାଣନ୍ତୁ କେମିତି ଥିଲା ରାଜନୈତିକ ଯାତ୍ରା - Damodar Rout Political Carrier

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି (ଶୁକ୍ରବାର) ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ଦେହାନ୍ତ ହୋଇଥିଲା । ହସ୍ପିଟାଲରୁ ତାଙ୍କର ପାର୍ଥିବ ଶରୀର ପ୍ରଥମେ ସରକାରୀ ବାସଭବନ ନିଆଯାଇଥିଲା । ସେଠାରେ ଦଳୀୟ ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ମରଶରୀର ବିଧାନସଭା ଓ ଶଙ୍ଖ ଭବନରେ ପହଞ୍ଚିଥିଲା । ବିଧାନସଭା ପକ୍ଷରୁ ତାଙ୍କ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିବା ବେଳେ ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରୁ ପାର୍ଥିବ ଶରୀରକୁ ତାଙ୍କର କର୍ମଭୂମି ଜଗସିଂହପୁର ଜିଲ୍ଲାକୁ ନିଆଯାଇଥିଲା । ଏହାପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ବିଳମ୍ବିତ ରାତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.