ETV Bharat / state

ପାଣ୍ଡିଆନଙ୍କ ଶଳା କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ ଅଭିଯୋଗ, ସମ୍ପୃକ୍ତ ବିଜେଡି ନେତ୍ରୀ ଫେରାର - PANDIAN BROTHER IN LAW JOB FRAUD

author img

By ETV Bharat Odisha Team

Published : Aug 27, 2024, 8:49 AM IST

Updated : Aug 27, 2024, 10:05 AM IST

Job Fraud In The Nama of Brother in Law of VK Pandian: ଭିକେ ପାଣ୍ଡିଆନଙ୍କ ଶଳା ବୋଲି କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ ଅଭିଯୋଗ । ସମ୍ପୃକ୍ତ ବିଜେଡି ନେତ୍ରୀଙ୍କ ସମେତ ଦୁଇ ଫେରାର । ଜଣଙ୍କୁ ବାନ୍ଧିଲା ମାଲକାନଗିରି ପୋଲିସ । ଅଧିକ ପଢନ୍ତୁ

ପାଣ୍ଡିଆନଙ୍କ ଶଳା ବୋଲି କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ, ବିଜେଡି ନେତ୍ରୀ ମଧ୍ୟ ସାମିଲ
ପାଣ୍ଡିଆନଙ୍କ ଶଳା ବୋଲି କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ, ବିଜେଡି ନେତ୍ରୀ ମଧ୍ୟ ସାମିଲ (ETV Bharat Odisha)

ମାଲକାନଗିରି: ପୂର୍ବତନ 5ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଶଳା ବୋଲି ପରିଚୟ ଦେଇ ଚାକିରି ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ । ଏଥିରେ ଜଣେ ବିଜେଡି ନେତ୍ରୀ ମଧ୍ୟ ସମ୍ପୃକ୍ତି ଥିଲେ । ବିଭିନ୍ନ ଲୋକଙ୍କଠାରୁ ଚାକିରି ଓ ଅନ୍ୟ କିଛି କାମ କରାଇଦେବା ପାଇଁ ସଂଗ୍ରହ ହୋଇଥିଲା ଲକ୍ଷ ଲକ୍ଷ ଟଙ୍କା । ପରେ ଏସମ୍ପର୍କରେ ପଚାରିବାରୁ ମୁଳୁଥିଲା ଧମକ । ମାଲକାନଗିରିରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ଲମ୍ବିଥିଲା ଚେର । ହେଲେ ଏବେ କ୍ଷମତା ପରିବର୍ତ୍ତନ ହେବା ପରେ ଅଭିଯୋଗକାରୀ ଥାନାର ଦ୍ବାରସ୍ଥ ହେଲେ, ଜଣେ ଅଭିଯୁକ୍ତ ରମେଶ ରାଉତକୁ ପୋଲିସ ଗିରଫ କରିଛି । ଘଟଣାର କାର୍ପଟଦାର କୁହାଯାଉଥିବା ବିଜେଡି ନେତ୍ରୀ ଓ ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର ମାରିଛନ୍ତି । ମାଲକାନଗୁରୁ ମାଥିଲି ଥାନା ଏରିଆରେ ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି ।

  • ପାଣ୍ଡିଆନଙ୍କ ଶାଳକ ବୋଲି ପରିଚୟ ଦେଇଥିଲା ଅଭିଯୁକ୍ତ ରମେଶ

ଅଭିଯୋଗ ଅନୁସାରେ, ମାଲକାନଗିରି ଜିଲ୍ଲା ମାଥିଲି ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀ ନିଜର ଅନ୍ୟ ଦୁଇ ଜଣ ସହଯୋଗୀ ରମେଶ ଚନ୍ଦ୍ର ରାଉତ ଓ ଜୀବନ ସାହୁଙ୍କ ସାହାଯ୍ୟରେ ଏହି ଠକେଇ କରୁଥିଲେ । ରମେଶ ରାଉତଙ୍କୁ ସିଧାସଳଖ ଭି.କେ ପାଣ୍ଡିଆନଙ୍କ ଶଳା ବୋଲି ପରିଚୟ କରାଯାଉଥିଲା । ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିଲା । ସେ ହିଁ ସବୁ କାମ ବୁଝନ୍ତି ବୋଲି କୁହାଯାଉଥିଲା । ଏହି ଟିମ୍‌ ଜଣେ କି ଦୁଇ ଜଣ ନୁହନ୍ତି, ଅନେକ ଲୋକଙ୍କଠାରୁ ଅର୍ଥ ହଡପ କରିଥିବା ଜଣାପଡିଛି ।

ପାଣ୍ଡିଆନଙ୍କ ଶଳା ବୋଲି କହି ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଠକେଇ, ବିଜେଡି ନେତ୍ରୀ ମଧ୍ୟ ସାମି

  • ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଠକେଇ:-

ସ୍ଥାନୀୟ ବ୍ୟବସାୟୀ କାର୍ତ୍ତିକ ରାୟଙ୍କୁ ଇ-ସ୍କୁଟିର ଟେଣ୍ଡର କରାଇଦେବା ପ୍ରଲୋଭନ ଦେଖାଇ ୨୬ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ବେଳେ ନନ୍ଦ କିଶୋର ପୁହାଣଙ୍କଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଏବଂ ମାଧବ ହରେଶ କୁମାରଙ୍କଠାରୁ ପିଇଓ ଚାକିରି କରାଇ ଦେବା ପ୍ରଲୋଭନରେ ୧୦ଲକ୍ଷ ୧୦ହଜାର ଟଙ୍କା ଠକି ନେଇଥିଲା ଏହି ଗୋଷ୍ଠୀ । ଏହି ରାକେଟ କେବଳ ମାଲକାନଗିରିରେ ନୁହେଁ ବରଂ କୋରାପୁଟ ଓ କେନ୍ଦ୍ରାପଡାରେ ମଧ୍ୟ ଏଭଳି କାର୍ଯ୍ୟକଳାପରେ ସମ୍ପୃକ୍ତି ରହିଥିବା ଜଣାପଡିଛି । ତେବେ ଲକ୍ଷ ଲକ୍ଷ ଟଙ୍କା ଦେଇ ଠକାମୀର ଶିକାର ହେବା ପରେ ମଧ୍ୟ ବିଜେଡି ନେତ୍ରୀ ସସ୍ମିତାଙ୍କ ବିରୋଧରେ କେହି ମୁହଁ ଖୋଲୁନଥିଲେ । ପ୍ରଶ୍ନ କଲେ ସେମାନଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି । ଏବେ ମାଲକାନଗିରି ପୋଲିସ ରମେଶକୁ ଗିରଫ କରିବା ପରେ ଅନ୍ୟ ଦୁଇ ଫେରାର ଅଭିଯୁକ୍ତକୁ ଠାବ କରିବା ପାଇଁ ପ୍ରୟାସ ଜାରି ରଖିଛି । ସେମାନେ ପୋଲିସ କବଜାକୁ ଆସିବା ପରେ କେବେଠାରୁ ଏହି ଠକାମୀ ଚାଲିଥିଲା ଓ ଏଥିରେ କେତେଜଣ ଶିକାର ହୋଇଛନ୍ତି, ସେନେଇ ତଥ୍ୟ ସ୍ପଷ୍ଟ ହେବ ।

ଇଟିଭି ଭାରତ, ମାଲକାନଗିରି

Last Updated : Aug 27, 2024, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.