ETV Bharat / state

ସମସ୍ୟା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ; ନାହାନ୍ତି ଡାକ୍ତର, ନାହିଁ ଚିକିତ୍ସା ଉପକରଣ - Miserable Medical Facility

author img

By ETV Bharat Odisha Team

Published : Apr 17, 2024, 11:19 AM IST

Miserable Medical Facility In Rayagada: ରାୟଗଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନାହାଁନ୍ତି । ଏଠାରେ ଅଲଟ୍ରାସାଉଣ୍ଡ, ସିଟି ସ୍କାନ ଓ ଏଣ୍ଡୋସ୍କୋପି ସୁବିଧା ମଧ୍ୟ ନାହିଁ । ଅଧିକ ପଢନ୍ତୁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଳ ମାଳ ସମସ୍ୟା, ତାକ୍ତର ଓ ଚିକିତ୍ସା ଉପକରଣର ଅଭାବ

ରାୟଗଡା: ରାଜ୍ୟ ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ରାୟଗଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ସ୍ଥିତି ନକହିଲେ ଭଲ । ଉପରୁ ଚିକମିକ୍ ଦିଶୁଥିବା ଡାକ୍ତରଖାନାରେ ରହିଛି ମାଳ ମାଳ ସମସ୍ୟା । ଏଠାରେ ଡାକ୍ତର ପଦବୀ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଖାଲି ପଡିଛି ୫୦ ପ୍ରତିଶତରୁ ଅଧିକ ପଦ । ୧୨୮ ଡାକ୍ତର ପରିବର୍ତ୍ତେ ଅଛନ୍ତି ମାତ୍ର ୪୫ ଜଣ । ସେହିପରି ୧୪୨ ଷ୍ଟାଫ୍ ନର୍ସଙ୍କ ସ୍ଥାନରେ କାମ କରୁଛନ୍ତି ୭୬ ଜଣ । ଏଠାରେ ଅଲଟ୍ରାସାଉଣ୍ଡ, ସିଟି ସ୍କାନ, ଏଣ୍ଡୋସ୍କୋପି ସୁବିଧା ସାତ ସପନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରତିଦିନ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଏଠାକୁ ଆସୁଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରସୂତିଙ୍କ ଅବସ୍ଥା ନକହିବା ଭଲ । ରାୟଗଡାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ସ୍ବତନ୍ତ୍ର ମାତୃ ଶିଶୁ ଯତ୍ନ କେନ୍ଦ୍ର(ଏମସିଏଚ୍‌) ବିଲ୍ଡିଂ । ଗୋଟିଏ ବିଲ୍ଡିଂରେ ହିଁ ଚାଲିଛି ଡିଏଚ୍‌ଏଚ୍ ଓ ଏମସିଏଚ୍ । ଡିଏଚ୍‌ଏଚ୍‌ର ଗ୍ରାଉଣ୍ଡ ଫ୍ଲୋରରେ ବିଭିନ୍ନ ବିଭାଗର ଓପିଡି ଓ ଏମର୍ଜେନ୍ସି ୱାର୍ଡ ରହିଛି । ପ୍ରଥମ ଫ୍ଲୋରରେ ସ୍ତ୍ରୀ ଓ ପ୍ରସୂତି ବିଭାଗ କାର୍ଯ୍ୟ କରୁଛି । ଏଠାରେ ୩୦ ବେଡ୍ ଓ ପୁରୁଣା ବିଲ୍ଡିଂରେ ୧୫ ବେଡ ରହିଛି । ଏହାସହ ୮ଟି ସ୍ବତନ୍ତ୍ର କ୍ୟାବିନ୍ ରହିଛି । ଯାହାକି ପର୍ଯ୍ୟାପ୍ତ ନୁହେଁ ।

ରୋଗୀ ଓ ପ୍ରସୂତିମାନେ ବେଡଟିଏ ନପାଇ ଚଟାଣରେ ଶୋଉଥିବାର ବିକଳ ଦୃଶ୍ୟ ନିତି ଦେଖିବାକୁ ମିଳିଛି । ଦ୍ବିତୀୟ ଫ୍ଲୋରରେ ରହିଛି ସ୍ତ୍ରୀ ଓ ପ୍ରସୂତି ବିଭାଗର ଅପରେସନ ଥିଏଟର ସହ ଏନଆଇସିୟୁ । ଏନଆଇସିୟୁରେ ରହିଛି ୨୪ଟି ବେଡ୍ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମାତ୍ର ଡାକ୍ତର ଦୀର୍ଘ ବର୍ଷ ହେଲା ରହିଛନ୍ତି । ଏହି ବିଭାଗରେ ବହୁ ପଦବୀ ଖାଲି ପଡିଥିବା ବେଳେ ଡେପୁଟେସନରେ ଦୁଇ ଜଣ କାମ କରୁଥିବା ଜଣାଯାଇଛି । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ୭୦୦ରୁ ଅଧିକ ରୋଗୀ ଆସୁଛନ୍ତି । ଏଠାରେ ମେଡିସିନ, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଚକ୍ଷୁ, ଦନ୍ତ, ଇଏନଟି, ଚର୍ମ, ଏମସିଡି କ୍ଲିନିକ ରହିଛି । ହେଲେ ସର୍ଜରୀ, ସ୍କିନ ଓ ନିଶ୍ଚେତକ ଡାକ୍ତର ନଥିବାରୁ ରୋଗୀ ହଟହଟା ହେଉଛନ୍ତି । ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ।

ଏହା ମଧ୍ୟ ପଢନ୍ତୁ... ପଦାରେ ପଡିଲା ସରକାରୀ ବାହାସ୍ଫୋଟ, ଖଟିଆରେ ୨କିମି ବୁହା ହେଲେ ଆସନ୍ନ ପ୍ରସବା

ଖାଲି ସେତିକି ନୁହଁ ପାରାମେଡିକାଲ ଷ୍ଟାଫ ପଦ ମଧ୍ୟ ଅର୍ଦ୍ଧାଧିକ ଖାଲି ପଡିଛି । ଏଠାରେ ଥିବା ଦୁଇ ଜଣ ସର୍ଜରୀ ଡାକ୍ତରଙ୍କ ମୃତ୍ୟୁ ପରେ ଅପରେସନ ବନ୍ଦ ହୋଇଛି । ଜିଲ୍ଲା ସଦର ମହକୁମା ଠାରେ ଅତ୍ୟାଧୁନିକ ଅପରେସନ ଥିଏଟରଟିଏ ମଧ୍ୟ ନାହିଁ । ହେଲେ ନାମକୁ ମାତ୍ର ଏଠାରେ ୪ଟି ଭେଣ୍ଟିଲେଟର ଏବଂ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ଅଛି କିନ୍ତୁ ତାହା ରୋଗୀଙ୍କ ସେବାରେ ଆସୁନି । ସାଧାରଣ ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଫଳରେ ସେମାନେ ବାହାରେ ଘରୋଇ କ୍ଲିନିକରେ ଅଲଟ୍ରାସାଉଣ୍ଡ କରି ଅଧିକ ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଳିଛି । ସିଟି ସ୍କାନ ପାଇଁ ରୋଗୀଙ୍କୁ ବ୍ରହ୍ମପୁର କିମ୍ବା ପଡୋଶୀ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମର ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି । ଏଣ୍ଡୋସ୍କୋପି ସୁବିଧା ବି ଏଠାରେ ଉପଲବ୍ଧ ନାହିଁ । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଦିବା ସ୍ବପ୍ନ ।

ଯାହାକି ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ବହୁ ପଛରେ ପଡିଛି । ରୋଗୀଙ୍କୁ ବେଡ୍ ନମିଳିବାରୁ ସେମାନେ ତଳେ ଶୋଉଥିବା ଦେଖିବାକୁ ମିଳିଛି । ଡିଏଚଏଚ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ବହୁ ପୁରସ୍କାର ପାଇଛି । ବାହାରର ଚାକଚକ୍ୟକୁ ଦେଖି ଏହି ପୁରସ୍କାର ହାତେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଜିଲ୍ଲା ସଦର ମହକୁମାର ଡାକ୍ତରଖାନାର ସମସ୍ୟା ନେଇ ଆମେ ଯୋଗାଯୋଗ କରିଥିଲୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ । ଏନେଇ ସେ ମତାମତ ଦେବାକୁ ସିଧା ମନା କରିଦେଇଛନ୍ତି । ତେବେ କେବେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବ ତାହା ସମୟ କହିବ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.