ETV Bharat / state

ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ବିଭିନ୍ନ ଦାବିକୁ ନେଇ ଗର୍ଜିଲେ ଶ୍ରମିକ - ଶ୍ରମିକଙ୍କ ବିକ୍ଷୋଭ

Labour Protest : ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଶ୍ରମ ଅଫିସରଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

author img

By ETV Bharat Odisha Team

Published : Feb 6, 2024, 9:37 PM IST

ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱର: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବାଲେଶ୍ୱର ଜିଲ୍ଲା ଶ୍ରମ ଅଫିସରଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଦାବି କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ କିଛି କାର୍ଯ୍ୟକାରୀ ନହେଲେ ୨୨ ତାରିଖ ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟରେ ଡିଏଲସି (ଡିଭିଜିନାଲ ଲେବର କମିଶନର) ଏବଂ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡ଼ିଛି । ଫଳରେ ଲୋକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଆଜି ସେନେଇ ଶ୍ରମିକମାନଙ୍କ ଦ୍ୱାରା ବିକ୍ଷୋଭ କରାଯାଇଥିଲା । ବିକ୍ଷୋଭକାରୀମାନଙ୍କ ପକ୍ଷରୁ ସେହି ଖାଲି ଥିବା ପଦରେ ନିଯୁକ୍ତି ପାଇଁ ଦାବି କରାଯାଇଛି । କର୍ମଚାରୀ ଅଭାବରୁ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନରେ ବର୍ଷବର୍ଷ ଧରି ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏପରି କି ପଞ୍ଜିକରଣ ପ୍ରମାଣପତ୍ରର ବାର୍ଷିକ ନବୀକରଣ ସଠିକ୍ ସମୟରେ କରାଯାଇପାରୁ ନାହିଁ । ଶ୍ରମିକମାନଙ୍କ ପାଇଁ ପ୍ରଣିତ ଶ୍ରମ ଆଇନ ଓ ଶିଳ୍ପ ସଂପର୍କ ଆଇନଗୁଡ଼ିକ କାର୍ଯ୍ୟକାରୀ ହେଉ ନଥିବା ସଂସ୍ଥାଗୁଡ଼ିକର ମଧ୍ୟ ଦୀର୍ଘବର୍ଷ ଧରି ତଦନ୍ତ ହେଉନାହିଁ ।

ଅବସର ପରେ ଗ୍ରାଚ୍ୟୁଇଟି ଓ କାର୍ଯ୍ୟରତ ଶ୍ରମିକମାନଙ୍କୁ କ୍ଷତିପୂରଣ ମକଦ୍ଦମାଗୁଡ଼ିକ ବିଚାର ହୋଇପାରୁ ନାହିଁ । ଫଳରେ ଦୀର୍ଘବର୍ଷ ଧରି ପଡ଼ି ରହିଥିବା ସଂପର୍କରେ ଶ୍ରମିକନେତାମାନେ ବିକ୍ଷୋଭ ସମାବେଶରେ ପ୍ରକାଶ କରିଛନ୍ତି । ତେବେ ସେନେଇ ଶ୍ରମ ଅଫିସର ଶିବନାରାୟଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଉପସ୍ଥାପନ କରାଯାଇଥିବା ସମସ୍ତ ଦାବିଗୁଡ଼ିକ ପୂରଣ କରିବା ପାଇଁ କୁହାଯାଇଛି । ନହେଲେ ଆସନ୍ତା ୨୨ ତାରିଖ ଦିନ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ରାଜରାସ୍ତାକୁ ଓହ୍ଲାଇବ ଘରୋଇ ହୋମିଓପାଥି ଡ଼ାକ୍ତର ସଂଘ, ସାମିଲ ହେବେ 15 ହଜାରରୁ ଉର୍ଦ୍ଧ୍ୱ ଚିକିତ୍ସକ

ଶ୍ରମିକ କର୍ମଚାରୀମାନଙ୍କ ମିଳିତ ମଞ୍ଚ ଟିୟୁଏସିସିର ନେତୃତ୍ୱରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ସଂଗଠନ ପକ୍ଷରୁ ଶହଶହ ଶ୍ରମଜୀବୀ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମାବେଶରେ ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶର କାରଣ ଓ ଶ୍ରମ ବିଭାଗର ଅପାରଗତା ସଂପର୍କରେ ସୂଚନା ଦେଇଥିଲେ । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏଆଇଟିୟୁସିରୁ ଭାଗବତ ପ୍ରତିହାରୀ, ସିଆଇଟିୟୁରୁ ବିଜୟ ପାତ୍ର, ଟିୟୁସିସିରୁ ସର୍ବେଶ୍ୱର ମିଶ୍ର, ଏଚ୍ଏମ୍ଏସ୍ରୁ ପୀତାମ୍ବର ମାଝୀ, ଏଆଇସିସିଟିୟୁରୁ ଉମାକାନ୍ତ ଦାସ, ଆଇଏନ୍ଟିୟୁସିରୁ ଜୟନ୍ତୀ ତପସୀ, ସମବାୟ ବ୍ୟାଙ୍କ କର୍ମଚାରୀ ନେତା ବିଷ୍ଣୁ ପ୍ରସାଦ ମହାନ୍ତି ପ୍ରମୁଖ କାର୍ଯ୍ୟାଳୟର ଏମିତି ଅବସ୍ଥା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.