ETV Bharat / state

ରାଜଧାନୀରେ ଭାରତ ବନ୍ଦ ପ୍ରଭାବ; ଗର୍ଜିଲେ କୃଷକ-ଶ୍ରମିକ - ରାଜଧାନୀରେ ଭାରତ ବନ୍ଦ ପ୍ରଭାବ

Laborers and Farmers Union Protest in Bhubaneswar: ଦେଶବ୍ୟାପୀ ଶ୍ରମିକ ଓ କୃଷକ ସଂଗଠନର ବନ୍ଦ ପାଳନର ପ୍ରଭାବ ଓଡ଼ିଶାରେ ବି ଦେଖିବାକୁ ମିଳିଥିଲା । ୨୧ ଦଫା ଦାବି ନେଇ ରାଜଧାନୀ ଭୁବନେଶ୍ବରରେ ଶ୍ରମିକ ଓ କୃଷକମାନେ ଲୋୟର ପିଏମ୍‌ଜିରେ ମଧ୍ୟ ହରତାଳ କରିଥିଲେ । ଅଧିକ ପଢ଼ନ୍ତୁ

ରାଜଧାନୀରେ ଭାରତ ବନ୍ଦ ପ୍ରଭାବ
ରାଜଧାନୀରେ ଭାରତ ବନ୍ଦ ପ୍ରଭାବ
author img

By ETV Bharat Odisha Team

Published : Feb 16, 2024, 10:24 PM IST

ରାଜଧାନୀରେ ଭାରତ ବନ୍ଦ ପ୍ରଭାବ

ଭୁବନେଶ୍ବର: ଆଜି ଦେଶବ୍ୟାପୀ ଶ୍ରମିକ ଓ କୃଷକ ସଂଗଠନର ବନ୍ଦ ପାଳନର ପ୍ରଭାବ ଓଡ଼ିଶାରେ ବି ଦେଖିବାକୁ ମିଳିଥିଲା । ସାରା ଦେଶରେ କୃଷକଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବିଚାର ଓ ସେମାନଙ୍କର ଅଧିକାର ସମୂହ ୨୧ ଦଫା ଦାବି ନେଇ ସାରା ଦେଶରେ ଏହି ହରତାଳ ହୋଇଛି । ଶ୍ରମିକ ଓ କୃଷକମାନେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଭୁବନେଶ୍ବରର ଲୋୟର ପିଏମ୍‌ଜିରେ ମଧ୍ୟ ହରତାଳ କରିଥିବା ଦେଖିବାକୁ ମିଳିଥିଲା । ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡେରସନ ସମୂହ ପକ୍ଷରୁ ଏହି ହରତାଳ ଭୁବନେଶ୍ଵର ଦେଖିବାକୁ ମିଳିଥିଲା । ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଠାରେ ସମସ୍ତ ଦଳ ଏକାଠି ହୋଇ ବିରାଟ ଶୋଭାଯାତ୍ରାରେ ଆସି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ ସହ ହାଲ୍ଲାବୋଲ କରିଥିଲେ । ଏହି ଆନ୍ଦୋଳନକୁ ବାମଦଳ ସମେତ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଥିଲା ।

ତେବେ ଚାଷୀଙ୍କ ସ୍ବାର୍ଥରେ ବାଧକ ସାଜିଥିବା କେନ୍ଦ୍ର ସରକାରଙ୍କୁ ବିରୋଧ କରି ଏହି ହରତାଳ ମାଧ୍ୟମରେ ଗ୍ରାମୀଣ ଭାରତ ବନ୍ଦ କରାଯାଇଥିବା ବେଳେ ତାହା ସଫଳ ହୋଇଛି ବୋଲି କହିଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ଏଥିପାଇଁ ଗାନ୍ଧୀମାର୍ଗରେ କୃଷକ ମୋର୍ଚ୍ଚା ଓ ଟ୍ରେଡ୍‌ ୟୁନିୟନର ଶହ ଶହ ସଦସ୍ୟ ଏକାଠି ହୋଇ କେନ୍ଦ୍ର ସରକାର ବିରୋଧୀ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦେଶରେ ଚାଷୀଙ୍କ ସ୍ଵାର୍ଥରେ କେନ୍ଦ୍ର ସରକାର କାର୍ଯ୍ୟ କରୁନଥିବା ବେଳେ ଚାଷୀ ବିରୋଧୀ ମୋଦିଙ୍କୁ ଗାଦିଚ୍ୟୁତ କରିବାକୁ ସଂଘ ଆହ୍ବାନ କରିଛି । ତେଣୁ ଆଗକୁ ଯାଇ ଚାଷୀଙ୍କ ସୁବିଧା ସୁଯୋଗ ଓ ବିକାଶ ଦିଗରେ ଏହି ଜନବିରୋଧୀ ତଥା ଚାଷୀ ବିରୋଧୀ କେନ୍ଦ୍ର ସରକାରଙ୍କ ବିରୋଧରେ ସମସ୍ତେ ଏକାଠି ହୋଇ ଆନ୍ଦୋଳନ ଓ ହାଲ୍ଲାବୋଲ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କୃଷକ ସଂଗଠନର ଆଜି ଭାରତ ବନ୍ଦ, ସମର୍ଥନ କଲା କଂଗ୍ରେସ

ଦାବି ଗୁଡିକ ମଧ୍ୟରେ ଶ୍ରମିକ ବିରୋଧୀ ୪ଟି ଶ୍ରମ କାର୍ଡ ବାତିଲ, ଶ୍ରମିକମାନଙ୍କୁ ଅସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ସ୍ଥାୟୀ ନିଯୁକ୍ତି ଦେବା, ମାସିକ ସର୍ବନିମ୍ନ ଦରମା ୨୬ ହଜାର ଦେବା, ଏମ୍‌ଏସ୍‌ ସ୍ବାମୀନାଥନ ଜାତୀୟ କୃଷକ କମିଶନରଙ୍କ ସୁପାରିଶ ଅନୁସାରେ ଏମ୍‌ଏସ୍‌ପି ଲାଗୁ କରିବା ଭଳି ୨୧ଟି ଦାବି ରହିଛି । ତେବେ ସଂଯୁକ୍ତ କୃଷକ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡେରସନ ସମୂହ ପକ୍ଷରୁ ଏହି ଆନ୍ଦୋଳନ ଓ ହରତାଳ କରାଯାଉଥିବା ବେଳେ ଶ୍ରମିକ ଓ ଚାଷୀଙ୍କ ସ୍ବାର୍ଥ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି ଦାବି ଗୁଡିକୁ ପୂରଣ କରିବାକୁ ଦାବି କରିଛି ସଙ୍ଘ । ନହେଲେ ଜନବିରୋଧୀ ଉଭୟ ସରକାରଙ୍କୁ ସାରା ଦେଶ ଓ ରାଜ୍ୟରେ ବିରୋଧ ଜାରି ରହିବ ବୋଲି କହିଛନ୍ତି ଅଲ ଇଣ୍ଡିଆ କିଷାନ ସମୂହର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.