ETV Bharat / state

ଆଜି କନ୍ଧମାଳ ବନ୍ଦ ଡାକରା ପ୍ରତ୍ୟାହୃତ କଲା କୁଇ ସମାଜ - Kandhamal bandh called off

author img

By ETV Bharat Odisha Team

Published : Apr 16, 2024, 12:13 PM IST

Kandhamal bandh called off: ବାଲିଗୁଡା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କଲା କଂଗ୍ରେସ । ଫଳେ 12 ଘଣ୍ଟିଆ କନ୍ଧମାଳ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହୃତ କଲା କୁଇ ସମାଜ । ଅଧିକ ପଢନ୍ତୁ

KANDHAMAL BANDH CALLED OFF
KANDHAMAL BANDH CALLED OFF

ଫୁଲବାଣୀ: 3 ଆଦିବାସୀ ସଂରକ୍ଷିତ ଆସନରେ କଂଗ୍ରେସ ଓ ବିଜେପି ଅଣ ଆଦିବସୀଙ୍କୁ ପ୍ରାର୍ଥୀ କରିବା ବିରୋଧରେ କୁଇ ସମାଜ ଦେଇଥିବା କନ୍ଧମାଳ ବନ୍ଦ ଡକରାକୁ ପ୍ରତ୍ୟାହାର କରିନେଇଛି । କଂଗ୍ରେସ ବାଲିଗୁଡା ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କରି ଜଣେ ପ୍ରକୃତ ଆଦିବାସୀଙ୍କୁ ଟିକଟ ଦେଇଥିବାରୁ ଧନ୍ୟବାଦ ଜଣାଇଛି କୁଇ ସମାଜ । ଏଥିସହ ଫୁଲବାଣୀ ବିଧାୟକ ପ୍ରାର୍ଥୀ ଏବଂ ବିଜେପିର ବାଲିଗୁଡା ପ୍ରାର୍ଥୀଙ୍କୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଛି । ରାଜନୈତିକ ଦଳମାନେ ପ୍ରାର୍ଥୀ ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି କୁଇ ସମାଜ ସେବା ସମିତି । କୁଇ ସମାଜ ଏକ ଅଣ ରାଜନୈତିକ ସଂଗଠନ ବୋଲି ସମ୍ପାଦକ ଅବନୀ କୁମାର କହଁର ସ୍ପଷ୍ଟ କରିବା ସହିତ ଏହି ପଦକ୍ଷେପ ପଛରେ କୌଣସି ରାଜନୈତିକ ଅଭିସନ୍ଧି ନଥିବା କହିଛନ୍ତି ।

କଂଗ୍ରେସ ପକ୍ଷରୁ ବାଲିଗୁଡାରେ ଦିଆଯାଇଥିବା ପ୍ରାର୍ଥୀ ସୁରଦା ପ୍ରଧାନ ଜଣେ ଅଣ ଆଦିବାସୀ, ଫୁଲବାଣୀ ପ୍ରାର୍ଥୀ ପ୍ରତିଭା କହଁର ଏବଂ ବାଲିଗୁଡାର ବିଜେପି ପ୍ରାର୍ଥୀ କଳ୍ପନା କହଁର ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ ସମାଜ ଦ୍ବାରା ଗ୍ରହଣୀୟ ନୁହନ୍ତି ବୋଲି କୁଇ ସମାଜ ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ଆଜି ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲା କୁଇ ସମାଜ । ଇତିମଧ୍ୟରେ କଂଗ୍ରେସ ବାଲିଗୁଡାର ପ୍ରାର୍ଥୀ ବଦଳାଇ ଉପେନ୍ଦ୍ର ପ୍ରଧାନଙ୍କୁ ଟିକଟ ଦେଇଛି । ତେଣୁ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି । ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ବାଲିଗୁଡା କୁଇ କୂଳ ସମାଜ ସଭାପତି ମନୋଜ ମଲ୍ଲିକ ଓ ଯୁବ ପରିଷଦ ସଦସ୍ୟ ଗୋଲୋକ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ରାର୍ଥୀ ଚୟନକୁ କୁଇ ସମାଜର ବିରୋଧ, ଏପ୍ରିଲ 16ରେ କନ୍ଧମାଳ ବନ୍ଦ ଡାକରା - Kandhamal Kui Society

କନ୍ଧମାଳ ଜିଲ୍ଲା କୁଇ ସାମାଜ ସେବା ସମିତି ଫୁଲବାଣୀ, କୁଇ କୂଳ ସମିତି ବାଲିଗୁଡ଼ା, ନିଖିଳ ଉତ୍କଳ କୁଇ ସାମାଜ ୟୁନିଅନ ଜି.ଉଦୟଗିରି, କୁଇ ସାମାଜ ଯୁବ ପରିଷଦ କନ୍ଧମାଳ ମିଳିତ ଆନୁକୁଲ୍ୟରେ ଫୁଲବାଣୀ କୁଇ ସମାଜ ସେବା ସମିତି କାର୍ଯ୍ୟାଳୟରେ 2024 ସାଧାରଣ ନିର୍ବାଚନ ପ୍ରାର୍ଥୀ ଚୟନକୁ ବିରୋଧ କରାଯାଇଥିଲା । ଏନେଇ ଆଜି 12 ଘଣ୍ଟିଆ କନ୍ଧମାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ପ୍ରାର୍ଥୀ ଚୟନରେ ଅନିୟମିତତା କରିବାରେ ସହଯୋଗ କରିଥିବା ଅଭିଯୋଗ ଆଣି ବିଜେପି ଜିଲ୍ଲା ସଭାପତି, କଂଗ୍ରେସ ଜିଲ୍ଲା ସଭାପତି ଏବଂ ଜିଲ୍ଲା ବାହାର ପ୍ରାର୍ଥୀ ଭାବେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.