ETV Bharat / state

ଭାରତୀୟ ସେନାରେ ଲେଫ୍ଟନାଣ୍ଟ ହେବେ କୋରାପୁଟର ଶୁଭାଶିଷ - Koraput

Koraput youth selected as Lieutenant Officer in Indian Army: ଭାରତୀୟ ସେନାରେ ଲେଫ୍ଟନାଣ୍ଟ ହେବେ କୋରାପୁଟର ଏନସିସି କ୍ୟାଡେଟ ଛାତ୍ର ଶୁଭାଶିଷ । ଏକ ମାତ୍ର ଓଡିଆ ଭାବେ ସେନାରେ ସାମିଲ ହେବାକୁ ଆୟୋଜିତ ସର୍ବଭାରତୀୟ ସ୍ତର ପରୀକ୍ଷାରେ ହେଲେ କୃତକାର୍ଯ୍ୟ । ଅଧିକ ପଢନ୍ତୁ

ଲେଫ୍ଟନାଣ୍ଟ ଶୁଭାଶିଷ ରଥ
Subhasis Ratha
author img

By ETV Bharat Odisha Team

Published : Feb 13, 2024, 11:34 AM IST

Updated : Feb 13, 2024, 1:32 PM IST

Subhasis Ratha

କୋରାପୁଟ: ଭାରତୀୟ ସେନାରେ ଲେଫ୍ଟନାଣ୍ଟ ହେବେ କୋରାପୁଟର ଯୁବକ ଶୁଭାଶିଷ ରଥ । ମାତ୍ର 21 ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଛନ୍ତି । ଏନସିସି କ୍ୟାଡଟମାନଙ୍କ ପାଇଁ ସିଧାସଳଖ ଭାରତୀୟ ସେନାର ଅଫିସର ଭାବେ ଯୋଗ ଦେବା ଲାଗି ଅନୁଷ୍ଠିତ ସର୍ବଭାରତୀୟ ସ୍ତର ପରୀକ୍ଷାରେ 45 ଜଣଙ୍କ ମଧ୍ୟରେ ଶୁଭାଶିଷ 19 ନମ୍ବର ରାଙ୍କରେ ରହିଛନ୍ତି । ଏକମାତ୍ର ଓଡ଼ିଆ ଭାବେ ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବେ ଯୋଗ ଦେବେ ।

କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ର ହେଉଛନ୍ତି ଶୁଭାଶିଷ । ବିଦ୍ୟାଳୟରେ ପାଠ ପଢିବା ସମୟରେ ଏନସିସିରେ ଯୋଗ ଦେଇଥିଲେ । ସେହି ସମୟରେ ସ୍ଥଳସେନାରେ ଏନସିସି ତରଫରୁ ଆୟୋଜିତ ହେଉଥିବା କ୍ୟାମ୍ପରେ ସେ ଯୋଗ ଦେଉଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଅଲ ଇଣ୍ଡିଆ ଟ୍ରାକିଂରେ ଓଡ଼ିଶା କମାଣ୍ଡର ଭାବରେ ଜିଲ୍ଲାରେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ହୋଇ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଥିଲେ । ଆପଦମିତ୍ର ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଦୁଃସାହସିକ କାର୍ଯ୍ୟକ୍ରମରେ ଭାଗ ନେଇ ସମ୍ମାନିତ ମଧ୍ୟ ହୋଇଛନ୍ତି । ସେହିପରି ରକ୍ତଦାନ ଭଳି ଏକ ମହତ କାର୍ଯ୍ୟକ୍ରମରେ ୬୦ରୁ ଊର୍ଦ୍ଧ୍ୱ ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଇଛନ୍ତି ଶୁଭାଶିଷ ।

ଏହା ମଧ୍ୟ ପଢନ୍ତୁ-ସାବଧାନ ଶତ୍ରୁ ! ଭାରତୀୟ ସେନାରେ ସାମିଲ ହେବେ ଅଗ୍ନିବୀର

ଶୁଭାଶିଷ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବେ ପାଇଁ ଚୟନ ହେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ, ତାଙ୍କ ପରିବାର, ସହପାଠୀ ଖୁସି ପ୍ରକାଶ କରିଛନ୍ତି । ଏନସିିସିରେ ଯୋଗ ଦେଇ କରିଥିବା କଠିନ ପରିଶ୍ରମ ଓ ଭାରତୀୟ ସେନାରେ ଯୋଗ ଦେବାକୁ ଦେଖିଥିବା ସ୍ୱପ୍ନ ଆଜି ତାଙ୍କୁ ସଫଳତାରେ ପହଞ୍ଚାଇ ପାରିଥିବା ତାଙ୍କ ସହପାଠୀମାନେ କହିଛନ୍ତି । ମହାବିଦ୍ୟାଳୟରେ ଦିଆଯାଉଥିବା ସୁଯୋଗ ସହିତ ଶୁଭାଶିଷଙ୍କ ଭଳି ସଫଳ ବ୍ୟକ୍ତିତ୍ୱ ଛାତ୍ରଛାତ୍ରୀଙ୍କୁ ଅଧିକ ଅନୁପ୍ରାଣିତ କରିଛି ବୋଲି ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ଼ରେ ଯୋଗ ଦେଇଥିବା ସ୍ୱର୍ଣ୍ଣପ୍ରଭା ଖୁଣ୍ଟିଆ କହିଛନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ ପଟ୍ଟନାୟକ କହିଛନ୍ତି, ''କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏନସିସିରେ ଯୋଗଦେଇ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ପ୍ରତିବର୍ଷ ଆମ କଲେଜରୁ ପିଲାମାନେ ସାଧାରଣତନ୍ତ୍ର ଦିବସ ପରେଡ କରିବାକୁ ଯାଆନ୍ତି । ଚଳିତ ବର୍ଷ 3 ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଯାଇ ପରେଡରେ ସାମିଲ ହୋଇଥିଲେ । ଜାତୀୟ ସ୍ତରୀୟ କ୍ୟାମ୍ପରେ ମଧ୍ୟ ଅଂଶଗ୍ରହଣ କରନ୍ତି । ସେହିପରି ପୂର୍ବତନ ଛାତ୍ର ଶୁଭାଶିଷ ରଥ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି । NCC ସି ସାର୍ଟିଫିକେଟରେ ପାସ୍ ହେବା ପରେ ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ଦେଇଥିଲେ । ଏବେ ସେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବେ ଯୋଗ ଦେବେ । ''

ଇଟିଭି ଭାରତ, କୋରାପୁଟ

Last Updated : Feb 13, 2024, 1:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.