ETV Bharat / state

କୋଟିଆ ସୀମା ବିବାଦ: ଆଇନଗତ ଲଢ଼େଇ ନୁହେଁ, ଆନ୍ଧ୍ର-ଓଡ଼ିଶା ଆନ୍ତଃରାଜ୍ୟ ବୁଝାମଣା ପାଇଁ ବିଶେଷଜ୍ଞଙ୍କ ମତ - KOTIA BATTLE OF BORDERS

ଆନ୍ଧ୍ର-ଓଡ଼ିଶା ପ୍ରଶାସନିକ ଲଢ଼େଇରେ ପ୍ରଭାବିତ କୋଟିଆ ବାସିନ୍ଦା । କ’ଣ କହୁଛି ୧୯୪୫ ରାଜ୍ୟ ପରିସୀମା ମ୍ୟାପ ?

କେବେ ନିର୍ଦ୍ଧାରିତ ହେବ କୋଟିଆର ଭାଗ୍ୟ ! ଆଇନଗତ ଲଢେଇ ନୁହେଁ, ଆନ୍ତଃରାଜ୍ୟ ବୁଝାମଣା ପାଇଁ ବିଶେଷଜ୍ଞଙ୍କ ମତ
କେବେ ନିର୍ଦ୍ଧାରିତ ହେବ କୋଟିଆର ଭାଗ୍ୟ ! ଆଇନଗତ ଲଢେଇ ନୁହେଁ, ଆନ୍ତଃରାଜ୍ୟ ବୁଝାମଣା ପାଇଁ ବିଶେଷଜ୍ଞଙ୍କ ମତ (ETV Bharat Odisha)
author img

By ETV Bharat Odisha Team

Published : Dec 9, 2024, 12:47 PM IST

Updated : Dec 9, 2024, 2:25 PM IST

କୋରାପୁଟ: କେବେ ନିର୍ଦ୍ଧାରିତ ହେବ ଓଡିଶା-ଆନ୍ଧ୍ର ସୀମାନ୍ତ କୋଟିଆର ଭାଗ୍ୟ । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ସୀମା ବିବାଦ ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ଥିବା ବେଳେ ସମାଧାନ ଯେମିତି ଅନିଶ୍ଚିତ ଦୂରରେ । ଉଭୟ ରାଜ୍ୟ ଏହାକୁ ନିଜର ଅଧିକୃତ ଅଞ୍ଚଳ ବୋଲି ଦାବି କରୁଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ନିଜ ରାଜସ୍ବ ଓ ରାଜନୈତିକ ପରିଚୟର ଦୋଛକିରେ ଛିଡା ହୋଇଛନ୍ତି । ଉଭୟ ରାଜ୍ୟ ନିଜର ଦାବିଦାରୀ ପାଇଁ ସମସ୍ତ ପ୍ରାମାଣିକ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ବେଳେ ବେଳେ ପ୍ରଶାସନିକ ତିକ୍ତତାପୂର୍ଣ୍ଣ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଯାହା କୋଟିଆବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ।

  • 1945 ପରେ କେମିତି ବଦଳିଲା ସ୍ଥିତି, କିପରି ଆରମ୍ଭ ହେଲା ବିବାଦ !

1945 ଆନ୍ତରାଜ୍ୟ ପରିସୀମା ମାନଚିତ୍ରରେ 21ଟି ଗ୍ରାମକୁ ନେଇ ଗଠିତ କୋଟିଆ ପଞ୍ଚାୟତକୁ ଓଡିଶାର ଅଞ୍ଚଳ ଭାବେ ଦର୍ଶାଯାଇଥିଲା । ଏହାକୁ ପରବର୍ତ୍ତୀ ସମୟରେ ଆନ୍ଧ୍ର ପ୍ରଦେଶ ଅମାନ୍ୟ କରିବା ସହ କ୍ରମଶଃ ନିଜର ଦାବିଦାରୀ ଜାହିର କରିବାରେ ଲାଗିଲା । ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବାର ପ୍ରୟାସ ଓ ଅନ୍ୟପଟେ ପ୍ରଶାସନିକ ବଳ ପ୍ରୟୋଗ କରିବାକୁ ମଧ୍ୟ ଆନ୍ଧ୍ର ସରକାର ପଛାଇଲେ ନାହିଁ । ଫଳସ୍ବରୂପ ଅନୁପ୍ରବେଶ ଓ ରାଜନୈତିକ ତିକ୍ତତା ବଢ଼ିଲା । ତେବେ ସର୍ବୋଚ୍ଚ କୋର୍ଟ (ସୁପ୍ରିମକୋର୍ଟ) ଚାଲିଥିବା ଏହି ଆଇନଗତ ଲଢେଇ ଅନ୍ତ ଏତେ ସହଜ ନୁହେଁ । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ରାଜନୈତିକ ଦଳର ଶାସନ ଥିବାରୁ ଆନ୍ତଃରାଜ୍ୟ ବୁଝାମଣା ଦ୍ବାରା ଏହାର ଫଳପ୍ରଦ ସମାଧାନ ହୋଇପାରନ୍ତା ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି ।

କେବେ ନିର୍ଦ୍ଧାରିତ ହେବ କୋଟିଆର ଭାଗ୍ୟ ! ‘ଆଇନଗତ ଲଢେଇ ନୁହେଁ, ଆନ୍ତଃରାଜ୍ୟ ବୁଝାମଣା ପାଇଁ ବିଶେଷଜ୍ଞଙ୍କ ମତ (ETV Bharat Odisha)

'ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଅବମାନନା' :-

ପୂର୍ବତନ କୋରାପୁଟ ଜିଲ୍ଲାପାଳ ଗଦାଧର ପରିଡ଼ା କହିଛନ୍ତି,‘‘2006 ମସିହାରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣ ସଦସ୍ୟଙ୍କ ସ୍ୱତନ୍ତ୍ର ବେଞ୍ଚ ଦ୍ବାରା ସ୍ଥିତାବସ୍ଥା ପ୍ରଦାନ କରାଯାଇଥିଲା । ଏହା ସତ୍ତ୍ବେ ମଧ୍ୟ ଆନ୍ଧ୍ର ପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିବାକୁ ପଛଘୁଞ୍ଚା ଦେଉନାହିଁ । ଆନ୍ଧ୍ର ସରକାର ନିଜ ଯୁକ୍ତିରେ ‘ଗିଲବି ରିପୋର୍ଟ’କୁ ଆଧାର କରି ନିଜ ପକ୍ଷ ଉପସ୍ଥାପନ କରୁଛନ୍ତି । ଏହି ରିପୋର୍ଟ 1936 ମସିହାରେ ଓଡ଼ିଶା ଅର୍ଡରର ସମ୍ବିଧାନର ଗେଜେଟ ବିଜ୍ଞପ୍ତିକୁ ବୈଧ କରିବା ପାଇଁ ଶ୍ରୀ ଗିଲବିଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ଏକ ନିର୍ଦ୍ଦିଷ୍ଟ ରିପୋର୍ଟ ମାତ୍ର ।’’

  • କ’ଣ କହୁଛି 1945 ଆନ୍ତଃରାଜ୍ୟ ପରିସୀମା ମାନଚିତ୍ର:-

ଗଦାଧର ଆହୁରି ମଧ୍ୟ କହିଛନ୍ତି,‘‘ ଆନ୍ଧ୍ର ସରକାର 1945ର ଆନ୍ତଃରାଜ୍ୟ ପରିସୀମା ମାନଚିତ୍ର ଗ୍ରହଣ କରିବା ଉଚିତ୍‌ । ସେହି ନକ୍ସା ଆଧାରର ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ଥିବା ‘ହେରିଟେଜ ରୋଡ଼’କୁ ଉଭୟ ରାଜ୍ୟର ଆଧିକାରିକ ସୀମା ଭାବେ ସମ୍ମାନ ଦେବା ଉଚିତ । ଏହି ପରିସୀମା ନିର୍ଦ୍ଧାରଣରେ କୋଟିଆ ଓଡିଶାର ଅଭିନ୍ନ ଅଂଶ ଭାବେ ଉଲ୍ଲେଖ କରାଯାଇଛି । ମାନଚିତ୍ରରେ ଦର୍ଶାଯାଇଛି ଯେ, ତାଡିଭାଲାସା, ଆନ୍ଧ୍ର ପ୍ରଦେଶର ସାଲୁର ଆଡକୁ ଥିବା କୋଟିଆ ଗୋଷ୍ଠୀର ଶେଷ ଗାଁ ଏବଂ ତାହା ଓଡିଶାର ସୀମା ମଧ୍ୟରେ ଅଛି । ଯେତେବେଳେ ତାଡିଭାଲାଶା ଓଡିଶା ସୀମାରେ ଅଛି, ସେତେବେଳେ ନେରିଡିୱାଲାସାଠାରୁ କୋଟିଆ ପଞ୍ଚାୟତ ମୁଖ୍ୟାଳୟ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଅଞ୍ଚଳ ମଧ୍ୟ ଓଡିଶାରେ ଥିବାନେଇ କୌଣସୀ ବିବାଦ କିମ୍ବା ଦ୍ବନ୍ଦ୍ବ ରହିବା କଥା ନୁହେଁ । ଏକଥାରେ ଆନ୍ଧ୍ର ସହମତ ହେବା ଉଚିତ । ’’

କେବେ ନିର୍ଦ୍ଧାରିତ ହେବ କୋଟିଆର ଭାଗ୍ୟ ! ‘ଆଇନଗତ ଲଢେଇ ନୁହେଁ, ଆନ୍ତଃରାଜ୍ୟ ବୁଝାମଣା ପାଇଁ ବିଶେଷଜ୍ଞଙ୍କ ମତ

  • 500 ପୃଷ୍ଠାର ଡକ୍ୟୁମେଣ୍ଟ ଦାଖଲ କରିସାରିଛି କୋରାପୁଟ ଜିଲ୍ଲା ପ୍ରଶାସନ:-

ଏହି ପ୍ରସଙ୍ଗ ରାଜ୍ୟ ରାଜନୀତି ଓ ବିଧାନସଭାର ତର୍କକୁ ମଧ୍ୟ ଉଷ୍ମ କରିଛି । ସ୍ବାଧୀନତା ପରବର୍ତ୍ତୀ ସମୟରୁ ଏହା ଓଡିଶା ତଥା କୋରାପୁଟ ଜିଲ୍ଲାର ଅଭିନ୍ନ ରାଜସ୍ବ ଅଙ୍ଗଥିବା ବେଳେ ଧିରେ ଧିରେ ଆନ୍ଧ୍ରର ଅନୁପ୍ରବେଶ ଏପରି ସ୍ଥିତି ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିବାର ମିଶନରେ, କୋରାପୁଟ ଜିଲ୍ଲା ପ୍ରଶାସନ ସ୍ଵାଧୀନତା ପୂର୍ବ ସମୟରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଚିଠି, ନିର୍ଦ୍ଦେଶ ଏବଂ ନିର୍ଦ୍ଦେଶାବଳୀ ସହିତ ଏକ 500 ପୃଷ୍ଠାର ଡକ୍ୟୁମେଣ୍ଟ ଦାଖଲ କରିଥିଲା ।

  • ଅତୀତରେ ଓଡ଼ିଶା ହରାଇଛି ଏକାଧିକ ଅଞ୍ଚଳ:-

ପାଚିପେଣ୍ଟା ପଞ୍ଚାୟତର ଟୋନାମ୍ ଇଷ୍ଟେଟର 76ଟି ଗ୍ରାମ ଉପରେ ଓଡିଶା ନିଜର ନିୟନ୍ତ୍ରଣ ହରାଇ ସାରିଛି । ଏହି ଅଞ୍ଚଳ ଦିନେ ଜୟପୁର ଇଷ୍ଟେଟର ଏକ ଅଂଶ ଥିଲା । 2010 ମସିହାରେ ରାଜ୍ୟର ତତ୍କାଳୀନ ଶାସକମାନଙ୍କ ଦ୍ବାରା ଏହି ଅଞ୍ଚଳର ପ୍ରକୃତ ମାଲିକାନା ସମ୍ପର୍କରେ ଅନୁପଯୁକ୍ତ ଉପସ୍ଥାପନା ଯୋଗୁଁ ଓଡିଶା ସମଗ୍ର ବୋରା-ମୁଥା ଅଞ୍ଚଳକୁ ହରାଇବାକୁ ବାଧ୍ୟ ହୋଇଥିଲା । ଫଳରେ ଏହି ଅଞ୍ଚଳ ଆଧିକାରିକ ଭାବେ ଆନ୍ଧ୍ର ନିୟନ୍ତ୍ରଣକୁ ଚାଲିଯାଇଥିଲା । ଆନ୍ତଃରାଜ୍ୟ ବିବାଦର ସମାଧାନ ପାଇଁ ଓଡିଶା ଦ୍ୱାରା କରାଯାଇଥିବା ଅନେକ ବଳିଦାନକୁ ବିଚାରକୁ ନେଇ, 1945 ମସିହାର ବ୍ରିଟିଶ ମାନଚିତ୍ରରେ ପ୍ରଦତ୍ତ ଅଞ୍ଚଳକୁ ଫେରିବା ପାଇଁ ଆନ୍ଧ୍ର ଆଗକୁ ଆସିବା ଉଚିତ ।’’

  • କେନ୍ଦ୍ର-ଆନ୍ଧ୍ର ଓ ଓଡିଶାରେ ଏବେ ବିଜେପି:-

ଦଶନ୍ଧି ଧରି ଚାଲିଆସିଥିବା ଏହି ବିବାଦର ସମାଧାନ ପାଇଁ ବର୍ତ୍ତମାନର ରାଜନୈତିକ ସ୍ଥିତି ମଧ୍ୟ ଅନୁକୂଳ ସଙ୍କେତ ଦେଉଛି । 2014 ରୁ କେନ୍ଦ୍ରରେ ବିଜେପି କ୍ଷମତାରେ ରହିଆସିଛି । ସେହିପରି 24 ବର୍ଷ ପରେ ରାଜ୍ୟରେ ମଧ୍ୟ ସରକାର ପରିବର୍ତ୍ତନ ହୋଇଛି । ଭାରତୀୟ ଜନତା ପାର୍ଟି ସରକାର ଗଠନ କରିଛି । ସେହିପରି ଆନ୍ଧ୍ରରେ ମଧ୍ୟ ଭାରତୀୟ ଜନତା ପାର୍ଟିର ମେଣ୍ଟ ସରକାର ରହିଛି । ତେଣୁ ଏହି ଗମ୍ଭୀର ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସହଯୋଗରେ ଏକ ସଫଳ ଦ୍ବିପାକ୍ଷିକ ଆଲୋଚନା କରି ସମାଧାନର ନିକଟବର୍ତ୍ତୀ ହୋଇପାରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଗଦାଧର ପରିଡା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- 14 ଜିଲ୍ଲାରେ ଆନ୍ତଃରାଜ୍ୟ ସୀମା ବିବାଦ, କୋଟିଆକୁ ନେଇ ଜବାବ ରଖିଲେ ସରକାର

ଏହା ବି ପଢନ୍ତୁ...ତୁଟୁନି ଆନ୍ଧ୍ର ମୋହ, ଉଭୟ ଆନ୍ଧ୍ର-ଓଡିଶାରେ ଭୋଟ ଦେଲେ କୋଟିଆବାସୀ - KOTIA VOTERS CAST VOTES

ଏହା ବି ପଢନ୍ତୁ...ବିଧାନସଭାରେ ପାଣି ପ୍ରସଙ୍ଗ: ତାରାଙ୍କ ପରିସ୍ରା ଉପାଖ୍ୟାନ, ବଦ୍ରି ଦେଲେ ବିସ୍ଫୋରକ ବୟାନ

  • ପ୍ରଶାସନିକ ଯୁଦ୍ଧରେ ପ୍ରଭାବିତ ସୀମାନ୍ତ ଜୀବନ:-
  • ଏହି ଅଞ୍ଚଳକୁ ଉଭୟ ରାଜ୍ୟର ଅଧିକାରୀଙ୍କ ଟିମ ବାରମ୍ବାର ପରିଦର୍ଶନ କରିଛନ୍ତି । ଏପରିକି ଏହା ରାଜନୈତିକ ପ୍ରସଙ୍ଗରେ ମଧ୍ୟ ପରିବର୍ତ୍ତିତ ହୋଇଛି । ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିବା ପରି ଯୋଜନାମା ଆନ୍ଧ୍ର ସରକାର କାର୍ଯ୍ୟକାରୀ କରିଛନ୍ତି । ଏହାରି ମଧ୍ୟରେ ଦୁଇ ରାଜ୍ୟର ପ୍ରଶାସନିକ ଟିମ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି । କୋଟିଆର ବାସିନ୍ଦାଙ୍କ ପାଇଁ ସୀମା ବିବାଦ କେବଳ ରାଜନୈତିକ କିମ୍ବା ଆଇନଗତ ପ୍ରସଙ୍ଗ ନୁହେଁ । ଏହା ଏକ ରାଜନୈତିକ ପରିଚୟ ଓ ରାଜସ୍ବ ଅସ୍ଥିତ୍ବର ବିଷୟ ମଧ୍ୟ । ତେଣୁ ଏହି ବିବାଦ ଯେତେଦିନ ଜାରି ରହିଥିବ, ସେମାନେ ପରୋକ୍ଷରେ ଏଥିରେ ପ୍ରଭାବିତ ହେଉଥିବେ । ତଥାପି କେବେ ଏହି ଆନ୍ତରାଜ୍ୟ ଲଢେଇ ବିରାମ ନେବ, କିମ୍ବା ସାମାନଧାନରେ ଅନ୍ତ ହେବ, ତାକୁ ଅପେକ୍ଷା ।

ଇଟିଭି ଭାରତ, କୋରାପୁଟ

Last Updated : Dec 9, 2024, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.