ETV Bharat / state

ଶାବର ଶ୍ରୀକ୍ଷେତ୍ରରୁ ଆସି ଶ୍ରୀମନ୍ଦିରରେ ପହଞ୍ଚିଲା ଜିଆଇ ମାନ୍ୟତାପ୍ରାପ୍ତ ସ୍ୱତନ୍ତ୍ର କଳା ଜିରା ଚାଉଳ - ଶ୍ରୀମନ୍ଦିରରେ ପହଞ୍ଚିଲା କଳାଜିରା

Kalajeera Rice: କୋରାପୁଟରୁ ଶ୍ରୀମନ୍ଦିରକୁ ଆସିଛି ଜିଆଇ ମାନ୍ୟତା ସ୍ଵତନ୍ତ୍ର କଳା ଜିରା ଚାଉଳ । ଜୈବିକ ଶ୍ରୀ ଫାର୍ମର ପ୍ରଡ୍ୟୁସର୍ ସଂସ୍ଥା ଏହି ସ୍ଵତନ୍ତ୍ର କଳା ଜିରା ଚାଉଳ ଆଣି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ପହଞ୍ଚିଲା ଜିଆଇ ମାନ୍ୟତା ସ୍ଵତନ୍ତ୍ର କଳା ଜିରା ଚାଉଳ

author img

By ETV Bharat Odisha Team

Published : Feb 2, 2024, 5:11 PM IST

ଶ୍ରୀମନ୍ଦିରରେ ପହଞ୍ଚିଲା ଜିଆଇ ମାନ୍ୟତା ସ୍ଵତନ୍ତ୍ର କଳା ଜିରା ଚାଉଳ

ପୁରୀ: ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତ ପାଇଁ ସୁଦୂର ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀମନ୍ଦିରକୁ ଆସିଛି ଜିଆଇ ମାନ୍ୟତାପ୍ରାପ୍ତ ସ୍ଵତନ୍ତ୍ର କଳା ଜିରା ଚାଉଳ । କୋରାପୁଟର ଜୈବିକ ଶ୍ରୀ ଫାର୍ମର ପ୍ରଡ୍ୟୁସର୍ ସଂସ୍ଥା ଏହି ସ୍ଵତନ୍ତ୍ର କଳା ଜିରା ଚାଉଳ ଆଣି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ଦାନ କେନ୍ଦ୍ରରେ ଏହି ଚାଉଳ ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗ୍ରହଣ କରିଛନ୍ତି । ତେବେ ମହାପ୍ରଭୁ ପାଇଁ ପ୍ରସ୍ତୁତ ଭୋଗରେ ଏହି କଳା ଜିରା ଚାଉଳ ଲାଗି ହେବକି ନାହିଁ ତାହା ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ପରେ ଯାହା କିଛି କୁହାଯାଇପାରିବ ବୋଲି ଶ୍ରୀମନ୍ଦିର ସୂଚନା ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ କୋରାପୁଟରୁ ଚାଷୀମାନେ ଜିଆଇ ମାନ୍ୟତା କଳା ଜିରା ଚାଉଳ ସହ ମହାପ୍ରଭୁଙ୍କ ପାଇଁ କଦଳୀ, ମାଟି ଆଳୁ, ତୁଳସୀ, କଖାରୁ ଆଦି ଶ୍ରୀମନ୍ଦିର ଦାନ କେନ୍ଦ୍ରରେ ଦେଇଛନ୍ତି । ଆଗାମୀ ଦିନରେ ଏହି କଳା ଜିରା ଚାଉଳକୁ ଅନ୍ୟାନ୍ୟ ପ୍ରସିଦ୍ଧ ମନ୍ଦିରରେ ଦାନ ଆକାରରେ ଦିଆଯିବ । ତେବେ ଏହି ଚାଉଳ ବେଶ୍ ଚାହିଦା ଥିବା ବେଳେ ଏହାର ବିକ୍ରୀ ବଜାରରେ ହେବା ପୁର୍ବରୁ ପ୍ରଥମେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ଅର୍ପଣ ପାଇଁ ଶ୍ରୀମନ୍ଦିର ଅଣାଯାଇଥିବା କଳା ଜିରା ଚାଉଳ ଚାଷ କରିଥିବା ସଂସ୍ଥା କହିଛନ୍ତି ।

ଜୈବିକ ଶ୍ରୀ ଫାର୍ମର ପ୍ରଡ୍ୟୁସର ସଂସ୍ଥାର ସିଇଓ କହିଛନ୍ତି ଯେ, କଳା ଜିରା ଏକ ବିଲୁପ୍ତ ଚାଉଳ । ପୁର୍ବରୁ ଏହା ଚାଷ ହେଉଥଲା । ହେଲେ ଏହା ଅନ୍ୟ ଧାନ ଅପେକ୍ଷା କମ୍ ଅମଳ ହେଉଥିବାରୁ ଏହାକୁ ଚାଷୀ ଚାଷ କଲେ ନାହିଁ । ଫଳରେ ଏହା ବିଲୁପ୍ତ ହୋଇ ଯାଇଥିଲା । କୋରାପୁଟରେ ଏକ ହଜାର ଚାଷୀଙ୍କୁ କଳା ଜିରା ବିହନ ଦିଆଯାଇ ଚାଷ ଆରମ୍ଭ ହୋଇଥଲା । ଚାଷୀଙ୍କୁ ଜୈବିକ ଶ୍ରୀ ଫାର୍ମର ପ୍ରଡ୍ୟୁସର ସଂସ୍ଥା ବିହନ ଯୋଗାଇ ଦେଇଥିଲା । ପରେ ଏହା ଅମଳ ପରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇଥିଲା । ଏହାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଏହାର ଲୋକପ୍ରିୟତା ବଢ଼ାଇବା ଓ ବଜାରରେ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଜୈବିକ ଶ୍ରୀ ଫାର୍ମର ପ୍ରଦ୍ୟୁସର୍ ଉଦ୍ୟମ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ....ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଗଲା କଳାଜିରା ଚାଉଳ, ପ୍ରସ୍ତୁତ ହେବ ପ୍ରସାଦ

ତେବେ ଏହି କଳା ଜିରା ଚାଉଳ ପ୍ରଥମେ ମହାପ୍ରଭୁଙ୍କ ପାଖରେ ଲାଗି ହେବାପରେ ଏହାର ବ୍ୟବସାୟିକ ଦିଗ ଉପରେ କାର୍ଯ୍ୟ ଆରମ୍ଭ ହେବ । ଏହା ସୁଗନ୍ଧିତ ଚାଉଳ ହୋଇ ଥିବାରୁ ଏହାର ଚାହିଦା ଅଧିକ ରହିବ ବୋଲି ଏହାକୁ ଚାଷ କରିଥିବା କମ୍ପାନୀ କହିଛି । ଏହି କଳା ଜିରା ଚାଉଳର ଚାହିଦା ବଢ଼ିଲେ ଚାଷୀ ବେଶ୍ ଉପକୃତ ହେବେ । ତେବେ ପାରମ୍ପାରିକ ଜୈବିକ ପଦ୍ଧତିରେ ଏହି କଳାଜିରା ଧାନ ଚାଷ କରାଯାଇ ଚାଉଳ ପ୍ରସ୍ତୁତ କରାଯାଇଥିବାରୁ ଏହାର ସ୍ୱତନ୍ତ୍ରତା ପାଇଁ ଜିଆଇ ଟ୍ୟାଗ ମିଳିଥିବା ନେଇ ଏହାକୁ ଚାଷ କରିଥିବା କମ୍ପାନୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.