ETV Bharat / state

ଭିନ୍ନ ଏକ ଚିତ୍ରଶିଳ୍ପୀ 'ରୂପଙ୍କନ', ଚିତ୍ରାଙ୍କନ ଦେଇଛି ମାନସିକ ସ୍ଥିରତା ! - Mind Stabilization By Art - MIND STABILIZATION BY ART

Mind Stabilization By Art: ପିଲାଟି ବେଳୁ କିଛି ଜାଣିପାରୁନଥିଲେ ବି ମାନସିକ ସ୍ଥିରତା ଆଣି ଦେଇଛି ଚିତ୍ରାଙ୍କନ । ଏବେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ରୂପଙ୍କନ । ଅଧିକ ପଢନ୍ତୁ

Mind Stabilization
Mind Stabilization
author img

By ETV Bharat Odisha Team

Published : Apr 15, 2024, 10:22 PM IST

Mind Stabilization

କୋରାପୁଟ: ଚିତ୍ରାଙ୍କନ ଆଣିଦେଇଛି ମାନସିକ ସ୍ଥିରତା । ଆଉ ଏହାର ଶ୍ରେୟ ଗୁରୁଙ୍କୁ ଦେଇଛନ୍ତି ପରିବାର । ଦାମନଯୋଡି ସ୍ଥିତ ନାଲକୋ କମ୍ପାନୀରେ ଉଦ୍ୟାନବିତ୍ ଭାବେ କାର୍ଯ୍ୟରତ ମନୋରଞ୍ଜନ ରଥଙ୍କ ଏକ ମାତ୍ର ପୁଅ ହେଉଛନ୍ତି ରୂପଙ୍କନ । ପିଲାଟି ବେଳୁ କିଛି ଜାଣିପାରୁନଥିଲେ ରୂପଙ୍କନ ରଥ । ଏପରିକି ଦୁଇ ମିନିଟ ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସିପାରୁନଥିଲେ । ବର୍ତ୍ତମାନ ତାଙ୍କୁ 28 ବର୍ଷ ବୟସ ହୋଇଥିଲେ ବି ସେ କଥାବାର୍ତ୍ତା କରିପାରୁନାହାନ୍ତି । "ତାଙ୍କ ଭିତରେ ଚିତ୍ର ଆଙ୍କିବାର ଆବେଗର ଆବିଷ୍କାର କରିବା ପରେ ସେ ନିଜ ଦକ୍ଷତା ହାସଲ କରିପାରିଛନ୍ତି" ବୋଲି ରୂପଙ୍କନଙ୍କ ମା' ସସ୍ମିତା ମିଶ୍ର ପ୍ରକାଶ କରିଛନ୍ତି ।

ଆଜି ସମଗ୍ର ବିଶ୍ୱ ବିଶିଷ୍ଟ ଚିତ୍ରଶିଳ୍ପୀ ଲିଓନାର୍ଡୋ ଦା ଭିନ୍ସିଙ୍କ ଜନ୍ମଦିନକୁ ବିଶ୍ବ ଚିତ୍ରକଳା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ସସ୍ମିତା ମିଶ୍ର ନିଜ ପୁଅର ଚିତ୍ରକଳା ମାଧ୍ୟମରେ ମାନସିକ ସ୍ଥିରତା ପାଇବା କଥା ପ୍ରକାଶ କରିଛନ୍ତି । କୋରାପୁଟ ଅଞ୍ଚଳର ବିଶିଷ୍ଟ ଚିତ୍ରକର ତଥା ଗୁରୁ ଅମଳେନ୍ଦୁ ଜାନାଙ୍କ ଅବଦାନକୁ ମନେପକାଇ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୁନାବେଡ଼ାରେ ରହୁଥିବା ଅମଳେନ୍ଦୁଙ୍କ ଅଦମ୍ୟ ପ୍ରୟାସ ବଳରେ ପୁଅ ସଫଳତା ପାଇଥିବା ନେଇ ମତ ରଖିଛନ୍ତି ରୂପଙ୍କନଙ୍କ ମା' ସସ୍ମିତା । ଆଜି ରୂପଙ୍କନ ପ୍ରକୃତିର ଅନନ୍ୟ ରୂପକୁ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିପାରୁଛନ୍ତି । ସାମାଜିକ ଓ ଆଧ୍ୟାତ୍ମିକ ଧାରା ଉପରେ ଆଧାରିତ ଜନଜୀବନର ଚିତ୍ର ଆଙ୍କିବାରେ ସିଦ୍ଧହସ୍ତ ହୋଇପାରିଛନ୍ତି । ସସ୍ମିତା କହିଛନ୍ତି, "ଚିତ୍ର ଆଙ୍କିବା ଦ୍ୱାରା ରୂପଙ୍କନଙ୍କ ମଧ୍ୟରେ ସ୍ଥିରତା ଓ ସୃଜନଶୀଳତା ଆସଛି । ତେବେ ଅଳଳେନ୍ଦୁ ଜାନାଙ୍କ ପ୍ରେରଣାରେ କୋରାପୁଟ ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ସଫଳତା ପାଇ ପାରିଛନ୍ତି ।

ଏହା ବି ପଢନ୍ତୁ...ଦେଓମାଳିକୁ କାନଭାସରେ ଆଙ୍କିଲେ ଚିତ୍ରଶିଳ୍ପୀ, 'ଚିତ୍ର ପର୍ଯ୍ୟଟନ' ହେବ କହିଲେ ଜିଲ୍ଲାପାଳ

ସେହିପରି ସୁନାବେଡ଼ା ବାସିନ୍ଦା ନିଲି ନମିତା ଖେସ କହିଛନ୍ତି, "8 ବର୍ଷ ପୂର୍ବେ ଝିଅ ଆଇଭା ଇପ୍ସିତାକୁ ଅମଳେନ୍ଦୁ ଜାନାଙ୍କ ପାଖରୁ ଚିତ୍ରକଳା ଶିକ୍ଷା ପାଇଁ ଆଣୁଥିଲି । ଜାନା ସାର ଛୋଟ ପିଲାଙ୍କୁ ଅତି ଶ୍ରଦ୍ଧାର ସହ ତାଲିମ ଦେଉଥିଲେ । ଆଜି ଶତାଧିକ ଚିତ୍ର ଆଙ୍କି ଚିତ୍ରକର ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।" ସୁନାବେଡା ସ୍ଥିତ ମୁକ ବଧିର ବିଦ୍ୟାଳୟରେ ଚିତ୍ରାଙ୍କନ ଶିକ୍ଷାକ ଭାବେ କାର୍ଯ୍ୟ କରୁଥିବା ସମୟରେ ଶବ୍ଦର ତରଙ୍ଗଠାରୁ ଦୂରରେ ଥିବା ଛାତ୍ରଛାତ୍ରୀଙ୍କୁ ଚିତ୍ରାଙ୍କନ ମାଧ୍ୟମରେ ମାର୍ଗ ପ୍ରଶସ୍ତ କରାଯାଇପାରିଛି । ଦାମାନଯୋଡିର ରୂପଙ୍କନଙ୍କ ଭଳି ନିଜକୁ ବ୍ୟକ୍ତ କରିବାର ପ୍ରକ୍ରିୟାରେ ବ୍ରତୀ ଥିବା ଅନେକ ଚିତ୍ରକରଙ୍କୁ ସହଯୋଗର ହାତ ବଢ଼ାଇ ଚର୍ଚ୍ଚାରେ ଅମଳେନ୍ଦୁ ଜାନା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.