ETV Bharat / state

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢା ସ୍ଥଗିତ, କେବେ ସରିବ କାର୍ଯ୍ୟ ? - ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ସ୍ଥଗିତ

Konark Sun Temple: ଅଧା ଅଟକିଛି ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରରୁ ‌‌ବାଲିକଢ଼ା ପ୍ରକ୍ରିୟା । ମନ୍ଥର ଗତିରେ ଚାଲିଛି ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲିକଢ଼ା ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ସ୍ଥଗିତ

author img

By ETV Bharat Odisha Team

Published : Feb 2, 2024, 10:12 PM IST

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ସ୍ଥଗିତ

ନିମାପଡ଼ା: ଅଧା ଅଟକିଛି ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରୁ ‌‌ବାଲିକଢା ପ୍ରକ୍ରିୟା । ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ବିଶେଷ ଭାବରେ ଆଗଉନି କାର୍ଯ୍ୟ । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲିକଢ଼ା ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି । ୨୦୨୩ ଜାନୁଆରୀ ୩ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକୁ ଇତି ମଧ୍ୟରେ ବର୍ଷେ ବିତିଥିବା ବେଳେ କାମ ଯେଉଁ ଭଳି ଭାବେ ତ୍ବରାନ୍ବିତ ହେବା କଥା, ତାହା ପରିଲକ୍ଷିତ ହେଉନାହିଁ । ଯାହାକୁ ନେଇ ସ୍ଥାନୀୟବାସୀ ବାଲି କଢା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି ।

ମନ୍ଥର ଗତିରେ ଚାଲିଛି କୋଣାର୍କ ମନ୍ଦିର ଗର୍ଭଗୃହରୁ ବାଲିକଢ଼ା ପ୍ରକ୍ରିୟା । ବାରମ୍ବାର କାମ ବନ୍ଦ ହେଉଥିବାରୁ ଏହି କାର୍ଯ୍ୟରେ ବିଳମ୍ବ ହେଉଛି । ଯଦି ଏଭଳି ଲାଗିରହେ, ତେବେ ମନ୍ଦିର ବାଲିକଢା ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହୋଇପାରିବ ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଏସଆଇ କାହିଁକି ବିଳମ୍ବ କରୁଛି ଏବଂ ବାଲିକଢା ପ୍ରକ୍ରିୟାର ଉଦ୍ଦେଶ୍ୟ କ'ଣ ଏହାକୁ କାହିଁକି ସର୍ବଜନିନ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ସମିତି ।

ସେପଟେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରି ସ୍ବତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ା ଦେଇ ଗର୍ଭଗୃହରେ ଥିବା ବାଲିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ । ପାଦଦେଶରୁ ପାଇପ ମାଧ୍ୟମରେ ବାଲି ଉତ୍ତର ଓ ପଶ୍ଚିମ କୋଣରେ ପଡ଼ିବ । ଏହି କାର୍ଯ୍ୟ ସମୟରେ ମନ୍ଦିର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ । ଏଥିପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ । ବାଲି ନିଷ୍କାସନ ଶେଷ ହେବା ପରେ ଜଗମୋହନ ଦ୍ବାରା ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଅଯିବ ବୋଲି ଏଏସ୍‌ଆଇ ସୂଚନା ରହିଛି । ସେପଟେ କାର୍ଯ୍ୟ ଆରମ୍ଭରୁ ୩ ମାସ ଯାଏ ବାଲି କାଢ଼ିବା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା । ପାଞ୍ଚ ମାସ ପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସମ୍ପୂର୍ଣ ବନ୍ଦ ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ ଟନେଲ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ ଓ ଲେ-ଆଉଟ କାର୍ଯ୍ୟ କରାଯାଇଥିଲା । ପରେ ବଡ଼ ଲୁହା ବିମ୍ ବସାଯାଇ ମୂଳଦୂଆ ପଡ଼ିଛି । ଉତ୍ତର-ପଶ୍ଚିମ କୋଣରେ ପ୍ଲାଟଫର୍ମ ଓ ଘୋଡ଼ା ଦ୍ଵାର ସମ୍ମୁଖରେ ଲୁହା ବିମ୍ ବସିବା ପରେ ଅଟକିଯାଇଛି କାର୍ଯ୍ୟ । ଏଭଳି ବିଳମ୍ବରେ କାମ ଚାଲିଲେ ନିର୍ଦ୍ଧାରିତ ତିନିବର୍ଷରେ ଶେଷ ହେବା ନେଇ ଆଶଙ୍କା କରିଥିବା ବେଳେ ଏଏସଆଇ ସମସ୍ତଙ୍କୁ ଅନ୍ଧାର ଭିତରେ ରଖୁଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି କରୁଛନ୍ତି । ଏ ସମ୍ପର୍କରେ ବାରମ୍ବାର ଏଏସଆଇ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯିବାକୁ ନେଇ ଦ୍ବନ୍ଦ୍ବ, ASI ମୁଖ୍ୟ କହିଲେ ସେଭଳି କୌଣସି ନିଷ୍ପତ୍ତି ହୋଇନି

ସୂଚନାଯୋଗ୍ୟ, ୧୯୦୩ ମସିହାରେ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରାଯାଇଥିଲା । ୧୨୦ ବର୍ଷ ପରେ ବାଲି ବାହାରିବା ନେଇ ୨୦୨୨ ସେପ୍ଟେମ୍ବରରୁ ଏଏସ୍‌ଆଇ ଓ ବିଡିଆର ନିର୍ମାଣ ବିଭାଗ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଦେଖିବାକୁ ବାକି ରହିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ବାଲିକଢା ପ୍ରକ୍ରିୟା କେବେ ଶେଷ ହେଉଛି ଓ ସୂର୍ଯ୍ୟ ମନ୍ଦିରରୁ ବାଲିକଢା ନେଇ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର କେତେ ସୁରକ୍ଷିତ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.