ETV Bharat / state

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ - Khordha District HQ Hospital

author img

By ETV Bharat Odisha Team

Published : Jul 2, 2024, 7:07 PM IST

Khordha District HQ Hospital: ରେଫରାଲ ହସ୍ପିଟାଲ ପାଲଟିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ହେଲେ ରୋଗୀଙ୍କୁ ଦେଖିବାକୁ ନାହାନ୍ତି ଡାକ୍ତର ନା କାର୍ଯ୍ୟକ୍ଷମ ହୋଇପାରିଛି ଆଇସିୟୁ । ଅଧିକ ପଢନ୍ତୁ

Khordha District HQ Hospital
Khordha District HQ Hospital (ETV Bharat Odisha)

ଖୋର୍ଦ୍ଧା: ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଗୁରୁତର ରୋଗୀଙ୍କ ପାଇଁ ଏହା କେବଳ ରେଫରାଲ ହସ୍ପିଟାଲ ଭାବେ ପରିଣତ ହୋଇଛି । ବହୁ ଗୁରୁତ୍ୱପୂର୍ଣ ବିଭାଗରେ ଡାକ୍ତର ନଥିବା ବେଳେ ଦୀର୍ଘ 8 ମାସ ତଳୁ ଉଦଘାଟନ ହୋଇଥିବା 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଖାଲି ସେତିକି ନୁହଁ, ଦୁର୍ଘଟଣାଗ୍ରସ୍ତ ଗୁରୁତର ରୋଗୀଙ୍କ ପାଇଁ ଏହି ମୁଖ୍ୟ ଚିକିତ୍ସାଳୟର ଟ୍ରମା କେୟାର ସେଣ୍ଟରରେ ସେମିତି କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ରୋଗୀଙ୍କୁ ଭୁବନେଶ୍ୱର ରେଫର କରାଯାଉଥିବା ଦେଖିବାକୁ ମିଳୁଛି । ସେହିପରି କୋଭିଡ ସମୟରୁ ଏହି ହସ୍ପିଟାଲ କ୍ୟାମ୍ପସରେ ଥିବା ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ଅଚଳ ହୋଇପଡିଛି । ତେବେ ଏସମ୍ପର୍କରେ କିଛି ତ୍ରୁଟି ପାଇଁ ଏହି ସମସ୍ୟା ଉପୁଜୁଛି ଏବଂ ତୁରନ୍ତ ଏହାର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ରାଜଧାନୀ ନାକ ତଳେ ଥିବା ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳୁଛି । ନାମକୁ ମାତ୍ର ମୁଖ୍ୟ ଚିକିତ୍ସାଳୟ କିନ୍ତୁ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରେ ମିଳୁଥିବା ଚିକିତ୍ସା ସେବା ଏଠାରେ ମିଳୁନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ଏହି ଚିକିତ୍ସାଳୟ ଉପରେ ଦୈନିକ ଶହ ଶହ ସଂଖ୍ୟାରେ ରୋଗୀ ନିର୍ଭର କରୁଥିବା ବେଳେ ଆବଶ୍ୟକ ଡାକ୍ତର ନଥିବା ସହ 24 ଘଣ୍ଟିଆ ଏକ୍ସ-ରେ, ଇସିଜି, ଅଲଟ୍ରାସାଉଣ୍ଡ, ଡାଇଲେସିସ ଭଳି ସୁବିଧା ମିଳୁନି ରୋଗୀ ପାଉ ନଥିବା ଅଭିଯୋଗ କରିଛନ୍ତି । ବିଶେଷକରି ଏହି ହସ୍ପିଟାଲଟି ଜାତୀୟ ରାଜପଥ 16 ଏବଂ 57 କଡ଼ରେ ଥିବାରୁ ପ୍ରତିଦିନ ଏଠାକୁ ବହୁ ଦୁର୍ଘଟଣାରେ ଗୁରୁତର ରୋଗୀ ଆସିଥାନ୍ତି । ହେଲେ ଟ୍ରମା କେୟାର ସେଣ୍ଟରରେ ଅନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ତାଙ୍କୁ କେବଳ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱରକୁ ରେଫର କରାଯାଉଥିବା ଦେଖାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.. ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ, ପ୍ରତି ଜିଲ୍ଲାରେ ଖୋଲିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ କେନ୍ଦ୍ର - CT scan MRI in every District

ସେହିଭଳି ଜିଲ୍ଲା ଚିକିତ୍ସାଳୟରେ ଆଇସିୟୁ ୱାର୍ଡ ନଥିବାରୁ ଅନେକ ସମୟରେ ହସ୍ପିଟାଲରେ ରହି ଜଟିଳ ସ୍ବାସ୍ଥ୍ୟ ସେବା ଆବଶ୍ୟକତା କରୁଥିବା ରୋଗୀଙ୍କୁ ଭୁବନେଶ୍ବର ପଠାଇ ଦିଆଯାଉଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବତନ ବିଧାୟକଙ୍କ ହାତପାଣ୍ଠି ଓ ରାଜ୍ୟ ସରକାରଙ୍କ ଅର୍ଥରେ 10 ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡର ନିର୍ମାଣ ହୋଇ ଏହାକୁ ଗତବର୍ଷ ଅକ୍ଟୋବର 4 ତାରିଖରେ ଉଦଘାଟନ କରାଯାଇଥିଲା । ହେଲେ ଉଦଘାଟନକୁ 8 ମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । କେବଳ ସେତିକି ନୁହେଁ କୋଭିଡ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରାଯାଇଥିବା ଅକ୍ସିଜେନ ପ୍ଲାଣ୍ଟ ମରାମତି ଅଭାବରୁ ଅଚଳ ହୋଇପଡିଛି । ଯେଉଁଥି ପାଇଁ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ଥାଇ ମଧ୍ୟ ବାହାରୁ ଅକ୍ସିଜେନ କିଣାଯାଉଛି । ଏହି ସବୁ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ କହିଛନ୍ତି, "ମେଡିକାଲରେ ରହିଥିବା ସମସ୍ୟାର ଖୁବ କମ ଦିନ ମଧ୍ୟରେ ସମାଧାନ କରାଯିବ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.