ETV Bharat / state

ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ; ମିଳୁନି ଆବଶ୍ୟକୀୟ ଚିକିତ୍ସା ସୁବିଧା

author img

By ETV Bharat Odisha Team

Published : Feb 5, 2024, 7:32 PM IST

Khordha District HQ Hospital : ରେଫରାଲ ହସ୍ପିଟାଲ ପାଲଟିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଆବଶ୍ୟକ ସଂଖ୍ୟକ ଡାକ୍ତରମାନଙ୍କ ଅଭାବ ସାଙ୍ଗକୁ ମିଳୁନି ଆବଶ୍ୟକୀୟ ଚିକିତ୍ସା ସୁବିଧା । ଅଧିକ ପଢନ୍ତୁ

ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ;  ମିଳୁନି ଆବଶ୍ୟକୀୟ ଚିକିତ୍ସା ସୁବିଧା

ଖୋର୍ଦ୍ଧା: ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଜିଲ୍ଲାର ୭ ନିର୍ବାଚନ ମଣ୍ଡଳୀର ଲୋକମାନେ ଏହା ଉପରେ ନିର୍ଭର କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଅଭିଯୋଗ ଆଣିଛି ଖୋର୍ଦ୍ଧା ବରିଷ୍ଠ ନାଗରିକ ମଞ୍ଚ । ଚିକିତ୍ସାଳୟରେ ଡିଏମଓଙ୍କ ଅନ୍ୟତ୍ର ବଦଳି ହେବା ପରେ ମେଡିସିନ ସ୍ପେସିଆଲିଷ୍ଟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଫଳରେ ଅନ୍ୟ କୌଣସି ମେଡିସିନ ସ୍ପେସିଆଲିଷ୍ଟ ନଥିବାରୁ ରୋଗୀମାନଙ୍କ ଚିକିତ୍ସାରେ ବହୁତ ଅବହେଳା ହେଉଥିବା ଅଭିଯୋଗ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଆୟୁଷ ବିଭାଗ ୪ ମାସ ଧରି ବନ୍ଦ ରହିଛି ।

ସେହିଭଳି ଅସ୍ଥିଶଲ୍ୟ ବିଭାଗର ଡାକ୍ତର ରୋଗୀ ନ ଦେଖି ଆଉଟ ଡୋର କାଗଜରେ ଔଷଧର ଷ୍ଟାମ୍ପମାରି ଔଷଧ କେନ୍ଦ୍ରକୁ ପଠାଇ ଦେଉଛନ୍ତି । ଫଳରେ ସର୍ବସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ନାଗରିକ ମଞ୍ଚ ଉପ-ସଭାପତି ବୈକୁଣ୍ଠ ନାଥ ମହାପାତ୍ର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଡାକ୍ତରଙ୍କ ସମସ୍ୟା ନୁହଁ ବରଂ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ଥାଇ ମଧ୍ୟ ଲୋକମାନେ ସୁବିଧା ପାଇ ପାରୁନାହାଁନ୍ତି । ବରିଷ୍ଠ ନାଗରିକମାନଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ ଓ ସେମାନଙ୍କୁ ଟିକେଟ କାଉଣ୍ଟରେ ଲମ୍ବାଧାଡିରେ ଛିଡା ହେବାକୁ ପଡ଼ୁଛି । ରୋଗୀ ତଥା ସେମାନଙ୍କ ପରିବାରବର୍ଗଙ୍କ ପାଇଁ ପିଇବା ପାଣି ଭଳି ମୌଳିକ ସୁବିଧାର ଅଭାବ ରହିଛି ।

ଏହା ମଧ୍ୟ ପଢନ୍ତୁ ... ନାହିଁ ନାହିଁରେ ଚାଲିଛି ବରଗଡ ମୁଖ୍ୟ ଚିକିତ୍ସାଳୟ, ମୋବାଇଲ ଲାଇଟରେ କରାଯାଉଛି ରୋଗୀ ଚିକିତ୍ସା

ସେହିପରି ଖୋର୍ଦ୍ଧା ଚିକିତ୍ସାଳୟରେ ଆଇସିୟୁ (ICU) ଖୋଲାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ରୋଗୀଙ୍କ ସେବାରେ ନ ଲାଗି ତାଲା ପଡି ରହିଛି । ଔଷଧ ବିତରଣ କେନ୍ଦ୍ରରେ ମଧ୍ୟ ବରିଷ୍ଠ ନାଗରିକମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ପ୍ରସୂତିମାନଙ୍କୁ ମଧ୍ୟ ଚିକିତ୍ସା ଜନିତ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଚିକିତ୍ସାଳୟର ଦୁଇ ପାର୍ଶ୍ଵରେ ଜାତୀୟ ରାଜପଥ ୧୬ ଓ ୫୭ ନମ୍ବର ଥିବାରୁ ବହୁତ ଦୁର୍ଘଟଣାଜନିତ ରୋଗୀ ଗୁରୁତର ଅବସ୍ଥାରେ ଏଠାକୁ ଆସିଥାନ୍ତି କିନ୍ତୁ ସେମାନେ ଏଠାରେ ସଠିକ ଚିକିତ୍ସା ନପାଇ ଭୁବନେଶ୍ବରକୁ ରେଫର କରାଯାଉଥିବା ଅଭିଯୋଗ ହୋଇଛି ।

ଏଭଳି ବହୁବିଧ ସମସ୍ୟାକୁ ନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା । ଚକ୍ଷୁ ବିଭାଗରୁ ଟିକେଟ କାଉଣ୍ଟର ଯିବା ଆସିବା ବହୁ ଦୂର ହେଉଥିବାରୁ ଚକ୍ଷୁ ଚିକିତ୍ସାଳୟ ପାଖରେ ଟିକେଟ ଆଉ ଏକ କାଉଣ୍ଟର କରାଗଲେ ଜନସାଧାରଣ ବହୁ ଉପକୃତ ହେବେ ବୋଲି ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ରୋଗୀଙ୍କ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ (CT Scan) ଖୋଲାଯିବା ସହ ତୁରନ୍ତ ଆଇସିୟୁ (ICU)କୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ସେପଟେ ବରିଷ୍ଠ ନାଗରିକ ମଞ୍ଚର ଏହି ଅଭିଯୋଗକୁ ଗୁରୁତର ଭାବେ ନିଆଯାଇଛି ଓ ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ୟୁନିଟ (ICU UNIT)ର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ଟ୍ରେନିଂ ଯାଇଛନ୍ତି ଏବଂ ସେମାନେ ଟ୍ରେନିଂରୁ ଫେରିଲେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.