ETV Bharat / state

ଉତ୍ସବ ମୁଖର ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ, ସ୍ବତନ୍ତ୍ର ନୀତିକାନ୍ତି ସହିତ ଖିରପଣା ଅର୍ପଣ - Puja at Shaktipithas of Boudh - PUJA AT SHAKTIPITHAS OF BOUDH

Special Puja At Shaktipithas of Boudh : ଆଜି ଠାରୁ ଆରମ୍ଭ ହେଉଛି ପବିତ୍ର ଚୈତ୍ର ମାସ । ଏହି ଚୈତ୍ରମାସ ଦେବୀ ମାସ ଭାବରେ ପରିଚିତ। ଆଜି ପ୍ରଥମ ଚୈତ୍ର ମଙ୍ଗଳବାର ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବୀ ପୀଠରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ସହିତ ଖିରପଣା ଅର୍ପଣ କରାଯାଇଛି । ଅଧିକ ପଢ଼ନ୍ତୁ,

ଉତ୍ସବ ମୁଖର ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ

author img

By ETV Bharat Odisha Team

Published : Mar 26, 2024, 10:18 PM IST

ଉତ୍ସବ ମୁଖର ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ

ବୌଦ୍ଧ: ଉତ୍ସବମୁଖର ବୌଦ୍ଧ ଜିଲ୍ଲା। ଆଜି ଠାରୁ ଆରମ୍ଭ ହେଉଛି ପବିତ୍ର ଚୈତ୍ର ମାସ । ଏହି ଚୈତ୍ରମାସ ଦେବୀ ମାସ ଭାବରେ ପରିଚିତ। ଆଜି ପ୍ରଥମ ଚୈତ୍ର ମଙ୍ଗଳବାର ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବୀ ପୀଠରେ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ସହିତ ଖିରପଣା ଅର୍ପଣ କରାଯାଇଛି। ପବିତ୍ର ଦେବୀ ମାସ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ପାଇଁ ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବୀ ପୀଠ ଚଳଚଞ୍ଚଳ ହୋଇ ଉଠିଛି ।

ଆଜି ଜିଲ୍ଲାର ବିଭିନ୍ନ ପ୍ରାଚୀନ ଶକ୍ତି ପୀଠରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ସହିତ ଖିରପଣା ଅର୍ପଣ କରାଯାଇଥିଲା । ଶୈବ, ଶାକ୍ତ, ବୈଦ୍ଧ, ବୈଷ୍ଣବ ଓ ମହିମା ଧର୍ମର ପବିତ୍ର ମିଳନ ସ୍ଥଳିରେ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶକ୍ତି ପୀଠରେ ଆଜି ପବିତ୍ର ଚୈତ୍ରମାସର ପ୍ରଥମ ମଙ୍ଗଳବାର ଉପଲକ୍ଷେ ପୂଜାର୍ଚ୍ଚନା କରାଯାଇଥିଲା । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ରହିଛି ଶତାଧିକ ଦେବୀ ପୀଠ । ବୌଦ୍ଧ ଜିଲ୍ଲା ସଦରମହକୁମାର ରାମେଶ୍ବର ମନ୍ଦିର ପରିସରରେ ଉଗ୍ରତାରା, ରଘୁନାଥ ମନ୍ଦିର ପରିସରରେ ମା’ ଦୁର୍ଗା, ଗଡଖାଇ ନିକଟରେ ଦେବୀ ମାଁ ଭୈରବୀ,ଶୀତଳା ମାତା, ପୁରୁଣା କଟକ ସ୍ଥିତ ମା ଭୈରବୀ, ବାଉଶୁଣୀର କ୍ଷେତ୍ରପାଳିନୀ, ବରପଦରର ସିଂହାସିନୀ, ଚଣ୍ଡିତଳର ସପ୍ତମାତୃକା, ଝିଙ୍କେରପାଲିର ଚଣ୍ଡୀ ପୀଠ ସମେତ ଜିଲ୍ଲାର ବିଭିନ୍ନ ମାହେଶ୍ଵରୀ ଓ ଖମ୍ବେଶ୍ୱରୀ ପୀଠରେ ଆଜି ପବିତ୍ର ଚୈତ୍ରମାସର ପ୍ରଥମ ମଙ୍ଗଳବାର ଉପଲକ୍ଷେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧର ପ୍ରସିଦ୍ଧ ଦଣ୍ଡନାଚର ଆରମ୍ଭ, ପାରମ୍ପରିକ ଦଣ୍ଡନୃତ୍ୟରେ ଦୁଲିକିବ ଗାଁ ଦାଣ୍ଡ - Danda Yatra

ପ୍ରାଚୀନ କାଳରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶକ୍ତି ପୀଠ ଗୁଡ଼ିକ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ହୋଇ ରହିଆସିଛି । ଆଜି ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାର ଆରାଧ୍ୟ ଦେବୀ ମା’ ଭୈରବୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସେହିପରି ପ୍ରସିଦ୍ଧ ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଶେଷ ସ୍ମୃତି ରଘୁନାଥ ମନ୍ଦିର ପରିସରରେ ପ୍ରତିଷ୍ଠା କରାଯାଇଥିବା ମା’ ଦୁର୍ଗାଙ୍କ ପୀଠରେ ଆଜି ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ପଣା ହାଣ୍ଡି ଅର୍ପଣ କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜି ପବିତ୍ର ଚୈତ୍ରମାସର ପ୍ରଥମ ମଙ୍ଗଳବାରରେ ଦେବୀ ଦର୍ଶନ କରି ବେଶ୍ ଆନନ୍ଦ ପ୍ରକାଶ କରିଛନ୍ତି । ବୌଦ୍ଧ ଧର୍ମକୁ ପ୍ରତିହତ କରି ଶୈବ ଧର୍ମର ବ୍ୟାପକ ପ୍ରସାର ଉଦ୍ଦେଶ୍ୟରେ ଦଣ୍ଡନାଚର ଅୟମାରମ୍ଭ ହୋଇଥିଲା । ଆଉ ବର୍ତ୍ତମାନ ଏହି ଦଣ୍ଡନାଚର ଉନ୍ମେଷ ଭୂମିରୁ ଚଳିତ ବର୍ଷର ଦଣ୍ଡନାଚ ଗତ ଶନିବାର ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି । ଷୋହଳ ସୁଆଙ୍ଗ ନୃତ୍ୟ ସହିତ ଷୋହଳ ଖାଡି ବାଦ୍ୟ ମଧ୍ୟରେ ଶୈବ ଶାକ୍ତ ଉପାସନାର ମହାନ ପର୍ବ ଆରମ୍ଭ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.