ETV Bharat / state

ବଦଳିଲା ଖାରବେଳଙ୍କ ସ୍ୱର, ଉତ୍ତେଜିତ ହୋଇ କହିଥିଲି, ବାଲେଶ୍ବର ପ୍ରାର୍ଥୀ ବଦଳାଇବାକୁ ପ୍ରସ୍ତାବ - Kharabela Swain - KHARABELA SWAIN

Former BJP MP Kharabela Swain takes U-Turn: ନରମିଲା ଖାରବେଳ ସ୍ବାଇଁଙ୍କ ସ୍ବର । ବାଲେଶ୍ବର ପ୍ରାର୍ଥୀ ବଦଳାଇବା ପାଇଁ ପ୍ରସ୍ତାବ ଦେଲେ । କହିଲେ ଏମିତି

Kharabela Swain reaction
Kharabela Swain reaction
author img

By ETV Bharat Odisha Team

Published : Apr 1, 2024, 6:09 PM IST

Kharabela Swain reaction

ବାଲେଶ୍ବର: ଖାରବେଳ ସ୍ବାଇଁଙ୍କ ୟୁଟର୍ଣ୍ଣ । ନିଜ କଥାରୁ ଓହରିଲେ ଖାରବେଳ ସ୍ୱାଇଁ । ଉତ୍ତେଜିତ ହୋଇ ସ୍ବାଧୀନ ଭାବେ ଲଢିବା ପାଇଁ କହିଥିଲି । ମୁଁ ମୋ ନିଜ କଥାକୁ ପ୍ରତ୍ୟାହାର କରୁଥିବା ନେଇ ସୂଚନା ଦେଇଛନ୍ତି । ବାଲେଶ୍ବରର ଲୋକସଭା ପ୍ରାର୍ଥୀ ବଦଳାଇବାକୁ ନେଇ ପ୍ରସ୍ତାବ ଦେଇଛନ୍ତି । ପ୍ରତାପ ଷଡ଼ଙ୍ଗୀଙ୍କୁ ନୀଳଗିରି ବିଧାୟକ କିମ୍ବା କନ୍ଧମାଳର ସାଂସଦ ପ୍ରାର୍ଥୀ କରାଇବାକୁ ଗଣମାଧ୍ୟମ ଜରିଆରେ ପ୍ରସ୍ତାବ ଦେଇଛନ୍ତି । ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀଙ୍କ ବଦଳରେ ତାଙ୍କୁ ବିଜେପି ଦଳ ପକ୍ଷରୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏଥିପାଇଁ ପୁରୁଣା କର୍ମୀମାନଙ୍କୁ ନେଇ ଆଜି ଖାରବେଳ ବୈଠକ କରିବା ସହ ସେମାନଙ୍କ ମତାମତ ଲୋଡିଛନ୍ତି।

ମାର୍ଚ୍ଚ 25 ତାରିଖରେ ଖାରବେଳଙ୍କ ବୟାନ: ସାମ୍ବାଦିକ ସମ୍ମିଳୀନ କରି କହିଥିଲେ, "ମୁଁ ସ୍ବାଧୀନ ଭାବେ ଲଢିବି । ଏମିତି କି ଲୋକମାନେ ଚଳିତ ନିର୍ବାଚନରେ ପ୍ରତାପ ଷଡଙ୍ଗୀକୁ ଗ୍ରହଣ ନକରି କେବଳ ଖାରବେଳକୁ ଗ୍ରହଣ କରିବେ । ଏହା ମୋର ଦୃଢୋକ୍ତି । ମୁଁ କୌଣସି ବେଆଇନ କାର୍ଯ୍ୟ କିମ୍ବା କୌଣସି ପ୍ରକାର ଦୁର୍ନୀତିରେ ସମ୍ପୃକ୍ତ ନାହିଁ । 5 ଥର ବିଜେପି ଟିକେଟ ନେଇ ନିର୍ବାଚନ ଲଢି ଆସିଛି । ଏଥର ନିର୍ବାଚନରେ ଦଳ ଆସ୍ଥା ପ୍ରକଟ ନ କରିବା ପଛରେ କିଛି କୁଚକ୍ରୀ ରହିଛନ୍ତି । ଦଳ ଚଳିତ ଥର ମୋତେ ଟିକେଟ ଦେଇ ନାହିଁ ତେଣୁ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ବହୁଳ ସଂଖ୍ୟାରେ ଜିତିବି ।"

ପ୍ରତାପ ନନାଙ୍କୁ ଖାରବେଳଙ୍କ ତେରଚ୍ଛା ବାଣ; 'ମୁଁ ଅସଲ ବିଜେପି, ସ୍ବାଧୀନ ଭାବେ ଲଢିବି' - kharabela Swain Reaction

ଆଜିର ବୟାନ: ସପ୍ତାହ ପରେ ବଦଳିଲା ଖାରବେଳଙ୍କ ବୟାନ । କହିଲେ, "ଉତ୍ତେଜିତ ହୋଇ ଏମିତି ବୟାନ ଦେଇଥିଲି । ପ୍ରତାପ ଷଡଙ୍ଗୀ ଏବଂ ମୋତେ ଜିତିବାକୁ ହେଲେ ଦଳ ଏଥିପ୍ରତି ପୁନଃ ବିଚାର କରିବା ଆବଶ୍ୟକ । ମୁଁ ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳର ପ୍ରାର୍ଥୀ ହେବାପାଇଁ ଅନୁରୋଧ କରିବି । କନ୍ଧମାଳରେ ବିଜେପି ଦେଇଥିବା ସାଂସଦ ପ୍ରାର୍ଥୀ ଦୁର୍ବଳ ହୋଇଥିବା ବେଳେ ସେଠାରେ ଦଳ ଜିତିବାକୁ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଚୟନ କରିବା ଆବଶ୍ୟକ । ଏହାଯଦି ନ ହୋଇ ପାରୁଛି ତେବେ ଦୁଇଥର ନୀଳଗିରିରେ ବିଧାୟକ ଭାବେ ଜିତିଥିବା ପ୍ରତାପଙ୍କୁ ଆଉଥରେ ସେଠାରେ ବିଧାୟକ ପ୍ରାର୍ଥୀ କରାଯାଉ। ବିଜେପି ଛାଡି ସୁକାନ୍ତ ନାୟକ ଯିବା ପରେ ଏବେ ସେଠାରେ ପ୍ରତାପ ଉପଯୁକ୍ତ ପ୍ରାର୍ଥୀ।" ତାଙ୍କ ପ୍ରସ୍ତାବ ଅନୁସାରେ ଯଦି କିଛି ନହୁଏ ତେବେ ସେ ସ୍ୱାଧୀନ ଲଢ଼ିବେ କି ନିରବ ରହିବେ ସେନେଇ ପ୍ରଶ୍ନ କରିବାରୁ ଆହୁରି ମାସେ ସାତ ଦିନ ନୋମିନେସନକୁ ବାକିଥିବା କଥା କହିବା ସହ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି । ବରଂ ଆଗାମୀ ଦିନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ସେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରକାଶଥାଉକି, କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.