ETV Bharat / state

କେରଳ ଭୂସ୍ଖଳନ: ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମିଳିଲା ମୃତଦେହ, ଏବେ ବି ନିଖୋଜ ସ୍ଵାଧୀନ - Kerala Landslide Odia Doctor

author img

By ETV Bharat Odisha Team

Published : Jul 31, 2024, 4:18 PM IST

Missing Odia Doctor Dies In Wayanad Landslides: କେରଳ ଭୂସ୍ଖଳନରେ ନିଖୋଜ ଥିବା ଓଡିଆ ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ ଉଦ୍ଧାର । ଏବେ ବି ଅନ୍ୟଜଣେ ଡାକ୍ତର ନିଖୋଜ । ଅଧିକ ପଢ଼ନ୍ତୁ

Kerala Wayanad Landslides
Kerala Wayanad Landslides (ETV Bharat Odisha)

ଭୁବନେଶ୍ବର: କେରଳ ଭୂ-ସ୍ଖଳନରେ ନିଖୋଜ ଥିବା ଓଡିଆ ଡାକ୍ତର ମୃତ । ଆଜି ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନାରାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ପୋଲିସ ଡାକ୍ତରଙ୍କ ମୃତଦେହ ଚିହ୍ନଟ କରିଛି । ସେହପରି ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଥିବା ନେଇ ସୂଚନା ଦେଇଛନ୍ତି ଓଡିଶା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ନିଖୋଜ ଡାକ୍ତରଙ୍କ ମୃତଦେହ ଉଦ୍ଧାର:

ସୂଚନା ଅନୁଯାୟୀ, କଟକ ଚୌଦ୍ୱାର ହାଉସିଂ ବୋର୍ଡର ଅମର ପ୍ରସାଦ ଚିନାରଙ୍କ ପୁଅ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାର ଗତ ୨୬ ତାରିଖରେ ପତ୍ନୀ ପ୍ରିୟଦର୍ଶନୀ ପାଲ ଯେ କି ଡ୍ରିମ୍ସ ନର୍ସିଂ କଲେଜର ଅଧ୍ୟାପିକା ଭାବେ କାର୍ଯ୍ୟରତ ଓ ଅନ୍ୟ ଦୁଇ ବନ୍ଧୁ ଡ. ସ୍ଵାଧୀନ ପଣ୍ଡା ଓ ସ୍ଵୀକୃତି ମହାପାତ୍ର ଓ୍ବାୟନାଡ ଲିନରା ଭିଲାରେ ଥିବା ସମୟରେ ମଙ୍ଗଳବାର ଭୋର ସମୟରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ବିଷ୍ଣୁ ପ୍ରସାଦ ନିଖୋଜ ଥିବା ବେଳେ ପ୍ରିୟଦର୍ଶିନୀ ଉଦ୍ଧାର ହୋଇଥିଲେ । ସେହପରି ଡ.ସ୍ଵାଧୀନ ପଣ୍ଡାଙ୍କ କୌଣସି ପତ୍ତା ମିଳୁ ନ ଥିବାବେଳେ ତାଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର ମେଡିକାଲରେ ଚିକିତ୍ସାଧୀନ ଥିଲେ । ପରେ ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

କେରଳ ଗସ୍ତରେ ଓଡିଶା ଟିମ:

ସେପଟେ ଆଜି ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ପୁନଃ ଚିହ୍ନଟ ପରେ ମରଶରୀର ଓଡିଶା ଅଣାଯିବ । ଏବେ ବି ନିଖୋଜ ଅଛନ୍ତି ଡାକ୍ତର ସ୍ୱାଧୀନ ପଣ୍ଡା । ଅନ୍ୟପଟେ ଓଡିଶା ଅଧିକାରୀଙ୍କ ଏକ ଟିମ କେରଳ ଯାଇଛନ୍ତି । ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନେତୃତ୍ୱରେ ଏହି ଟିମ କେରଳ ଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟାୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା:

ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡିଶା ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ସହ ଅନ୍ୟ ଜଣେ ଡାକ୍ତର କେରଳ ଗସ୍ତ କରିଛନ୍ତି । ସେମାନେ ମୃତଦେହକୁ ଫେରାଇ ଆଣିବା ସହ ଚିକିତ୍ସିତ ଥିବା ୨ ମହିଳାଙ୍କ ଚିକିତ୍ସା ବାବଦରେ ଅପ୍‌ଡେଟ ଦେବେ । ଏହାସହ ନିଖୋଜ ଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ବିଷୟରେ ମଧ୍ୟ ଅପ୍‌ଡେଟ ଦେବେ । ଓଡ଼ିଶା ସରକାର କେରଳ ସରକାରଙ୍କ ସହ ନିରନ୍ତନ ଯୋଗାଯୋଗରେ ଅଛନ୍ତି । କେରଳରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ସମ୍ପର୍କରେ ଅଛୁ । ଯାହା ସୂଚନା ରହିଛି ଓଡ଼ିଶାର ଏଥିରେ ୪ ଜଣ ଅଛନ୍ତି । ଅତି ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ ହେବା ନେଇ ଆଶା କରୁଛୁ । ପ୍ରାର୍ଥନା କରୁଛୁ ଏଥିରେ ଆଉ କେହି କ୍ଷତିଗ୍ରସ୍ତ ହୋଇନଥାନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...କେରଳ ଭୂସ୍ଖଳନରେ କଟକ ଚୌଦ୍ୱାର ଡକ୍ଟର ନିଖୋଜ, ଚିନ୍ତାରେ ପରିବାର - Doctor Missing In Kerala Landslide

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.