ETV Bharat / state

ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ - BJD LEADER ASHOK KUMAR PRATIHARI

author img

By ETV Bharat Odisha Team

Published : Apr 17, 2024, 9:37 AM IST

Kendrapara Zilla Parishad Vice Chairman quits BJD: କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ତଥା ରାଜନଗର ବ୍ଲକର ପୂର୍ବତନ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

କେନ୍ଦ୍ରାପଡା: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ରାଜନଗର ବ୍ଲକର ପୂର୍ବତନ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ । ଏନେଇ ସେ ତାଙ୍କ ଇସ୍ତଫା ପତ୍ର ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଓ ଜିଲ୍ଲା ବିଜେଡି ସଭାପତିଙ୍କୁ ପଠାଇଛନ୍ତି । ତେବେ ରାଜନଗରର ବିଧାୟକ ଧ୍ରୁବ ସାହୁଙ୍କ ସହ ଅଶୋକଙ୍କର ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବା ବେଳେ କିଛି ମାସ ତଳେ ତାଙ୍କୁ ବ୍ଲକ ସଭାପତି ପଦବୀରୁ ହଟାଇଥିଲା ଦଳ । ତେଣୁ ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ ବିଜେଡି ପ୍ରାର୍ଥୀ ଭାବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ରାଜନଗର ବ୍ଲକର ୩୧ ନଂ ଜୋନରୁ ଜିଲ୍ଲା ପରିଷଦକୁ ନିର୍ବାଚିତ ହୋଇଥିଲେ । ସେ ରାଜନଗର ବ୍ଲକ ବିଜୁ ଜନତା ଦଳର ତିନି ତିନି ଥର ସଭାପତି ରହିବା ସହ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଏକାନ୍ତ ଅନୁଗତ ଥିଲେ । ଗତ ଅଗଷ୍ଟ ମାସରେ ସେ ବିଧାୟକଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଥିଲେ । ଏହାପରେ ତାଙ୍କୁ ବ୍ଲକ ବିଜେଡି ସଭାପତି ପଦରୁ ବହିଷ୍କାର କରାଯାଇଥିଲା । ଏନେଇ ସେ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଅଶୋକ ଇସ୍ତଫା ଦେଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ବିଧାୟକ ଧ୍ରୁବଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସରୁ ଅଶୋକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡିକୁ ଝଟ୍‌କା, ଦଳ ଛାଡିଲେ ବରିଷ୍ଠ ନେତା ଚିତ୍ତରଞ୍ଜନ ମଣ୍ଡଳ

ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡା ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ଏବେ ଦଳ ଡିଆଁ ପର୍ବରେ ସାମିଲ ହେଉଛନ୍ତି । ପ୍ରତିଦିନ ଏକାଧିକ ନେତା ବିଭିନ୍ନ ଦଳକୁ ଝଟ୍‌କା ଦେଇ ଅନ୍ୟ ଦଳରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ନିକଟରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଓ ତାଙ୍କ ସମର୍ଥକ ଦଳ ଛାଡିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.