ETV Bharat / state

ଅଳିଆ ଆର୍ବଜନାରେ ଅଣନିଶ୍ବାସୀ କବି ଜୟଦେବଙ୍କ ପୀଠ, ପ୍ରଶାସନର ନିଘା ନାହିଁ ! - Jaydev Pitha - JAYDEV PITHA

Jaydev Pitha neglected: ବିଶ୍ବ ପ୍ରସିଦ୍ଧ ଗୀତ ଗୋବିନ୍ଦର ରଚୟିତା କବି ଜୟଦେବ । ତାଙ୍କ ନାମରେ କେନ୍ଦୁବିଲ୍ଵରେ ରହିଛି ଜୟଦେବ ପୀଠ । ଯାହା ଏବେ ଅବହେଳିତ ଅବସ୍ଥାରେ ପଡ଼ିରହି ନିଜ ଅସ୍ତିତ୍ବ ଖୋଜୁଛି । ଅଧିକ ପଢ଼ନ୍ତୁ

Jaydev Pitha neglected
Jaydev Pitha neglected
author img

By ETV Bharat Odisha Team

Published : Apr 24, 2024, 10:05 PM IST

Updated : Apr 24, 2024, 10:18 PM IST

Jaydev Pitha neglected

ନିଆଳି: ଗୀତ ଗୋବିନ୍ଦର ରଚୟିତା ତଥା ଜଗନ୍ନାଥଙ୍କ ପରମ ଭକ୍ତ କବି ଜୟଦେବ । ରାଜଧାନୀ ଉପକଣ୍ଠରେ ଅବସ୍ଥିତ ତାଙ୍କର ପବିତ୍ର ଜନ୍ମପୀଠ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କେନ୍ଦୁବିଲ୍ଵରେ ରହିଛି ତାଙ୍କରି ସ୍ମୃତି ବହନ କରୁଥିବା ଜନ୍ମ ପୀଠ ଜୟଦେବ ପୀଠ । ୧୭ ଏକରରୁ ଊର୍ଦ୍ଧ୍ୱ ପରିମିତ ଜମିରେ ଜଗନ୍ନାଥଙ୍କ ପରମ ଭକ୍ତ କବି ଜୟଦେବଙ୍କ ପୀଠ । ଏତଦ ବ୍ୟତୀତ ଔଷଧୀୟ ବୃକ୍ଷ ପାଇଁ ୮ ଏକକରୁ ଊର୍ଦ୍ଧ୍ବ ଜଙ୍ଗଲ ଏବଂ ମୁକ୍ତେଶ୍ଵର ମହାଦେବ ମନ୍ଦିରର ୩ ଏକର ଜମିରେ ଶୋଭା ମଣ୍ତିତ କରିଛି ଜୟଦେବ ପୀଠ । ତେବେ ଲକ୍ଷାଧିକ ଟଙ୍କା ବିନିଯୋଗରେ ନିର୍ମାଣ ହେଇଥିବା ଏହି ପୀଠ ସତେ ଯେମିତି ତାର ଅସ୍ତିତ୍ବ ଖୋଜୁଛି ।

ଜୟଦେବଙ୍କର ଏକ ସଂଗ୍ରାହଳୟ ସାଙ୍ଗକୁ ଦ୍ବାଦଶ କୁଞ୍ଜ, ୭୨ ଗୀତ ଗୋବିନ୍ଦର ଶୋକ୍କ ଏବଂ ନାଟ୍ୟ ମଣ୍ଡପ ଭଳି ଅନେକ ଆକର୍ଷଣୀୟ ବସ୍ତୁରେ ସଜ୍ଜିତ ଏହି ପୀଠ ଆଜି ଅଳିଆ ଆବର୍ଜନାରେ ଭରି ହୋଇ ରହିଛି । ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ଓଡ଼ିଆ ମାଟି ଗର୍ବ କରୁଥିବା ବେଳେ ଜୟଦେବଙ୍କ ଜୟଦେବ ପୀଠ ଅଳିଆ ଗଦା ଭିତରେ ଯେମିତି ଅଣନିଶ୍ବାସୀ ହୋଇଉଠୁଛି । ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଏହି ପୀଠ ଏବେ କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଭରି ହୋଇ ରହିଛି । ରାଜ୍ୟ ସରକାରଙ୍କର ଉଦାସିନତା କାରଣରୁ ପୀଠ ଏବେ ତାର ସୌନ୍ଦର୍ଯ୍ୟ ହରାଇ ବସିଛି । ଦିନେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବା ଏହି ସ୍ଥାନ ଏବେ ଖାଁ ଖାଁ ହୋଇ ପଡ଼ିରହିଛି । ଜୟଦେବ ପୀଠ ପରିସରରେ ଅସାମାଜିକ ଲୋକଙ୍କ ଭିଡ ଜମୁଛି । ଭୋଜି କରିବାକୁ ଆସି ଲୋକ ଏଠାରେ ଆବର୍ଜନା ଫୋପାଡି ଦୁର୍ଗନ୍ଧମୟ କରିଦେଉଛନ୍ତି । ଅନ୍ୟପଟେ ଅନାବନା ଗଛରେ ଭରପୁର ହୋଇ ବୁଦାରେ ପରିଣତ ହୋଇଛି ପୀଠ ।

ଏହା ମଧ୍ୟ ପଢ଼ନ୍ତୁ... ନାହିଁ ନାହିଁରେ ଚାଲିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଅବହେଳିତ ଐତିହ୍ୟ - BOUDH MUSEUM

କବି ଜୟଦେବଙ୍କ ନାମରେ ୨୦୦୯ ମସିହାରେ ଜୟଦେବ ନିର୍ବାଚନ ମଣ୍ଡଳୀ ପୁନଃ ଗଠିତ ହୋଇଛି । ଜୟଦେବଙ୍କ ନାମରେ ଜୟଦେବ ଗ୍ରାମ ପଞ୍ଚାୟତ ଗଠିତ । ରାଜଧାନୀ ଉପକଣ୍ଠରେ ସବୁ ଥାଇ ବି ଆଜି ଜୟଦେବ ପୀଠ ଅବହେଳିତ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଅଧିବାସୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି । ଏତେ ପରିମିତ ଜମିରେ ଜୟଦେବ ପୀଠର ରକ୍ଷଣାବେକ୍ଷଣା ପାଇଁ କେବଳ ଜଣେ କର୍ମଚାରୀ ରହିଛନ୍ତି । ଯାହା ପକ୍ଷେ ରକ୍ଷଣା ବେକ୍ଷଣ ସମ୍ଭବପର ହେଉନାହିଁ । ଏଥିପ୍ରତି କାହାର ନିଘା ନଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ରାଜ୍ୟ ସଂସ୍କୃତି ବିଭାଗ ଅଧିନରେ ରହିଛି ଜୟଦେବ ପୀଠ ।

ହେଲେ ଏ ପୀଠର ରକ୍ଷଣାବେକ୍ଷଣା ଯେମିତି ସରକାର ଭୁଲି ଯାଇଛନ୍ତି । ଆସନ୍ତା ଅକ୍ଷୟ ତୃତୀୟା ଦିନ କବି ଜୟଦେବଙ୍କ ଜନ୍ମ ଉତ୍ସବ ପାଳିତ ହେବ ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ଦୂରର କଥା ସେହି ସ୍ଥାନର ଆବର୍ଜନା ସଫା ହୋଇପାରିନାହିଁ । ତେବେ ଦେଖିବାକୁ ବାକି ରହିଲା କେବେ ସରକାରଙ୍କର ଦୃଷ୍ଟି ଏହି ପୀଠ ଉପରେ ପଡ଼ୁଛି ।

ଇଟିଭି ଭାରତ, ନିଆଳି

Last Updated : Apr 24, 2024, 10:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.