ETV Bharat / state

ବିଜୟ ପାଇଁ ଅର୍ଥ ପ୍ରଲୋଭନକୁ ମାଧ୍ୟମ କରିଛି ବିଜେଡି: ବିଜେପି ପ୍ରାର୍ଥୀ - odisha assembly election

BJP candidate targets BJD: ଗଡ ଜିତିବାକୁ ଅର୍ଥ ପ୍ରଲୋଭନକୁ ମାଧ୍ୟମ କରିବା ଆରମ୍ଭ କରିଦେଇଛି ବିଜେଡି । ଏପରି ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ । ଅଧିକ ପଢନ୍ତୁ

BJP CANDIDATE TARGETS BJD
BJP CANDIDATE TARGETS BJD (ETV BHARAT ODISHA)
author img

By ETV Bharat Odisha Team

Published : May 12, 2024, 10:55 AM IST

BJP CANDIDATE TARGETS BJD (ETV BHARAT ODISHA)

ବୌଦ୍ଧ: ନିର୍ବାଚକୁ ନେଇ ଚାରିଆଡେ ଜାରି ରହିଛି ପ୍ରଚାର । ଏହାରି ମଧ୍ୟରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପରେ ଲାଗିପଡିଛନ୍ତି ପ୍ରତିଦ୍ବନ୍ଦ୍ବୀ ଦଳର ପ୍ରାର୍ଥୀ । ଏଥର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଜୋରଦାର ଫାଇଟ । ଗତ 3ଟି ନିର୍ବାନଚରେ ବିଜେଡି ଏହି ଆସନ ଦଖଲ କରିଆସୁଥିବା ବେଳେ ଚଳିତ ଥର କାହା ଖାତାକୁ ଯିବ ସେନେଇ ଏବେ ଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତେବେ ଚଳିତ ନିର୍ବାଚନରେ ମୋଦି ଲହରରେ ଏଠି ବିଜେଡି ସାମାନ୍ୟ ପଛୁଆ ରହିଥିବା ଚର୍ଚ୍ଚା ହେଉଛି । ସେପଟେ ବିଜେପିର ଲୋକପ୍ରିୟତା ବୃଦ୍ଧିକୁ ନେଇ ବିଜେଡି ଏବେ ଚିନ୍ତାରେ ପଡ଼ିଯିବା ସହ ବର୍ତ୍ତମାନ ଅର୍ଥ ପ୍ରଲୋଭନକୁ ମାଧ୍ୟମ କରିବା ଆରମ୍ଭ କରିଦେଇଥିବା ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଅଭିଯୋଗ ଆଣିଛନ୍ତି । ବିଜେଡି ଗଡରେ ପଦ୍ମ ଫୁଟିବା ଭୟରେ ବର୍ତ୍ତମାନ ବିଜେଡି ନେତାଏ ଅସାଧୁ ଉପାୟ ଅବଲମ୍ବନ ଆରମ୍ଭ କରିଦେଇଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପାଖଉଛି ନିର୍ବାଚନ; ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର - Odisha Assembly election 2024

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗତ ୨୦୦୯ ମସିହାରେ ଗଠିତ ହେବା ପରେ ଠାରୁ ଏହା ବିଜେଡି ଦଖଲରେ ରହିଆସିଛି । ବିଜେଡି ଦଳର ଗଡ଼ ଭାବରେ ପରିଚିତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚଳିତ ବର୍ଷ ନିର୍ବାଚନ ଚିତ୍ର ସମ୍ପୂର୍ଣ୍ଣ ଓଲଟା ରହିଛି । କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଇଙ୍ଗିତରେ କଣ୍ଟାମାଳ ନିର୍ବାଚନ ତଥା ରାଜନୀତି କଣ୍ଟ୍ରୋଲ ହେଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ନେତା ।

ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କ ସଂଗଠନ ସୁଦୃଢ଼ ହେବା ସହିତ ମୋଦି ଲହରରେ କଣ୍ଟାମାଳ ଭୋଟର ବର୍ତ୍ତମାନ ବିଜେପି ପକ୍ଷରେ ରହିଥିବା ଚର୍ଚ୍ଚା ହେଉଛି । ବିଜେପିର ଲୋକପ୍ରିୟତା ବୃଦ୍ଧିକୁ ରୋକିବାକୁ ବର୍ତ୍ତମାନ ବିଜେଡି ଦଳର କିଛି କର୍ମୀ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏଭଳି ଦୁଇ ଦୁଇଟି ଘଟଣା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇସାରିଲାଣି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କେତେକ ସରକାରୀ କର୍ମଚାରୀ ମଧ୍ୟ ସିଧାସଳଖ ରାଜନୀତିରେ ପ୍ରବେଶ କରୁଥିବା ନେଇ ଏକାଧିକ ମାମଲାରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବିତ କରିସାରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିକାଶ ପ୍ରସଙ୍ଗରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ସିଧାସଳଖ ଶାସକ ବିଜେଡ଼ି ଦଳକୁ ଟାର୍ଗେଟ କରିବା ସହିତ ଠିକାଦାର ରାଜନୀତି ଓ ଅର୍ଥ କାରବାର କରିଚାଲିଥିବା ଦଲାଲ ରାଜକୁ ଚଳିତ ସାଧାରଣ ନିର୍ବାଚନରେ କଣ୍ଟାମାଳ ଭୋଟର ଉପଯୁକ୍ତ ଜବାବ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.